ଲ୍ୟାମ୍ପ୍ସର ଚାଷୀଙ୍କୁ ଅଣଦେଖା ଅଭିଯୋଗ

ଦଶମନ୍ତପୁର,୨୪ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ମହକୁମାସ୍ଥିତ ଲ୍ୟାମ୍ପ ପକ୍ଷରୁ ମାଣ୍ଡିଆ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଖବରରୁ ଜଣାପଡିଛି, ମାଣ୍ଡିଆ ବ୍ୟବସାୟୀ ଏବଂ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ ମଣ୍ଡିରେ ହିତାଧିକାରୀଙ୍କୁ ଅବହେଳା କରାଯାଉଛି। ଏହାର ଉଦାହରଣ ନିକଟରେ ଦଶମନ୍ତପୁରରେ ଦେଖିବାକୁ ମିଳିଛି। ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତ ର ଯୋଡ଼ାପୁଟ ଗ୍ରାମର ସନ୍ୟାସୀ ଜାନୀ ତାଙ୍କର ୨୭ କୁଇଣ୍ଟାଲ ଏବଂ ଚିକାମ୍ବ ପଞ୍ଚାୟତ ତୁନଖାଲ ଗ୍ରାମର ଗୁରୁ ଜାନିଙ୍କ ୨୭ କୁଇଣ୍ଟାଲ ୫୦ କେଜି ମାଣ୍ଡିଆ ବିକ୍ରୟ ପାଇଁ ଦଶମନ୍ତପୁର ଲ୍ୟାମ୍ପକୁ ଆସିଥିଲେ। ମାତ୍ର ଏହି ଦୁଇ ଚାଷୀଙ୍କୁ ମାଣ୍ଡିଆକୁ ମିଲ୍‌ରେ ସଫା କରି ଆଣିବାକୁ କହି ଲ୍ୟାମ୍ପ ପକ୍ଷରୁ ଫେରାଇ ଦିଆଯାଇଥିଲା। ଶେଷରେ ସେମାନେ କିଲୋ ପିଛା ୪ ଟଙ୍କା ଦେଇ ମାଣ୍ଡିଆ ସଫା କରି ଲ୍ୟାମ୍ପରେ ନ ଦେଇ ବ୍ୟବସାୟୀଙ୍କ ମାଧ୍ୟମରେ ଅନ୍ୟତ୍ର ବିକ୍ରି କରିଥିଲେ। ଚାଷୀମାନଙ୍କ ପ୍ରତି ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ଏଭଳି ମନୋଭାବକୁ ଚାଷୀ ଏବଂ କେତେଜଣ ସମାଜିକ କର୍ମୀ ବିରୋଧ କରିଥିଲେ। ବନମାଳୀ ବିଶୋୟୀ, ମୋହନ ଚନ୍ଦ୍ର ପାତ୍ର, ବାବୁଲା ବିଶୋୟୀ, କାହ୍ନୁ ଚରଣ ବିଶୋୟୀ, ଟଙ୍କଧର ବିଶୋୟୀ ପ୍ରମୁଖ ଚାଷୀଙ୍କ ଠାରୁ ମାଣ୍ଡିଆ କିଣୁଥିବା ବ୍ୟବସାୟୀଙ୍କୁ ଘେରାଉ କରିଥିଲେ। ଏନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ଅସହଯୋଗ ହେତୁ ଚାଷୀ ମଣ୍ଡିରୁ ଲାଭ ପାଇପାରୁ ନାହାନ୍ତି ବୋଲି ବନମାଳୀ ବିଶୋୟୀ ଅଭିଯୋଗ କରିଛନ୍ତି। ଏହି ସମୟରେ ମାଣ୍ଡିଆ କିଣିବାକୁ ଘାନଟରାଗୁଡ଼ାରୁ ଆସିଥିବା ବ୍ୟବସାୟୀ ସୁବିଧା ଦେଖି ଘଟଣା ସ୍ଥଳରୁ ମାଣ୍ଡିଆ ମିଲ୍‌କୁ ନେଇ ଚାଲି ଯାଇଥିଲେ ।
ଏସଂପର୍କରେ ଲ୍ୟାମ୍ପସ କର୍ତ୍ତୃପକ୍ଷ ପ୍ରଫୁଲ୍ଲ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ମାଣ୍ଡିଆ ସଫା ନ ଥିବାରୁ ସଫା କରି ଆଣିବାକୁ ଆମେ ପଠେଇଲୁ ବୋଲି କହିଛନ୍ତି। ସରକାର କୁଇଣ୍ଟାଲ ପିଛା ମାଣ୍ଡିଆ ୩୫୭୮ ଟଙ୍କାରେ ଦେଉଛନ୍ତି। ଆମେ ସଫା ମାଣ୍ଡିଆ ହିଁ କିଣିବୁ ନଚେତ ନାହିଁ ବୋଲି ମିଶ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri