ପେଷି ହେଉଛନ୍ତି ଚାଷୀ

ବରଗଡ଼ ଅଫିସ୍‌,୨୭ା୪: ଓଡ଼ିଶାର ଚାଷୀମାନେ ଗତ ୧୦ବର୍ଷ ମଧ୍ୟରେ ଅଧିକରୁ ଅଧିକ ଧାନ ଉତ୍ପାଦନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର କ୍ରମାଗତ କୃଷି କର୍ମଣ ପୁରସ୍କାର ପାଇଛନ୍ତି। ମାତ୍ର ଧାନ ବିକ୍ରି ସମସ୍ୟାକୁ ନେଇ କେନ୍ଦ୍ର-ରାଜ୍ୟ ସରକାର ପରସ୍ପର ଦୋଷ ଲଦାଲଦି ହେଉଛନ୍ତି। ଆଉ ଏହି ରାଜନୈତିକ ଚକ୍ରାନ୍ତରେ ଚାଷୀକୁଳ ପେଷି ହେଉଛନ୍ତି। ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଏଭଳି ଅଭିଯୋଗ ଅଣାଯାଇ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସମାବେଶ କରାଯାଇଛି। ବିଗତବର୍ଷ ଧାନ କିଣାବିକା ସମୟରେ ସମସ୍ୟା ଉପୁଜିଥିଲା। ଆସନ୍ତା ମେ’ ୫ରେ ହେବାକୁ ଥିବା ରବିଧାନ ସଂଗ୍ରହ ପ୍ରକ୍ରିୟାରେ ତାହାର ପୁନରାବୃତ୍ତି ଯେଭଳି ନ ହୁଏ, ସେଥିପ୍ରତି ଆଗତୁରା ପଦକ୍ଷେପ ନେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜୟ କିଷାନ ଆନ୍ଦୋଳନ ସତର୍କ କରାଇ ଦେଇଛି। ଏହି କ୍ରମରେ ବରଗଡ଼ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ନବୀନ କୁମାର ପଟେଲ ସ୍ମାରକପତ୍ର ଗ୍ରହଣ କରିଥିଲେ।
ଉଷୁନା-ଅରୁଆ ଚାଉଳ ବିବାଦ ବନ୍ଦ କରି ଚାଷୀ ବିକୁଥିବା ସବୁ ଧାନ କିଣିବା, ସ୍ବାମୀନାଥନ କମିଶନ ରିପୋର୍ଟ ଭିତ୍ତିରେ ପ୍ରାପ୍ୟ ମିଳୁ ନ ଥିବାରୁ ଧାନ କୁଇଣ୍ଟାଲ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୫୦ଟଙ୍କା ଲେଖାଏ ବୋନସ ଦେବା, ଧାନ ସଂଗ୍ରହ ଋତୁ ସରିବା ଯାଏ ଟୋକନ ବୈଧ ରଖିବା, ଅମଳ ପୂର୍ବରୁ କୃଷିକ୍ଷେତ୍ରକୁ ବିଦ୍ୟୁତ କାଟ୍‌ କରା ନ ଯିବା, ଚାଷୀଙ୍କ ବକେୟା ବିଦ୍ୟୁତ୍‌ ଦେୟ ଛାଡ଼ କରିବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ମାନ୍ୟତା ଦାବିରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଜିଲାର ପ୍ରାୟ ସବୁ ବ୍ଲକର ଶତାଧିକ ଚାଷୀ ବରଗଡ଼ ଗୋଶାଳା ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ଜିଲାପାଳଙ୍କ ଅଫିସକୁ ଯାଇଥିଲେ। ସେମାନେ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣାରେ ବସିଥିଲେ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଥିଲେ, ୫ବର୍ଷ ତଳେ ବିଧାନସଭା ବଜେଟ ଅଧିବେଶନରେ ପାରିତ ସଂକଳ୍ପ ପ୍ରସ୍ତାବ ଅନୁଯାୟୀ ସ୍ବାମୀନାଥନ କମିଶନ ସୁପାରିସକ୍ରମେ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୨୯୪୦ ଟଙ୍କା ହେବା କଥା। ଅନ୍ୟପଟେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଘୋଷିତ ଧାନର ଏମ୍‌ଏସ୍‌ପି ଚଳିତବର୍ଷ କୁଇଣ୍ଟାଲ ପ୍ରତି ମାତ୍ର ୧୯୪୦ ଟଙ୍କା, ଯାହାକି ଗତ ୫ବର୍ଷ ତଳେ ବିଧାନସଭାରେ ପାରିତ ସଂକଳ୍ପ ପ୍ରସ୍ତାବ ଦରଠାରୁ ୧ହଜାର ଟଙ୍କା କମ୍‌। ଏହାସତ୍ତ୍ବେ ଏହାକୁ କେନ୍ଦ୍ର ସରକାର ସ୍ବାମୀନାଥନ କମିଶନ ସୂତ୍ର ମୁତାବକ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ବୋଲି ମିଥ୍ୟା ଦାବି କରୁଛନ୍ତି । ସେହିପରି ରାଜ୍ୟର ବିଜେଡି କେନ୍ଦ୍ର ବିରୋଧରେ ଆନ୍ଦୋଳନ କରିବ ବୋଲି ମିଥ୍ୟା ଦମ୍ଭୋକ୍ତି ଦେଖାଇ ନୀରବ ରହୁଛି ବୋଲି ଲିଙ୍ଗରାଜ କହିଥିଲେ।
ଜୟ କିଷାନ ଆନ୍ଦୋଳନର ସଭାପତି ସୁଶୀଲ କୁମାର ସାହୁ କହିଥିଲେ, ୨ବର୍ଷ ହେଲା ଉଷୁନା-ଅରୁଆ ଚାଉଳ ବିବାଦ ଆଳରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସଙ୍କୁଚିତ କରି ଚାଷୀକୁଳକୁ ସଙ୍କଟକୁ ଠେଲି ଦିଆଯାଇଛି । ଗତ ବର୍ଷ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଚଳିତବର୍ଷଠାରୁ ରାଜ୍ୟ ସରକାରଙ୍କ ସଂଗୃହୀତ ବଳକା ଉଷୁନା ଚାଉଳ କ୍ରୟ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ମାତ୍ର ସମାଧାନର ବାଟ ଫିଟାଇବା ବଦଳରେ ଏହି ବିବାଦ କେନ୍ଦ୍ର-ରାଜ୍ୟର ପତ୍ର ବିନିମୟରେ ସୀମିତ ରହିଛି। ଏହା କେନ୍ଦ୍ର-ରାଜ୍ୟ ସରକାରଙ୍କ ଏକ ମିଳିତ ଷଡ଼ଯନ୍ତ୍ର ବୋଲି ଆଶଙ୍କା ପ୍ରକାଶ ପାଇଥିବା ସେ କହିଛନ୍ତି। ଉକ୍ତ ସମସ୍ୟାର ସମାଧାନ କରା ନ ଗଲେ ଚାଷୀମାନେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ସେ ଚେତାବନୀ ଦେଇଥିଲେ। ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ, ରମେଶ ପତି, ଚାଷୀନେତା ରମେଶ ମହାପାତ୍ର, ମହେଶ ପ୍ରଧାନ, ଭଞ୍ଜନ ବାରିକ, ସୁରେନ୍ଦ୍ର ମେହେର, ସରୋଜ ପ୍ରଧାନ, ସୁଦାମ ପାତ୍ର, ଅରୁଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri