Categories: ଜାତୀୟ

ପଞ୍ଜାବ ନିର୍ବାଚନ ପୂର୍ବରୁ ଚାଷୀ ଆନ୍ଦୋଳନ ଶେଷ ହେବା ସମ୍ଭାବନା, କ୍ୟାପଟେନ୍‌ ଦେଲେ ସଙ୍କେତ…

ଚଣ୍ଡିଗଡ଼,୨୦।୧୦: ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଦେଶରେ ସଂଶୋଧିତ କୃଷି ଆଇନକୁ ନେଇ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନ ଶେଷ ହେବାର ସମ୍ଭାବନା ରହିଥିବା ନେଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସଙ୍କେତ ଦେଇଛନ୍ତି। କ୍ୟାପଟେନ୍‌ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି।

ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହିତ କ୍ୟାପଟେନ୍‌ ସାକ୍ଷାତ୍‌ କରି ସାରିଛନ୍ତି। ଏବେ ଏହାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା କରାଯାଉଛି। କେତେକ ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏନେଇ କାର୍ଯ୍ୟ ମଧ୍ୟ ଆରମ୍ଭ କରି ସାରିଛନ୍ତି। ତେବେ କ୍ୟାପଟେନ୍‌ଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ନେଇ ରାଜ୍ୟ ରାଜନୀତିରେ ବିଭିନ୍ନ ଚର୍ଚ୍ଚା ଜାରି ରହିଛି।

Share