ବର୍ଷାରେ ଭାଙ୍ଗିଲା ଚାଷୀ ମନୋବଳ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚଳିତ ବର୍ଷ ଓଡ଼ିଶାର ଚାଷ ଓ ଚାଷୀଙ୍କ ପାଇଁ କୌଣସି ଦୃଷ୍ଟିରୁ ଶୁଭଙ୍କର ହୋଇପାରିନାହିଁ। ଚାଷ କାର୍ଯ୍ୟ ଆରମ୍ଭରୁ ମୌସୁମୀର ଅନିୟମିତତା ଯୋଗୁ ତଳି ପୋଡିଗଲା। ତା’ ପରେ କେଣ୍ଡାରେ ଫସଲ ଧରିବା ସମୟରେ ଅଦିନିଆ ବର୍ଷା ଫସଲକୁ କ୍ଷତି ପହଞ୍ଚାଇଲା। ଏବେ ବାତ୍ୟା ‘ଜୱାଦ’ ଭୟରେ କେଉଁଠି ଚାଷୀ ଫସଲକୁ ଆଗୁଆ ଅମଳ କଲେ, ତ ଆଉ କେଉଁଠି ସମୟ ଅଭାବରୁ ଫସଲକୁ ସେମିତି ଭଗବାନଙ୍କ ଭରସାରେ ଛାଡିଦେଲେ। ହେଲେ ବାତ୍ୟା ଟଳିଥିଲେ ମଧ୍ୟ ଏଥିଜନିତ ବର୍ଷା ବାକିତକ ଫସଲ ମଧ୍ୟ ନଷ୍ଟ କରିଦେବାକୁ ବସିଛି। ବର୍ଷା ପାଣିରେ ପାଚିଲା ଧାନ ଶୋଇ ରହିଥିବାବେଳେ କ୍ଷେତକୁ ଦେଖି ଚାଷୀର ମନୋବଳ ଭାଙ୍ଗି ଯାଇଛି। ଏପରିସ୍ଥିତିରେ କୃଷି ବିଶେଷଜ୍ଞମାନେ ଚାଷୀଙ୍କୁ ବର୍ଷା କମିବାର ସୂଚନା ଦେବା ସହ ଜମିରୁ ଜଳ ନିଷ୍କାସନ ପାଇଁ ପରାମର୍ଶ ଦେଇଛନ୍ତି।

ରବିବାର ହୋଇଥିବା ପ୍ରବଳ ବର୍ଷାରେ ଜଗତ୍‌ସିଂପୁର, ନୟାଗଡ, ଗଞ୍ଜାମ, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଆଦି ଜିଲାଗୁଡିକରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ପୁରୀ ଜିଲା କାଦୁଆ ପଞ୍ଚାୟତ ଭଟ୍ଟପୁର ଗ୍ରାମର ଚାଷୀ ସୁରେନ୍ଦ୍ର କୁମାର ନାୟକ କୁହନ୍ତି, ସେ ନିଜର ପ୍ରାୟ ୭ ଏକର ଜମିରେ ପୂଜା ଓ କନକ ପ୍ରଜାତିର ମସୁରି ଧାନ ଚାଷ କରିଥିଲେ। ଗତ ଅଦିନିଆ ବର୍ଷାରେ ଜମିରେ ପାଣି ଜମି ରହିବାରୁ ପ୍ରାୟ ୩ ଏକରର ଫସଲ ନଷ୍ଟ ହୋଇଥିଲା। ବାକି ଫସଲର ଅମଳ ପାଖେଇ ଆସୁଥିବାବେଳେ ବର୍ତ୍ତମାନର ବର୍ଷାରେ ତାହା ବୁଡ଼ି ରହିଛି। ସେହିପରି ଗାଁର ପ୍ରାୟ ୧୦୦ ଏକରରୁ ଅଧିକ ଚାଷ ଜମି ରହିଥିବାବେଳେ ୮୫ ଏକରରୁ ଊର୍ଦ୍ଧ୍ୱ ଜମିରେ ଚାଷୀମାନେ ଧାନ ଚାଷ ହୋଇଥିଲା। ବର୍ଷା ଯୋଗୁ ସବୁ ଚାଷୀ କ୍ଷତିରେ ପଡିବେ। ଏଣୁ ଆସନ୍ତା ଖରିଫ ପସଲ ପାଇଁ ମାଗଣାରେ ଚାରା କିମ୍ବା ବିହନ ଓ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ଆଗକୁ ଆଉ ସେହିଭଳି ବର୍ଷାର ସମ୍ଭାବନା ନାହିଁ। ସୋମବାର ଦକ୍ଷିଣ ଓଡିଶାରେ ବର୍ଷାର ସମ୍ଭାବନା ନ ଥିବାବେଳେ ଉତ୍ତର ଓ ଉପକୂଳ ଓଡିଶାରେ ସାମାନ୍ୟ ବର୍ଷା ହୋଇପାରେ। ଏହା ଚାଷୀଙ୍କ ପାଇଁ ଟିକିଏ ଆଶ୍ୱସ୍ତିକର ଖବର ହୋଇଥିବାବେଳେ ଯେଉଁ ଯେଉଁ ଜିଲାଗୁଡିକରେ ବାତ୍ୟା କାରଣରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି, ସେଠାରେ ଧାନ ଗଛ ଭୂଇଁରେ ଶୋଇଯାଇଛି। ଏଣୁ ସେହି ଅଞ୍ଚଳଗୁଡିକରେ ଫସଲ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। କୃଷି ବିଶେଷଜ୍ଞ ତୁଷାର ରଞ୍ଜନ ମହନ୍ତି କହିଛନ୍ତି, ବାତ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ବାତ୍ୟା ପୂର୍ବରୁ ୮୫ ପ୍ରତିଶତରୁ ଅଧିକ ପାଚିଯାଇଥିବା ଫସଲକୁ ଅମଳ କରିବାକୁ ପରାମର୍ଶ ଦିଆଯାଇଥିଲା। ଆଗକୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ଅମଳ ହୋଇପାରି ନ ଥିବା ଫସଲକୁ ଠିଆ କରି ରଖିବା ସହ ଯଥାଶୀଘ୍ର ଜମିରୁ ଜଳ ନିଷ୍କାସନ କରନ୍ତୁ। ଏଥିସହ ଜମି ଆଦର୍‌ର ଥିବାରୁ ଆଗାମୀ ରବି ଋତୁ ପାଇଁ ପ୍ରସ୍ତୁତ ହେବା ପାଇଁ ଚାଷୀଙ୍କୁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri