Categories: ଜାତୀୟ

ମନ୍ତ୍ରୀ ନ ଆସିବାରୁ କୃଷକଙ୍କ ବୈଠକ ବର୍ଜନ

ନୂଆଦିଲ୍ଲୀ, ୧୫ା୧୦: ନୂଆ କୃଷି ଆଇନକୁ ବିରୋଧ କରି ପଞ୍ଜାବରେ କୃଷକଙ୍କ ବିରୋଧ ଜାରି ରହିଛି। ଏହାର ସମାଧାନ ଲାଗି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବୁଧବାର ଏକ ବୈଠକର ଆୟୋଜନ କରିଥିଲେ। କୃଷି ଆଇନକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂରକରିବା ଲାଗି ଏହି ବୈଠକ ଡକାଯାଇଥିଲା। ହେଲେ ବୈଠକକୁ କୃଷିମନ୍ତ୍ରୀ ନ ଆସିବାରୁ କୃଷକଙ୍କ ମନରେ ଅସନ୍ତୋଷ ବଢ଼ିଯାଇଥିଲା। ଫଳରେ କୃଷକ ସଙ୍ଗଠନ ପକ୍ଷରୁ ଏହି ବୈଠକକୁ ବର୍ଜନ କରାଯାଇଥିଲା। ସରକାର କୃଷି ଆଇନକୁ ନେଇ ଡବଲ ଷ୍ଟାଣ୍ଡାର୍ଡ ଦେଖାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଯୋଗୀନ୍ଦର ସିଂଙ୍କ ନେତୃତ୍ୱାଧୀନ ଭାରତୀ କିଷାନ ସଂଘ ସହ ୨୯ କୃଷକ ସଙ୍ଗଠନର ପ୍ରତିନିଧି ଏହି ବୈଠକକୁ ଆସଥିଲେ। କୃଷି ଭବନଠାରେ କଡ଼ା ସୁରକ୍ଷା ମଧ୍ୟରେ ଏହି ବୈଠକ ଆରମ୍ଭ ହୋଇଥିବାବେଳେ ମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁ କୃଷକମାନେ ଉତ୍‌କ୍ଷୀପ୍ତ ହୋଇ ବୈଠକ ବର୍ଜନ କରିବା ସହ କୃଷି ବିଲ ସମ୍ପର୍କିତ କାଗଜପତ୍ରଗୁଡ଼ିକୁ ଚିରି ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ। ବୈଠକରେ ଉପସ୍ଥିତ ଥିବା କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲ ଏନେଇ କିଛି କହି ନ ଥିଲେ।

Share