ବୀମା କମ୍ପାନୀ ଚକ୍ରବୂ୍ୟହରେ ଚାଷୀ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜ୍ୟରେ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଉନାହାନ୍ତି। ବୀମା କମ୍ପାନୀ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଷୀମାନେ ଫସି ଯାଇଛନ୍ତି। ଘରୋଇ କମ୍ପାନୀ ଲାଭ ଖାଉଛନ୍ତି। କେବଳ ବୀମା ନୁହେଁ, ଚାଷୀମାନେ ଋଣ ମଧ୍ୟ ପାଇ ପାରୁନାହାନ୍ତି। ଅଧିକ ସୁଧରେ ମହାଜନଠାରୁ ଋଣ ଆଣି ଶୁଝି ନ ପାରି ଆତ୍ମହତ୍ୟା କରୁଛନ୍ତି। ସରକାର ଚାଷୀ ଆତ୍ମହତ୍ୟାକୁ ବ୍ୟକ୍ତିଗତ କାରଣ ଦର୍ଶାଇ ଏଡ଼ାଇ ଯାଉଛନ୍ତି। ଗତ ଦୁଇ ବର୍ଷ ହେବ ରାଜ୍ୟର ବହୁ ଚାଷୀ ଫସଲ ବୀମା ପାଇନାହାନ୍ତି। ଫସଲ ବୀମାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି।
ଫସଲ ବୀମା ଓ ଚାଷୀ ହତାଶ ପ୍ରସଙ୍ଗରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ମୁଲତବୀ ଆଲୋଚନା ଆରମ୍ଭ କରି କହିଲେ, ରାଜ୍ୟର ୧୦୪ ବ୍ଲକରେ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇନାହାନ୍ତି। ରାଜ୍ୟରେ ୩ଟି ଘରୋଇ କମ୍ପାନୀକୁ ଫସଲବୀମା ପାଇଁ ଦାୟିତ୍ୱ ଦିଆଯାଇଛି। ସେହି କମ୍ପାନୀ ଚାଷୀଙ୍କ ପ୍ରିମିୟମ ଖାଇ ବସି ଯାଉଛନ୍ତି। ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ୨୦୨୦-୨୧ରୁ ଅନେକ ଚାଷୀ ଫସଲ ବୀମା ପାଇନାହାନ୍ତି। ବୀମା ପାଉ ନ ଥିବା ବେଳେ ଚାଷୀଙ୍କୁ ଋଣ ନ ଶୁଝିଲେ ଋଣ ଦିଆଯାଉ ନାହିଁ। ରାଜ୍ୟର ଚାଷୀ କିପରି ବୀମା ପାଇବେ, ରାଜ୍ୟ ସରକାର କେନ୍ଦ୍ରକୁ ଜଣାନ୍ତୁ। ଯଦି କେନ୍ଦ୍ର ସରକାର ଘରୋଇ କମ୍ପାନୀଙ୍କୁ ନିୟୋଜିତ କରିଛନ୍ତି, ତେବେ ସେ କଥା ଅଲଗା। ଚୋରଙ୍କ ହାତରେ ବୀମା ଦିଆଯାଇଛି। କମ୍ପାନୀ ଲାଭ ଖାଉଛନ୍ତି। ଚାଷୀଙ୍କୁ ଲୁଟିବାକୁ ଛାଡ଼ି ଦେଇଛନ୍ତି। ଯେଉଁମାନେ ଋଣ ଶୁଝିନାହାନ୍ତି, ସରକାର ସେମାନଙ୍କୁ ତୁରନ୍ତ ଋଣ ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ କହିଲେ, ୨୦୧୫ରେ କେନ୍ଦ୍ର ସରକାର ଚାଷୀଙ୍କୁ ଫସଲ ନଷ୍ଟ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାରୀ କଲେ। ବୀମା କମ୍ପାନୀ ସହ କେନ୍ଦ୍ର ସରକାରଙ୍କର କୌଣସି ସମ୍ପର୍କ ନାହିଁ। ଜିଲାସ୍ତରରେ ଟେଣ୍ଡର କରାଯାଇ ବୀମା କମ୍ପାନୀଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ୧୧ଟା କ୍ଲାଇମେଟିକ ଜୋନ୍‌ କରାଯାଇଥିବା ବେଳେ ୬ଟି କ୍ଲଷ୍ଟର କରାଯାଇଛି। ଓଡ଼ିଶା ସରକାର ଓ ବୀମା କମ୍ପାନୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ସାରା ରାଜ୍ୟରେ ୫୮ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଭାଜପା ସଭ୍ୟ ନାଉରୀ ନାୟକ, ସୁବାସ ପାଣିଗ୍ରାହୀ ବୀମା ଓ ଋଣକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ବ୍ୟାପକ ଦୁର୍ନୀତି ଯୋଗୁ ଯୋଗ୍ୟ ଚାଷୀ ବୀମା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ୪୭% ଚାଷୀ ଋଣଚିନ୍ତାରେ ପଡିଛନ୍ତି। ଚାଷୀଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି। ମୁଲତବୀ ପ୍ରସ୍ତାବକୁ ବିରୋଧ କରି ବିଜେଡି ସଭ୍ୟ ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ସାମଲ, ଦେବେଶ ଆଚାର୍ଯ୍ୟ, ରାଜକିଶୋର ଦାସ ପ୍ରମୁଖ କହିଥିଲେ ଯେ, ଜାତୀୟସ୍ତରରେ ୧୭% ଚାଷୀ ସମବାୟ ଓ ଅନ୍ୟାନ୍ୟ ବ୍ୟାଙ୍କ ଜରିଆରେ ଋଣ ପାଉଥିବା ବେଳେ ଓଡ଼ିଶାରେ ୬୦% ଚାଷୀ ଋଣ ପାଉଛନ୍ତି। ୨୦୧୭-୧୮ରେ ରାଜ୍ୟରେ ଚାଷୀଙ୍କୁ ୧୧ ହଜାର କୋଟି ଋଣ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଏବେ ଏହା ୧୬ ହଜାର କୋଟିରେ ପହଞ୍ଚିଲାଣି। ଚାଷୀମାନେ କିପରି ବୀମା ପାଇପାରିବେ ସରକାର ଉଦ୍ୟମ କରନ୍ତୁ।
ଉତ୍ତରରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ, ରାଜ୍ୟରେ କୃଷିର ବିକାଶ ହେଉ ନ ଥିଲେ ରାଜ୍ୟ ସରକାର ବାରମ୍ବାର କୃଷି କର୍ମଣ ପୁରସ୍କାର ପାଉ ନ ଥା’ନ୍ତେ। ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇନାହାନ୍ତି। ସେମାନେ କିପରି ପାଇବେ ସେ ନେଇ ସରକାର ବ୍ୟବସ୍ଥା କରୁଛନ୍ତି। ରାଜ୍ୟରେ ଚାଷୀମାନଙ୍କୁ କୃଷିଋଣ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୧୭-୧୮ରେ ୩୦.୭୪ ଲକ୍ଷ ଚାଷୀଙ୍କୁ ୧୧ ହଜାର କୋଟି, ୨୦୧୮-୧୯ରେ ୩୩.୬୧ ଲକ୍ଷ ଚାଷୀଙ୍କୁୁ ୧୨,୮୧୦ କୋଟି, ୨୦୧୯-୨୦ରେ ୩୪.୪୦ ଲକ୍ଷ ଚାଷୀଙ୍କୁ ୧୫,୧୮୯ କୋଟି ଏବଂ ୨୦୨୦-୨୧ରେ ୩୪.୬୪ ଲକ୍ଷ ଚାଷୀଙ୍କୁ ୧୬,୦୯୪ କୋଟି ଟଙ୍କାର ଶସ୍ୟଋଣ ଦିଆଯାଇଛି। ଚଳିତ ଖରିଫ ଋତୁରେ ୯ ହଜାର କୋଟି ଟଙ୍କା ଋଣଦେବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ୧୧.୫୮ ଲକ୍ଷ ଚାଷୀଙ୍କୁ ୫,୪୫୩ କୋଟି ଟଙ୍କା କୃଷି ଋଣ ଯୋଗାଇ ଦିଆଯାଇଛି। ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରି ବିରୋଧୀ ଦଳ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri