ଚାଷୀଙ୍କ ମୁଣ୍ଡରେ ଚଡ଼କ, ନାମକୁ ମାତ୍ର ଉଠିଲା ଧାନ: ମିଲରଙ୍କ ଧର୍ମଘଟ ପ୍ରତ୍ୟାହାର ପରେ ବି ମିଳୁନି ନ୍ୟାୟ

ବଲାଙ୍ଗୀର,୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି। ମିଲରମାନଙ୍କ ଧର୍ମଘଟ ଯୋଗୁ ଚାଷୀଙ୍କ ଅଡୁଆ ଆହୁରି ବଢ଼ିଯାଇଛି। ଗତ ୪/୫ ଦିନ ହେଲା ଚାଷୀମାନେ ମଣ୍ଡିକୁ ଧାନ ଆଣି ରଖିଥିଲେ। ହେଲେ ସେମାନଙ୍କ ଧାନ କିଣା ନ ଯିବାରୁ ଅନେକ ଚାଷୀ ମଣ୍ଡିରେ ଧାନ ଜଗି କଷ୍ଟ ପାଇଛନ୍ତି। ପ୍ରବଳ ଥଣ୍ଡାରେ ଧାନ ଜଗିବାକୁ ମଣ୍ଡିରେ ରହିଥିବା ଚାଷୀମାନେ ଚଳିତ ବର୍ଷର ଧାନକିଣା ଅବ୍ୟବସ୍ଥା ସବୁ ବର୍ଷରୁ ବଳିଯାଇଛି ବୋଲି କହିଛନ୍ତି। ବୁଧବାର ମିଲରମାନଙ୍କ ଧର୍ମଘଟ ପ୍ରତ୍ୟାହାର ହେଲା ବୋଲି କୁହାଯାଇଥିଲା। ବୁଧବାର ସନ୍ଧ୍ୟାରୁ ମଣ୍ଡିରେ ଅଟକି ରହିଥିବା ଟ୍ରକ୍‌ଗୁଡିକରେ ଧାନ ଉଠାଣ କରାଯିବ ବୋଲି ବଲାଙ୍ଗୀର ମିଲର୍ସ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଅନେକ ମଣ୍ଡିରେ ଧାନ ଉଠି ନ ଥିବା ଜଣାପଡିଛି। ଏପରି କି ଯେଉଁ କିଛି ପାକ୍ସରେ ଧାନ ଉଠିଛି ସେଠି ନାମକୁ ମାତ୍ର ଜଣେ କି ଦୁଇଜଣ ଚାଷୀଙ୍କ ଧାନ ଉଠାଣ କରାଯାଇଛି।
ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ୍‌ ଅନ୍ତର୍ଗତ ପୁଇଁନ୍ତଳା ପାକ୍ସରେ ଗୁରୁବାର ଅପରାହ୍ନ ୪ଟାରେ ଗୋଟିଏ ଟ୍ରକ୍‌ ଆସି କିଛି କୁଇଣ୍ଟାଲ ଧାନ ଉଠାଣ କରିଥିବା ଜଣାପଡିଛି। ଏହି ପାକ୍ସ ଅନ୍ତର୍ଗତ ବେହେରାପାଲିର ଚାଷୀ ଜଗବନ୍ଧୁ ସାଏ କହିଛନ୍ତି, ୫ ଦିନ ତଳେ ୧୬୧ ବସ୍ତା ଧାନ ପୁଇଁନ୍ତଳା ପାକ୍ସକୁ ଆଣିଥିଲି। ମିଲରମାନେ ଧର୍ମଘଟ କରିବାରୁ ଧାନ କିଣାଗଲା ନାହିଁ କି ଲିପ୍ଟିଂ ହେଲାନାହିଁ। ଫଳରେ ଧାନକୁ ଜଗିବା ପାଇଁ ଗତ ୪ ଦିନ ହେଲା ରାତିରେ ପାକ୍ସରେ ରହୁଛି। ଧାନ ଲୋଡିଂ, ଅନ୍‌ଲୋଡିଂ କରିବା ପାଇଁ ଶ୍ରମିକଙ୍କୁ ନିୟୋଜିତ କରିବାକୁ ପଡୁଛି। ଗତ ୪ ଦିନ ହେଲା ଧାନ ବିକ୍ରି ହୋଇ ନ ଥିବାରୁ ଆଜି ହେବ, କାଲି ହେବ ବୋଲି ପ୍ରତିଦିନ ଶ୍ରମିକଙ୍କୁ କହିବାକୁ ପଡୁଥିଲା। ମାତ୍ର ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଧାନ ଉଠି ନ ଥିଲା। ଏବାବଦରେ ଚାଷୀଙ୍କୁ ଖର୍ଚ୍ଚାନ୍ତ ଏବଂ ହଇରାଣ ହେବାକୁ ପଡୁଛି। ଗଇଁନ୍ତଲା ଗ୍ରାମର ଚାଷୀ ଜନ୍ମେଜୟ ଭୋଇ କହିଛନ୍ତି, ଚଳିତବର୍ଷ ଚାଷୀ ଯେଉଁ ସମସ୍ୟାର ସମ୍ମୁଖୀନ ହେଲାଣି କେବେ ହୋଇ ନ ଥିଲା। ଧାନବିକ୍ରି କରିବାକୁ ଚାଷୀକୁ ଏତେଦିନ କେବେ ବି ଲାଗି ନ ଥିଲା। ଚାଷୀଙ୍କ ପଞ୍ଜୀକରଣ, ଟୋକନ୍‌ ଆସିବା, ଧାନ ଲୋଡିଂ ଓ ଅନ୍‌ଲୋଡିଂ କରିବା ପାଇଁ ଯେତିକି ହଇରାଣ କରାଯାଉଛି ଏହା ପୂର୍ବରୁ କେବେ ହୋଇନାହିଁ ବୋଲି ସେ କହିଥିଲେ। ଏହି ପାକ୍ସର ସମ୍ପାଦକ ଅମିତ ପଟେଲ କହିଛନ୍ତି, ମିଲରଙ୍କ ଧର୍ମଘଟ ଯୋଗୁ ଧାନକିଣାରେ ଅଚଳାବସ୍ଥା ଦେଖାଦେଇଥିଲା। ଗୁରୁବାର ଠାରୁ ଧାନକିଣା ଆରମ୍ଭ ହେବ ବୋଲି କୁହାଯାଇଥିଲା। ତେବେ ଅପରାହ୍ନ ୪ଟା ସୁଦ୍ଧା ମିଲରଙ୍କ ଟ୍ରକ୍‌ ଆସି ନ ଥିଲା। ଏବେ ଟ୍ରକ୍‌ ଆସିଛି, କେତେ ଧାନ ଉଠିବାକୁ କୁହାଯାଇଛି ସେ ସମ୍ପର୍କରେ ବୁଝିକରି କହିବି। ମିଲରଙ୍କ ଧର୍ମଘଟ ଯୋଗୁ ଜିଲାରେ ଚାଷୀଙ୍କ ଧାନକିଣା ବ୍ୟାହତ ହୋଇଥିଲା। ପୂର୍ବରୁ ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା କହିଥିଲେ, ଜିଲାରେ ୧ ଲକ୍ଷ ୨୪ ହଜାର ୯୮୧ ମେଟ୍ରିକ୍‌ ଟନ୍‌ ଧାନ ମିଲକୁ ଉଠାଣ ହୋଇସାରିଥିଲା। ହେଲେ ଗୁରୁବାରର ସ୍ଥିତି ସମ୍ପର୍କରେ ପଚାରିବା ପାଇଁ ତାଙ୍କୁ ଫୋନ୍‌ କରିଥିଲେ ସୁଦ୍ଧା ସେ ଉଠାଇ ନ ଥିବାରୁ ତଥ୍ୟ ଜଣାପଡିନାହିଁ। ତେବେ ଜିଲାରେ ଧାନକିଣା ଅଚଳାବସ୍ଥା ଜାରି ରହିଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ସଫାରେ ଛାତ୍ରୀଛାତ୍ରଙ୍କୁ ନିୟୋଜନ ଅଭିଯୋଗ : ସେବାଶ୍ରମ ସ୍କୁଲ ଘେରିଲେ ଅଭିଭାବକ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲିସ୍ଥିତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପରିସରରେ ପାଇଖାନା ସଫା କରିବାରେ ନିୟୋଜିତ କରିଥିବା...

ଜିଲାସ୍ତରୀୟ ନୌକା-ତୀର ଚାଳନା ପ୍ରତିଯୋଗିତାରେ ବ୍ୟାପକ ଅବ୍ୟବସ୍ଥା: ମଞ୍ଚ ତ୍ୟାଗ କଲେ ଜନପ୍ରତିନିଧି, ପ୍ରଶାସନିକ ଏକଚାଟିଆ… 

ଥୁଆମୂଳ ରାମପୁର,୯।୧ (ଦୁର୍ଗା କୀର୍ତ୍ତି): ପ୍ରଶାସନିକ ଅବ୍ୟବସ୍ଥା ଓ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ ମଧ୍ୟରେ ଥୁଆମୂଳ ରାମପୁରଠାରେ ଆୟୋଜିତ ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା...

ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଦାବିପତ୍ର

ନୂଆପଡ଼ା, ୯।୧ (ମକାରୁ ବେମାଲ): ନୂଆପଡ଼ା ଜିଲା ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଦ୍ୱିତୀୟ ସଂନ୍ଧ୍ୟାରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ, ଗୋଟିଏ ମଞ୍ଚରେ…

ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ): ଦାରିଙ୍ଗବାଡି ଶୀତ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ...

ବେଆଇନ ଭାବେ ବିକୁଥିଲେ ମଦ: ଅଚାନକ ଚଢ଼ାଉ କରି ଜଣଙ୍କୁ ବାନ୍ଧିବା ସହ ବିପୁଳ…

ଛତ୍ରପୁର,୯।୧( ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନରେ କିଛି ଦିନ ହେଲା ବେଆଇନ ମଦ କାରବାର ହେଉଥିବା ନେଇ ଅଭିଯୋଗ ହେଉଥିଲା...

ଅତର ଭାଟିରୁ ଚୋରି, ୫ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କଲା…

ଛତ୍ରପୁର,୯ା୧(ଦିଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଅଞ୍ଚଳର ଏକ ଅତର ଭାଟିରୁ ଚୋରି ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ...

ଝିଅ ଜନ୍ମ ପରେ ଦେଉଥିଲେ ଯୌତୁକ ନିର୍ଯାତନା, ବାପଘରକୁ ଯିବା ପରେ ଦ୍ୱିତୀୟ ବିବାହ: ଥାନାରେ ସ୍ତ୍ରୀ ଦେଲେ…

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏନ୍‌.ପୁଷ୍ପା ରେଡ୍ଡୀଙ୍କୁ ତାଙ୍କ ସ୍ବାମୀ ଏନ୍‌. ସୂର୍ଯ୍ୟ ରେଡ୍ଡୀ ଏବଂ...

ଟ୍ୟୁଶନ ସାରି ଘରକୁ ଫେରୁଥିଲେ ଛାତ୍ରୀଛାତ୍ର: ଅଟୋକୁ ପିଟିଲା ବାଇକ୍‌; ୩ ଦୁର୍ଘଟଣାରେ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀ ପଲ୍ଲୀ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଏକ ସ୍କୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri