ଚାଷୀଙ୍କ ମୁଣ୍ଡରେ ଚଡ଼କ, ନାମକୁ ମାତ୍ର ଉଠିଲା ଧାନ: ମିଲରଙ୍କ ଧର୍ମଘଟ ପ୍ରତ୍ୟାହାର ପରେ ବି ମିଳୁନି ନ୍ୟାୟ

ବଲାଙ୍ଗୀର,୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି। ମିଲରମାନଙ୍କ ଧର୍ମଘଟ ଯୋଗୁ ଚାଷୀଙ୍କ ଅଡୁଆ ଆହୁରି ବଢ଼ିଯାଇଛି। ଗତ ୪/୫ ଦିନ ହେଲା ଚାଷୀମାନେ ମଣ୍ଡିକୁ ଧାନ ଆଣି ରଖିଥିଲେ। ହେଲେ ସେମାନଙ୍କ ଧାନ କିଣା ନ ଯିବାରୁ ଅନେକ ଚାଷୀ ମଣ୍ଡିରେ ଧାନ ଜଗି କଷ୍ଟ ପାଇଛନ୍ତି। ପ୍ରବଳ ଥଣ୍ଡାରେ ଧାନ ଜଗିବାକୁ ମଣ୍ଡିରେ ରହିଥିବା ଚାଷୀମାନେ ଚଳିତ ବର୍ଷର ଧାନକିଣା ଅବ୍ୟବସ୍ଥା ସବୁ ବର୍ଷରୁ ବଳିଯାଇଛି ବୋଲି କହିଛନ୍ତି। ବୁଧବାର ମିଲରମାନଙ୍କ ଧର୍ମଘଟ ପ୍ରତ୍ୟାହାର ହେଲା ବୋଲି କୁହାଯାଇଥିଲା। ବୁଧବାର ସନ୍ଧ୍ୟାରୁ ମଣ୍ଡିରେ ଅଟକି ରହିଥିବା ଟ୍ରକ୍‌ଗୁଡିକରେ ଧାନ ଉଠାଣ କରାଯିବ ବୋଲି ବଲାଙ୍ଗୀର ମିଲର୍ସ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଅନେକ ମଣ୍ଡିରେ ଧାନ ଉଠି ନ ଥିବା ଜଣାପଡିଛି। ଏପରି କି ଯେଉଁ କିଛି ପାକ୍ସରେ ଧାନ ଉଠିଛି ସେଠି ନାମକୁ ମାତ୍ର ଜଣେ କି ଦୁଇଜଣ ଚାଷୀଙ୍କ ଧାନ ଉଠାଣ କରାଯାଇଛି।
ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ୍‌ ଅନ୍ତର୍ଗତ ପୁଇଁନ୍ତଳା ପାକ୍ସରେ ଗୁରୁବାର ଅପରାହ୍ନ ୪ଟାରେ ଗୋଟିଏ ଟ୍ରକ୍‌ ଆସି କିଛି କୁଇଣ୍ଟାଲ ଧାନ ଉଠାଣ କରିଥିବା ଜଣାପଡିଛି। ଏହି ପାକ୍ସ ଅନ୍ତର୍ଗତ ବେହେରାପାଲିର ଚାଷୀ ଜଗବନ୍ଧୁ ସାଏ କହିଛନ୍ତି, ୫ ଦିନ ତଳେ ୧୬୧ ବସ୍ତା ଧାନ ପୁଇଁନ୍ତଳା ପାକ୍ସକୁ ଆଣିଥିଲି। ମିଲରମାନେ ଧର୍ମଘଟ କରିବାରୁ ଧାନ କିଣାଗଲା ନାହିଁ କି ଲିପ୍ଟିଂ ହେଲାନାହିଁ। ଫଳରେ ଧାନକୁ ଜଗିବା ପାଇଁ ଗତ ୪ ଦିନ ହେଲା ରାତିରେ ପାକ୍ସରେ ରହୁଛି। ଧାନ ଲୋଡିଂ, ଅନ୍‌ଲୋଡିଂ କରିବା ପାଇଁ ଶ୍ରମିକଙ୍କୁ ନିୟୋଜିତ କରିବାକୁ ପଡୁଛି। ଗତ ୪ ଦିନ ହେଲା ଧାନ ବିକ୍ରି ହୋଇ ନ ଥିବାରୁ ଆଜି ହେବ, କାଲି ହେବ ବୋଲି ପ୍ରତିଦିନ ଶ୍ରମିକଙ୍କୁ କହିବାକୁ ପଡୁଥିଲା। ମାତ୍ର ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଧାନ ଉଠି ନ ଥିଲା। ଏବାବଦରେ ଚାଷୀଙ୍କୁ ଖର୍ଚ୍ଚାନ୍ତ ଏବଂ ହଇରାଣ ହେବାକୁ ପଡୁଛି। ଗଇଁନ୍ତଲା ଗ୍ରାମର ଚାଷୀ ଜନ୍ମେଜୟ ଭୋଇ କହିଛନ୍ତି, ଚଳିତବର୍ଷ ଚାଷୀ ଯେଉଁ ସମସ୍ୟାର ସମ୍ମୁଖୀନ ହେଲାଣି କେବେ ହୋଇ ନ ଥିଲା। ଧାନବିକ୍ରି କରିବାକୁ ଚାଷୀକୁ ଏତେଦିନ କେବେ ବି ଲାଗି ନ ଥିଲା। ଚାଷୀଙ୍କ ପଞ୍ଜୀକରଣ, ଟୋକନ୍‌ ଆସିବା, ଧାନ ଲୋଡିଂ ଓ ଅନ୍‌ଲୋଡିଂ କରିବା ପାଇଁ ଯେତିକି ହଇରାଣ କରାଯାଉଛି ଏହା ପୂର୍ବରୁ କେବେ ହୋଇନାହିଁ ବୋଲି ସେ କହିଥିଲେ। ଏହି ପାକ୍ସର ସମ୍ପାଦକ ଅମିତ ପଟେଲ କହିଛନ୍ତି, ମିଲରଙ୍କ ଧର୍ମଘଟ ଯୋଗୁ ଧାନକିଣାରେ ଅଚଳାବସ୍ଥା ଦେଖାଦେଇଥିଲା। ଗୁରୁବାର ଠାରୁ ଧାନକିଣା ଆରମ୍ଭ ହେବ ବୋଲି କୁହାଯାଇଥିଲା। ତେବେ ଅପରାହ୍ନ ୪ଟା ସୁଦ୍ଧା ମିଲରଙ୍କ ଟ୍ରକ୍‌ ଆସି ନ ଥିଲା। ଏବେ ଟ୍ରକ୍‌ ଆସିଛି, କେତେ ଧାନ ଉଠିବାକୁ କୁହାଯାଇଛି ସେ ସମ୍ପର୍କରେ ବୁଝିକରି କହିବି। ମିଲରଙ୍କ ଧର୍ମଘଟ ଯୋଗୁ ଜିଲାରେ ଚାଷୀଙ୍କ ଧାନକିଣା ବ୍ୟାହତ ହୋଇଥିଲା। ପୂର୍ବରୁ ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା କହିଥିଲେ, ଜିଲାରେ ୧ ଲକ୍ଷ ୨୪ ହଜାର ୯୮୧ ମେଟ୍ରିକ୍‌ ଟନ୍‌ ଧାନ ମିଲକୁ ଉଠାଣ ହୋଇସାରିଥିଲା। ହେଲେ ଗୁରୁବାରର ସ୍ଥିତି ସମ୍ପର୍କରେ ପଚାରିବା ପାଇଁ ତାଙ୍କୁ ଫୋନ୍‌ କରିଥିଲେ ସୁଦ୍ଧା ସେ ଉଠାଇ ନ ଥିବାରୁ ତଥ୍ୟ ଜଣାପଡିନାହିଁ। ତେବେ ଜିଲାରେ ଧାନକିଣା ଅଚଳାବସ୍ଥା ଜାରି ରହିଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri