ମଧୁରଜଳ ପାଇଁ ଚାହିଁଛନ୍ତି ୬ ପଞ୍ଚାୟତ ଚାଷୀ

ମହାକାଳପଡ଼ା,୩/୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ଚାଷୀ ଓ ଚାଷର ବିକାଶ ପାଇଁ କେନ୍ଦ୍ର, ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଚାଷଜମିରେ ଜଳସେଚନର ପ୍ରମୁଖ ଭୂମିକା ରହିଛି। ହେଲେ ଜଳସେଚନ ପରି ମୌଳିକ ସୁବିଧା ସୁଯୋଗ ନ ଥିବାରୁ ଚାଷ କାମ ଆଗେଇ ପାରୁନାହିଁ ବୋଲି ଚାଷୀମାନେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ର ୬ ପଞ୍ଚାୟତର ମଙ୍ଗଳପୁର, ବରକନ୍ଧା, ପେଟଛେଲା, ରାମନଗର, ବଉଳକଣି ଓ ବାରଡାଙ୍ଗ ଚାଷୀମାନଙ୍କ ୩ ହଜାର ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ପାଇଁ ମହାନଦୀ ଶାଖା ଗୁପ୍ତଗିରି ନଦୀରେ ଆଖଡ଼ାସାହିଠାରେ ତତ୍କାଳୀନ ବିଜୁ ପଟ୍ଟନାୟକଙ୍କ ସରକାର ୧୯୯୫-୯୬ ମସିହାରେ ୫୫ ଲକ୍ଷ ଟଙ୍କା ବ୍ୟୟରେ ସ୍କୁଇସ କ୍ରିକ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ୨୦୦୧-୦୨ରେ ପ୍ରକଳ୍ପଟି ଭୁଶୁଡ଼ି ପଡ଼ିଥିଲା। କାରଣ ଉପଯୁକ୍ତ ଜ୍ଞାନକୌଶଳ, ବୈଷୟିକ ତ୍ରୁଟି ଓ ଅଧିକ ଗଭୀର ପଙ୍କୁଆ ସ୍ଥାନ ଯୋଗୁ ପ୍ରକଳ୍ପଟି ଭୁଶୁଡି ପଡ଼ିଥିବା କୁହାଯାଉଛି। ପରବର୍ତ୍ତୀ ସମୟରେ ଅଞ୍ଚଳର ଚାଷୀଙ୍କ ଦୁଃଖ ଦେଖି ଭୁଶୁଡ଼ି ପଡ଼ିଥିବା କ୍ରିକ୍‌ଠାରୁ ୨ ଶହ ମିଟର ଦୂର ମଧ୍ୟରେ ଜଳସେଚନ ବିଭାଗ (ନଦୀ ତଟବନ୍ଧ ବିଭାଗ) ପକ୍ଷରୁ ୨୦୧୩ ମେରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୭ କୋଟି ଟଙ୍କା ବ୍ୟୟ ଅଟକଳରେ ମହାନଦୀ ସଂଲଗ୍ନ ପିତାପାଟଠାରେ ଏହି ସ୍କୁଇସ୍‌ କ୍ରିକର ଶିଳାନ୍ୟାସ କରିଥିଲେ। ତେବେ ପ୍ରକଳ୍ପଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ୨୦୧୮-୧୯ରେ ସରିଥିଲା। ହେଲେ ପ୍ରକଳ୍ପ ଉଭୟପାର୍ଶ୍ୱରେ ଘରୋଇ ଜମି ଥିବାରୁ ଅଧିଗ୍ରହଣ କରାଯାଉ ନ ଥିବା ଜଳସେଚନ ହେବାରେ ବାଧକ ସାଜିଛି। ଅପରପକ୍ଷରେ ଭୁଶୁଡ଼ି ଥିବା କ୍ରିକ୍‌ ଦେଇ ମହାନଦୀରୁ ଖରାଦିନେ ଲୁଣି ଜଳ ପ୍ରବେଶ କରି ୬ଟି ପଞ୍ଚାୟତର ୩ ହଜାର ହେକ୍ଟର ଜମିରେ ଖରାଦିନେ ଖରିଫ୍‌ ଋତୁରେ ଚାଷ ଜମିରେ ପ୍ରବେଶ କରି ସାବିନି, କିଆବାରିଆ, ବାଛୁରିଆ, ମଧୁବନ, ଚଣ୍ଡିଗୋଜ, ମହୁଲା, ବାରାଖିଆ, ଚଡ଼କମରା, ଶଙ୍ଖ ଗୋଜ, ପୋଖରିଆ ଗୋଜ ଆଦି ଚାଷ ଜମି ଭେଡ଼ା ଅଞ୍ଚଳରେ ପ୍ରଭାବିତ ହେଉଛି ବୋଲି କୁହାଯାଉଛି। ଏହି ସମସ୍ୟା ଦୀର୍ଘବର୍ଷ ପୂର୍ବରୁ କିପରି ସମାଧାନ ହେବ ସେଥିପାଇଁ ରାଜ୍ୟ ଭାଜପା ସରକାର ସ୍ବତନ୍ତ୍ର ଦୃଷ୍ଟିଦେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଚାଷୀ ସଙ୍ଗଠନ କର୍ମକର୍ତ୍ତା ପ୍ରମୁଖ ନିବେଦନ କରିଛନ୍ତି।
ଏ ସମ୍ପର୍କରେ ୨୦୨୪ ବିଧାନସଭା ମୌସୁମୀ ଅଧିବେଶନରେ ସ୍ଥାନୀୟ ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ବାଚସ୍ପତି ଓ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲା ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ଅଦ୍ୟାବଧି ଜମି ଅଧିଗ୍ରହଣ କରାଯାଉ ନ ଥିବାରୁ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି। ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ବ୍ୟାପକ ଅଞ୍ଚଳରେ ବର୍ଷସାରା ମଧୁରଜଳ ଜଳସେଚନରେ ବିଭିନ୍ନ ଚାଷ ତଥା ଖରିଫ୍‌, ପନିପରିବା ଫସଲ ଉତ୍ପାଦନ ହେବ ବୋଲି ହରେକୃଷ୍ଣ ଗୋଚ୍ଛାୟତ, ଶିଶିର ରାଉତ, ବୀରବର ସ୍ବାଇଁ, ଲକ୍ଷ୍ମୀକାନ୍ତ ସ୍ବାଇଁ, ସଦାଶିବ ରାଉତ ଓ ନାଥ ଭୋଳ ପ୍ରମୁଖ କହିଛନ୍ତି। ଅପରପକ୍ଷରେ ଏହି ଅଞ୍ଚଳର ଚାଷ ଜମିର ଉଦ୍‌ବୃତ୍ତ ବର୍ଷା ଓ ବନ୍ୟା ଜଳ ଗୁପ୍ତଗିରି ଶାଖା ନଦୀ ଦେଇ ମହାନଦୀକୁ ଜଳ ପ୍ରବେଶ ଓ ନିଷ୍କାସନ ହୋଇଥାଏ। ପ୍ରକଳ୍ପ କାର୍ଯ୍ୟ ୬ରୁ୭ ବର୍ଷ ହେଲା ସମ୍ପୂର୍ଣ ହେଇଥିଲେ ମଧ୍ୟ କ୍ରିକ୍‌ ଲୁହା ପ୍ଲେଟ କଳଙ୍କି ଲାଗିଲାଣି। ୨୦୦୨ରେ ଭୁଶୁଡି ପଡିଥିବା ଭଗ୍ନ ସ୍ଲୁଇସ କ୍ରିକ୍‌ ଦେଇ ମହାନଦୀର ଲୁଣା ପାଣି ଶତାଧିକ ହେକ୍ଟର ଜମିରେ ପ୍ରବେଶ କରୁଛି। ଫଳରେ ଖରିଫ ଋତୁରେ ଚାଷ ଜମି ନଷ୍ଟ ହେଉଛି। ଚାଷୀ ମୂଲିଆ କୃଷକ ସଂଘ ଜିଲାସ୍ତରୀୟ ନେତା ଅକ୍ରୂର ପଲେଇ କହିଛନ୍ତି, ଏହି ପ୍ରକଳ୍ପଟି ଆମ ଅଞ୍ଚଳର ଚାଷୀ ଓ ଚାଷର ଜୀବନ ରେଖା ସହିତ ଭାତହାଣ୍ଡି। ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ମଧୁର ଜଳରେ ବର୍ଷ ସାରା ବିଭିନ୍ନ ଫସଲ ଉତ୍ପାଦନ ହେବା ସହ ଚାଷୀଙ୍କ ଦୁଃଖ ରହିବ ନାହିଁ। ଏ ସଂକ୍ରାନ୍ତରେ ଆଳିସ୍ଥିତ ନଦୀ ତଟବନ୍ଧ ବିଭଗ ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ ସାହୁଙ୍କୁ ପଚାରିବାରେ ଉକ୍ତ ପ୍ରକଳ୍ପଟିର ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଖୁବ୍‌ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri