ମଧୁରଜଳ ପାଇଁ ଚାହିଁଛନ୍ତି ୬ ପଞ୍ଚାୟତ ଚାଷୀ

ମହାକାଳପଡ଼ା,୩/୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ଚାଷୀ ଓ ଚାଷର ବିକାଶ ପାଇଁ କେନ୍ଦ୍ର, ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଚାଷଜମିରେ ଜଳସେଚନର ପ୍ରମୁଖ ଭୂମିକା ରହିଛି। ହେଲେ ଜଳସେଚନ ପରି ମୌଳିକ ସୁବିଧା ସୁଯୋଗ ନ ଥିବାରୁ ଚାଷ କାମ ଆଗେଇ ପାରୁନାହିଁ ବୋଲି ଚାଷୀମାନେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ର ୬ ପଞ୍ଚାୟତର ମଙ୍ଗଳପୁର, ବରକନ୍ଧା, ପେଟଛେଲା, ରାମନଗର, ବଉଳକଣି ଓ ବାରଡାଙ୍ଗ ଚାଷୀମାନଙ୍କ ୩ ହଜାର ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ପାଇଁ ମହାନଦୀ ଶାଖା ଗୁପ୍ତଗିରି ନଦୀରେ ଆଖଡ଼ାସାହିଠାରେ ତତ୍କାଳୀନ ବିଜୁ ପଟ୍ଟନାୟକଙ୍କ ସରକାର ୧୯୯୫-୯୬ ମସିହାରେ ୫୫ ଲକ୍ଷ ଟଙ୍କା ବ୍ୟୟରେ ସ୍କୁଇସ କ୍ରିକ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ୨୦୦୧-୦୨ରେ ପ୍ରକଳ୍ପଟି ଭୁଶୁଡ଼ି ପଡ଼ିଥିଲା। କାରଣ ଉପଯୁକ୍ତ ଜ୍ଞାନକୌଶଳ, ବୈଷୟିକ ତ୍ରୁଟି ଓ ଅଧିକ ଗଭୀର ପଙ୍କୁଆ ସ୍ଥାନ ଯୋଗୁ ପ୍ରକଳ୍ପଟି ଭୁଶୁଡି ପଡ଼ିଥିବା କୁହାଯାଉଛି। ପରବର୍ତ୍ତୀ ସମୟରେ ଅଞ୍ଚଳର ଚାଷୀଙ୍କ ଦୁଃଖ ଦେଖି ଭୁଶୁଡ଼ି ପଡ଼ିଥିବା କ୍ରିକ୍‌ଠାରୁ ୨ ଶହ ମିଟର ଦୂର ମଧ୍ୟରେ ଜଳସେଚନ ବିଭାଗ (ନଦୀ ତଟବନ୍ଧ ବିଭାଗ) ପକ୍ଷରୁ ୨୦୧୩ ମେରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୭ କୋଟି ଟଙ୍କା ବ୍ୟୟ ଅଟକଳରେ ମହାନଦୀ ସଂଲଗ୍ନ ପିତାପାଟଠାରେ ଏହି ସ୍କୁଇସ୍‌ କ୍ରିକର ଶିଳାନ୍ୟାସ କରିଥିଲେ। ତେବେ ପ୍ରକଳ୍ପଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ୨୦୧୮-୧୯ରେ ସରିଥିଲା। ହେଲେ ପ୍ରକଳ୍ପ ଉଭୟପାର୍ଶ୍ୱରେ ଘରୋଇ ଜମି ଥିବାରୁ ଅଧିଗ୍ରହଣ କରାଯାଉ ନ ଥିବା ଜଳସେଚନ ହେବାରେ ବାଧକ ସାଜିଛି। ଅପରପକ୍ଷରେ ଭୁଶୁଡ଼ି ଥିବା କ୍ରିକ୍‌ ଦେଇ ମହାନଦୀରୁ ଖରାଦିନେ ଲୁଣି ଜଳ ପ୍ରବେଶ କରି ୬ଟି ପଞ୍ଚାୟତର ୩ ହଜାର ହେକ୍ଟର ଜମିରେ ଖରାଦିନେ ଖରିଫ୍‌ ଋତୁରେ ଚାଷ ଜମିରେ ପ୍ରବେଶ କରି ସାବିନି, କିଆବାରିଆ, ବାଛୁରିଆ, ମଧୁବନ, ଚଣ୍ଡିଗୋଜ, ମହୁଲା, ବାରାଖିଆ, ଚଡ଼କମରା, ଶଙ୍ଖ ଗୋଜ, ପୋଖରିଆ ଗୋଜ ଆଦି ଚାଷ ଜମି ଭେଡ଼ା ଅଞ୍ଚଳରେ ପ୍ରଭାବିତ ହେଉଛି ବୋଲି କୁହାଯାଉଛି। ଏହି ସମସ୍ୟା ଦୀର୍ଘବର୍ଷ ପୂର୍ବରୁ କିପରି ସମାଧାନ ହେବ ସେଥିପାଇଁ ରାଜ୍ୟ ଭାଜପା ସରକାର ସ୍ବତନ୍ତ୍ର ଦୃଷ୍ଟିଦେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଚାଷୀ ସଙ୍ଗଠନ କର୍ମକର୍ତ୍ତା ପ୍ରମୁଖ ନିବେଦନ କରିଛନ୍ତି।
ଏ ସମ୍ପର୍କରେ ୨୦୨୪ ବିଧାନସଭା ମୌସୁମୀ ଅଧିବେଶନରେ ସ୍ଥାନୀୟ ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ବାଚସ୍ପତି ଓ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲା ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ଅଦ୍ୟାବଧି ଜମି ଅଧିଗ୍ରହଣ କରାଯାଉ ନ ଥିବାରୁ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି। ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ବ୍ୟାପକ ଅଞ୍ଚଳରେ ବର୍ଷସାରା ମଧୁରଜଳ ଜଳସେଚନରେ ବିଭିନ୍ନ ଚାଷ ତଥା ଖରିଫ୍‌, ପନିପରିବା ଫସଲ ଉତ୍ପାଦନ ହେବ ବୋଲି ହରେକୃଷ୍ଣ ଗୋଚ୍ଛାୟତ, ଶିଶିର ରାଉତ, ବୀରବର ସ୍ବାଇଁ, ଲକ୍ଷ୍ମୀକାନ୍ତ ସ୍ବାଇଁ, ସଦାଶିବ ରାଉତ ଓ ନାଥ ଭୋଳ ପ୍ରମୁଖ କହିଛନ୍ତି। ଅପରପକ୍ଷରେ ଏହି ଅଞ୍ଚଳର ଚାଷ ଜମିର ଉଦ୍‌ବୃତ୍ତ ବର୍ଷା ଓ ବନ୍ୟା ଜଳ ଗୁପ୍ତଗିରି ଶାଖା ନଦୀ ଦେଇ ମହାନଦୀକୁ ଜଳ ପ୍ରବେଶ ଓ ନିଷ୍କାସନ ହୋଇଥାଏ। ପ୍ରକଳ୍ପ କାର୍ଯ୍ୟ ୬ରୁ୭ ବର୍ଷ ହେଲା ସମ୍ପୂର୍ଣ ହେଇଥିଲେ ମଧ୍ୟ କ୍ରିକ୍‌ ଲୁହା ପ୍ଲେଟ କଳଙ୍କି ଲାଗିଲାଣି। ୨୦୦୨ରେ ଭୁଶୁଡି ପଡିଥିବା ଭଗ୍ନ ସ୍ଲୁଇସ କ୍ରିକ୍‌ ଦେଇ ମହାନଦୀର ଲୁଣା ପାଣି ଶତାଧିକ ହେକ୍ଟର ଜମିରେ ପ୍ରବେଶ କରୁଛି। ଫଳରେ ଖରିଫ ଋତୁରେ ଚାଷ ଜମି ନଷ୍ଟ ହେଉଛି। ଚାଷୀ ମୂଲିଆ କୃଷକ ସଂଘ ଜିଲାସ୍ତରୀୟ ନେତା ଅକ୍ରୂର ପଲେଇ କହିଛନ୍ତି, ଏହି ପ୍ରକଳ୍ପଟି ଆମ ଅଞ୍ଚଳର ଚାଷୀ ଓ ଚାଷର ଜୀବନ ରେଖା ସହିତ ଭାତହାଣ୍ଡି। ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ମଧୁର ଜଳରେ ବର୍ଷ ସାରା ବିଭିନ୍ନ ଫସଲ ଉତ୍ପାଦନ ହେବା ସହ ଚାଷୀଙ୍କ ଦୁଃଖ ରହିବ ନାହିଁ। ଏ ସଂକ୍ରାନ୍ତରେ ଆଳିସ୍ଥିତ ନଦୀ ତଟବନ୍ଧ ବିଭଗ ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ ସାହୁଙ୍କୁ ପଚାରିବାରେ ଉକ୍ତ ପ୍ରକଳ୍ପଟିର ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଖୁବ୍‌ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri