ଚାଷୀଙ୍କୁ ମିଳୁନି ସରକାରୀ ବିହନ

ମହାକାଳପଡ଼ା,୨ା୬(ଡି.ଏନ୍‌.ଏ.): ମୌସୁମୀ ବାୟୁ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଜମିରେ ବିହନ ବୁଣିବା ଆରମ୍ଭ କରିଛନ୍ତି । ପୂର୍ବରୁ ଚାଷୀମାନେ ନିଜ ଉତ୍ପାଦିତ ଦେଶୀ ବିହନକୁ ଅମଳ ବେଳେ ଓଳିଆରେ ବାନ୍ଧି ସାଇତି ରଖୁଥିଲେ । କିନ୍ତୁ ଏବେ ଚାଷୀଙ୍କ ଓଳିଆରୁ ଦେଶୀ ବିହନ ଉଭାନ ହୋଇଛି । ଚାଷୀମାନେ ହାଇବ୍ରିଡ ବା ଶଙ୍କର ଜାତୀୟ ଧାନ ବିହନ ଉପରେ ନିର୍ଭର କରୁଛନ୍ତି । ଏହି ବିହନ ଚାଷ କଲେ ଚାଷୀମାନେ ଅଧିକ ଫସଲ ଅମଳ କରୁଛନ୍ତି । କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ହାଟ ବଜାରରେ ଶଙ୍କର ଜାତୀୟ ଧାନ ବିହନ ପ୍ୟାକେଟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏହି ବିହନ କିଲୋ ପ୍ରତି ୧ଶହରୁ ଅଧିକ ଟଙ୍କାରେ ବିକ୍ରୟ ହେଉଛି । ବିଶେଷ କରି ଶଙ୍କର ଜାତୀୟ ଧାନ ବିହନ ମଧ୍ୟରେ ସ୍ବର୍ଣ୍ଣ , କନକ ପ୍ଲସ , ମାଳି ଫୋର , ପୂଜା , ଶାରଳା , ସାଧନା , ବସୁମତୀ , ହଳଦୀ ଗୁଣ୍ଡି , ଗଙ୍ଗା , ରାଣୀ, କଳାଚମ୍ପା(ଗୋଲ୍ଡ ), ବିନ୍ଦୁ , ବିନା ସୁପର, ବିଧାନ ଆଦି ବିହନକୁ ଚାଷୀମାନେ ଚଢ଼ା ଦରରେ ଖୋଲା ବଜାରରୁ କିଣୁଛନ୍ତି । ହେଲେ ସରକାରୀ ବିହନ ମିଳୁନାହିଁ ।
ସୂଚନା ଅନୁଯାୟୀ, ଏହି ବ୍ଲକରେ ୨୮ ହଜାର ହେକ୍ଟର ଚାଷ ଜମି ରହିଛି । ସେଥିମଧ୍ୟରୁ ୨୪, ୫୦୦ ହେକ୍ଟର ଜମିରେ ଧାନ ଫସଲ ହେଉଛି । ଅବଶିଷ୍ଟ ୮୧୬୩ ହେକ୍ଟର ଜଳ ସେଚନ ଜମି ରହିଛି । ବାକି ୪ ହଜାର ହେକ୍ଟର ଜମିରେ ଅଣ ଧାନ ଫସଲ ହେଉଛି । ଅଣଧାନ ମଧ୍ୟରେ ଡାଲି, ମସଲା , ତୈଳବୀଜ, ପନିପରିବା, ନଳିତା, ଆଖୁ ଆଦି ଫସଲ କରାଯାଉଛି ବୋଲି ସହକାରୀ ବ୍ଲକ କୃଷି ଅଧିକାରୀ ପ୍ରଜ୍ଞା ପରମିତା ସୂଚନା ଦେଇଛନ୍ତି । କୃଷକମାନଙ୍କୁ ସବ୍‌ସିଡ ଋଣ ଜରିଆରେ କୃଷି ଯନ୍ତ୍ରପାତି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri