ପ୍ରଥମରୁ କମ୍ପାନୀ ଆଳ, ବଢୁଛି ଚାଷୀ ଅସନ୍ତୋଷ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କୃଷକଙ୍କ ପାଇଁ ରକ୍ଷା କବଚ କହି କେନ୍ଦ୍ର ସରକାର ୨୦୧୬ ଆର୍ଥିକ ବର୍ଷରୁ ସାରା ଦେଶରେ ଏହାକୁ ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି। ହେଲେ ନାନା ଆଳ ଦେଖାଇ ବୀମା କମ୍ପାନୀ ଏହି ଯୋଜନାରୁ ଅନେକ ଚାଷୀଙ୍କୁ ବୀମା ସହାୟତା ଦେବାରୁ ବଞ୍ଚତ୍ତ କରୁଛି ବୋଲି କୃଷକ ସଙ୍ଗଠନ ଅଭିଯୋଗ କରିଛି। ଅନ୍ୟପଟେ ଏହି ଯୋଜନା କୃଷକଙ୍କ ସ୍ବାର୍ଥରେ ନ ଆସି କମ୍ପାନୀମାନେ ଏଥିରେ ଅଧିକ ଲାଭବାନ ହେଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଆରମ୍ଭରୁ ବୀମା କମ୍ପାନୀ ସେଭଳ ଆଳ କରୁଥିବା ନେଇ କୃଷକ ସଙ୍ଗଠନ ଅଭିଯୋଗ କରିବା ପରେ ଶୁକ୍ରବାର ସେ ନେଇ ବରଗଡ଼ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି।
ଜିଲାପାଳ ମୋନିଷା ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରିଲାଏନ୍ସ ବୀମା କମ୍ପାନୀ ଏବଂ କୃଷକ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ବୈଠକରେ ଚାଷୀ ପ୍ରତିନିଧିମାନେ ଅଭିଯୋଗ କରିଥିଲେ, ବରଗଡ଼ ଜିଲାରେ ରିଲାଏନ୍ସ ବୀମା କମ୍ପାନୀ ଟେଣ୍ଡର ପାଇଛି। ୧ଲକ୍ଷ ୬୯ହଜାର ୮୭୨ଜଣ ଚାଷୀ ୧ଲକ୍ଷ ୯୫ହଜାର ୨୫୦ ହେକ୍ଟର ଜମି ପାଇଁ ବୀମା କରିଛନ୍ତି। ସେଥିମଧ୍ୟରୁ ୨୩ହଜାର ଆବେଦନର କାଗଜପତ୍ର ଠିକ୍‌ ନ ଥିବା ଦର୍ଶାଇ ସେଗୁଡ଼ିକୁ ଫେରସ୍ତ କରି ଦିଆଯାଇଛି। ଗତଥର ଭଳି ଏଥର ମଧ୍ୟ ସ୍ବଳ୍ପ ବୃଷ୍ଟିପାତ ଦେଖି ବୀମା କମ୍ପାନୀ ସେଭଳି ପଦକ୍ଷେପ ନେଉଥିବା ଚାଷୀ ପ୍ରତିନିଧିମାନେ କହିଥିଲେ । ଜିଲାପାଳ ବାନାର୍ଜୀ ଏହି ପ୍ରସଙ୍ଗରେ ବୀମା କମ୍ପାନୀର ପ୍ରତିନିଧିମାନଙ୍କୁ ପଚାରିବାରୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରି ନ ଥିଲେ। ଫଳରେ ଆସନ୍ତା ୧୦ଦିନ ମଧ୍ୟରେ ସେହି ଆବେଦନଗୁଡ଼ିକୁ ଗ୍ରହଣ କରିବା ପାଇଁ ଜିଲାପାଳ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଆବେଦନରେ କାଗଜପତ୍ର ଠିକ୍‌ ନ ଥିଲେ ଅତିରିକ୍ତ ଜିଲାପାଳଙ୍କ ସହିତ କଥାବାର୍ତ୍ତା ହୋଇ ତାର ସମାଧାନ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ସେହିପରି କ୍ଷତିପୂରଣ ଆକଳନ ଚଳିତବର୍ଷ କ୍ରପ୍‌ କଟିଂ ୭୦ ପ୍ରତିଶତ ଚାଷ ପ୍ରଣାଳୀ ସୁସ୍ଥତା, ୩୦ ପ୍ରତିଶତ ଗଣତିକୁ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଛି । ପୁରୁଣା ବ୍ୟବସ୍ଥା ତଥା କୃଷି, ରାଜସ୍ବ ଏବଂ ପରିସଂଖ୍ୟାନ ବିଭାଗ ଏହି ଆକଳନ କରିବାକୁ କୃଷକ ସଙ୍ଗଠନ ଦାବି ରଖିଛି। ଗତ ଖରିଫ ଋତୁରେ ପାଇକମାଳ ବ୍ଲକର ଭୁବନେଶ୍ୱରପୁର ପଞ୍ଚାୟତ ବୀମା କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସୁଦ୍ଧା ସେମାନଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ରାଶି ମିଳି ନ ଥିବା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ବରଗଡ଼ ଉପଜିଲାପାଳ ଲଲାଟ କୁମାର ଲୁହା, ପଦ୍ମପୁର ଉପଜିଲାପାଳ ସଦାକର କୁମ୍ଭାର, ଏଲଡ଼ିଏମ ମହେଶ୍ୱର ସାହୁ, ଜିଲା ମୁଖ୍ୟ କୃଷି ଅଧିକାରୀ ଅମିୟ ସାହୁ, ସୋନାଲିକା ସାହୁ, ତୃପ୍ତିକାନ୍ତ ସେଠୀ, ରିଲାଏନ୍ସ ବୀମା କମ୍ପାନୀର ସିଆରଏମ୍‌ ରାକେଶ ରଞ୍ଜନ, ଜିଲା ମ୍ୟାନେଜର ରାଜେଶ ମିଶ୍ର, ରାଜବୋରାସମ୍ବର କୃଷକ ସଙ୍ଗଠନର ଅଶୋକ ସାହୁ, ରୋହିତ ପ୍ରଧାନ, ପଞ୍ଚାନନ ସାହୁ, ଅରବିନ୍ଦ ପଣ୍ଡା, ଗଜପତି ସାହୁ, ଲିଙ୍ଗରାଜ ପ୍ରଧାନ, ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର ପ୍ରଭାତ ସାହୁ, ବାରପାହାଡ଼ କୃଷକ ସଙ୍ଗଠନର ଇଶାନ୍ତ ଭୋଇ, ଥବିର ପ୍ରଧାନ, ନିରଞ୍ଜନ ପ୍ରଧାନ, ବିରେନ କର, ଅଜିତ ଶତପଥି, ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri