Categories: ଗଞ୍ଜାମ

ମହଜୁଦ୍‌ ଥାଇ ବି ଚାଷୀଙ୍କୁ ଦେଲେନି ସାର

ବୁଗୁଡ଼ା,୨୦ା୮(ଡି.ଏନ୍‌.ଏ.)- ବୁଗୁଡ଼ାର କେତେକ ସାର ଦୋକାନରେ ସାର ମହଜୁଦ ଥାଇ ମଧ୍ୟ ଚାଷୀଙ୍କୁ ଦିଆଯାଉ ନ ଥିଲା। ଏ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପ୍ରଶାସନର ହସ୍ତକ୍ଷେପ ଫଳରେ ଚାଷୀ ସାର ପାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଚାଷ ପାଇଁ ଜମିରେ ସାର ଆବଶ୍ୟକ ପଡ଼ୁଛି। ବୁଗୁଡ଼ାର କେତେଜଣ ଡିଲରଙ୍କ ପାଖରେ ସାର ମହଜୁଦ ଥିଲେ ମଧ୍ୟ ସେମାନେ ଚାଷୀଙ୍କୁ ବିକ୍ରୟ କରୁ ନଥିଲେ। ବୁଧବାର ଶତାଧିକ ଚାଷୀ ସାର ନେବାକୁ ଡିଲର ଦୋକାନକୁ ଆସିଥିଲେ ମଧ୍ୟ ସେମାନଙ୍କୁ ଫେରାଇ ଦିଆଯାଇଥିଲା। ଏଥିରେ ସେମାନେ ଅସନ୍ତୋଷ ପ୍ରକାଶ କରି ତହସିଲ କାର୍ଯ୍ୟାଳୟ ଯାଇ ବିକ୍ଷୋଭ ପ୍ରଦର୍ଶନ କରଥିଲେ। ସାର ଯୋଗାଇ ଦେବା ବ୍ୟବସ୍ଥା କରିବାକୁ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଥିଲେ। ତହସିଲଦାର ସଂଗ୍ରାମ କେଶରୀ ଜେନା ତୁରନ୍ତ ସହ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟିଙ୍କୁ ଏହା ଜଣାଇ ସମସ୍ୟା ସମାଧାନ କରିବାକୁ କହିଥିଲେ। ପରେ କୃଷି ଅଧିକାରୀ ଚାଷୀମାନଙ୍କ ସହ ଆସି ଡିଲରଙ୍କ ଠାରୁ ସାର କ୍ରୟ କରିବା ବ୍ୟବସ୍ଥା କରିଥିଲେ। ଏଥିସହ ସାର ବିକ୍ରୟରେ ଅବହେଳା ନ କରିବା ପାଇଁ ଡିଲରମାନଙ୍କୁ ତାଗିଦ ମଧ୍ୟ କରିଥିଲେ। ୨ଟି ଦୋକାନରୁ ଚାଷୀମାନଙ୍କୁ ସାର ଦିଆଯାଇଥିଲା।