ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ଜିଲାର ମଣ୍ଡିରେ କିଣା ହେଉଥିବା ମାଣ୍ଡିଆର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହୋଇଛି।
କର୍ନାଟକରୁ ଟ୍ରକ୍‌ରେ ଆସିଥିବା ୩୫୦ କୁଇଣ୍ଟାଲ ମାଣ୍ଡିଆ ଜବତ ପରେ ଗାଡ଼ିକୁ ଆର୍‌ଏମ୍‌ସି ପରିସରରେ ରଖାଯାଇଛି। ଯୋଗାଣ ବିଭାଗ ଘଟଣାର ତଦନ୍ତ କରୁଛି। ଗତ ଖରିଫରେ ନବରଙ୍ଗପୁର ଜିଲାର ୧୦ ବ୍ଲକ୍‌ରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି। ଚଳିତ ବର୍ଷ ଜିଲାରେ ୭୦୯୫ ହେକ୍ଟରରେ ମାଣ୍ଡିଆ ଚାଷ କରାଯାଇଛି। ହେକ୍ଟର ପିଛା ୬ କୁଇଣ୍ଟାଲ ହିସାବରେ ଜିଲାରେ ୪୩ହଜାର ୫୨୮ କୁଇଣ୍ଟାଲ ମାଣ୍ଡିଆ ମଣ୍ଡି ମାଧ୍ୟମରେ ସଂଗ୍ରହ ପାଇଁ ଲକ୍ଷଧାର୍ଯ୍ୟ ହୋଇଥିଲା। ମାଣ୍ଡିଆ ମଣ୍ଡିର ଅବଧି ଆଉ ମାତ୍ର ୧୦ ଦିନ ବାକି ରହିଛି। ତେବେ ଏବେ ସୁଦ୍ଧା ମାତ୍ର ୧୮, ୮୬୬ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି। ମିଲେଟ ମିଶନରେ ୭ଟି ଏଜେନ୍ସିକୁ ୧୦ ବ୍ଲକର ଦାୟିତ୍ୱ ଦିଆଯାଇଛି। ଉକ୍ତ ଏଜେନ୍ସିଗୁଡିକ (ଫାର୍ମର ପ୍ରଡ୍ୟୁସର କମ୍ପାନୀ(ଏଫ୍‌ସିସି) ମାଧ୍ୟମରେ ଚାଷୀଙ୍କୁ ସଚେତନତା କରିବା ସହ ମାଣ୍ଡିଆ ସଂଗ୍ରହ କରୁଛି। ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ ହେବା ପରେ ଟିଡିସିସିକୁ ଦିଆଯାଉଛି। ଟିଡିସିସି ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରୁଛି । ଏଜେନ୍ସିଗୁଡିକୁ ସରକାର ସଚେତନତା, କର୍ମଚାରୀଙ୍କ ଦରମା ପାଇଁ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଫ୍‌ପିସିଗୁଡିକ ଯନ୍ତ୍ରପାତି, କର୍ମଚାରୀଙ୍କ ଦରମା, ସଚେନତା ଆଦି ପାଇଁ ବାର୍ଷିକ ପ୍ରାୟ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି। ଏହିପରି ଭାବେ ପ୍ରତି ବ୍ଲକରେ ପ୍ରତି ଏଜେନ୍ସି ଓ ଏଫ୍‌ପିସିଗୁଡିକ ବର୍ଷକୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ସେହିପରି ଭାବେ ଚାଷୀଙ୍କୁ ମାଣ୍ଡିଆ ଚାଷ ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ଏସ୍‌ଏମ୍‌ଆଇ, ଏଲ୍‌ଟି ଓ ଏଲ୍‌ଏସ୍‌ ମାଧ୍ୟମରେ ଚାଷୀଙ୍କୁ ୫ ବର୍ଷରେ ୨୧ହଜାରରୁ ୨୬ ହଜାର ପର୍ଯ୍ୟନ୍ତ ଟଙ୍କା ଦିଆଯାଉଛି । ମିଲେଟ ମିଶନ ଜରିଆରେ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ କ’ଣ ପାଇଁ ମଣ୍ଡିରେ ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ ମାଣ୍ଡିଆ ସଂଗ୍ରହ ହେଉନାହିଁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। କର୍ନାଟକରୁ ମାଣ୍ଡିଆ ନବରଙ୍ଗପୁର ଜିଲାର ବିଭିନ୍ନ ମଣ୍ଡିକୁ ଆସୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲାର ସମସ୍ତ ବ୍ଲକ୍‌ରେ କିଣାଯାଇଥିବା ମାଣ୍ଡିଆ ସଂକ୍ରାନ୍ତରେ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହୋଇଛି। ଏପରି ହେଲେ ତାହା ବାସ୍ତବରେ ଚାଷୀଙ୍କଠାରୁ କିଣାଯାଇଛି ନା କର୍ନାଟକ ଭଳି ବାହାର ସ୍ଥାନରୁ ଆସିଛି ତାହା ଜଣାପଡିବ ବୋଲି ଚାଷୀମାନେ କହିଛନ୍ତି। ଏ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ଜି. ଭେଙ୍କଟ ରେଡ୍ଡୀଙ୍କୁ ପଚାରିବାରୁ ଯଦି ମାଣ୍ଡିଆ କିଣାରେ କୌଣସି ଅନିୟମିତତା ଅଭିଯୋଗ ଆସେ ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?