ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ଜିଲାର ମଣ୍ଡିରେ କିଣା ହେଉଥିବା ମାଣ୍ଡିଆର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହୋଇଛି।
କର୍ନାଟକରୁ ଟ୍ରକ୍‌ରେ ଆସିଥିବା ୩୫୦ କୁଇଣ୍ଟାଲ ମାଣ୍ଡିଆ ଜବତ ପରେ ଗାଡ଼ିକୁ ଆର୍‌ଏମ୍‌ସି ପରିସରରେ ରଖାଯାଇଛି। ଯୋଗାଣ ବିଭାଗ ଘଟଣାର ତଦନ୍ତ କରୁଛି। ଗତ ଖରିଫରେ ନବରଙ୍ଗପୁର ଜିଲାର ୧୦ ବ୍ଲକ୍‌ରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି। ଚଳିତ ବର୍ଷ ଜିଲାରେ ୭୦୯୫ ହେକ୍ଟରରେ ମାଣ୍ଡିଆ ଚାଷ କରାଯାଇଛି। ହେକ୍ଟର ପିଛା ୬ କୁଇଣ୍ଟାଲ ହିସାବରେ ଜିଲାରେ ୪୩ହଜାର ୫୨୮ କୁଇଣ୍ଟାଲ ମାଣ୍ଡିଆ ମଣ୍ଡି ମାଧ୍ୟମରେ ସଂଗ୍ରହ ପାଇଁ ଲକ୍ଷଧାର୍ଯ୍ୟ ହୋଇଥିଲା। ମାଣ୍ଡିଆ ମଣ୍ଡିର ଅବଧି ଆଉ ମାତ୍ର ୧୦ ଦିନ ବାକି ରହିଛି। ତେବେ ଏବେ ସୁଦ୍ଧା ମାତ୍ର ୧୮, ୮୬୬ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି। ମିଲେଟ ମିଶନରେ ୭ଟି ଏଜେନ୍ସିକୁ ୧୦ ବ୍ଲକର ଦାୟିତ୍ୱ ଦିଆଯାଇଛି। ଉକ୍ତ ଏଜେନ୍ସିଗୁଡିକ (ଫାର୍ମର ପ୍ରଡ୍ୟୁସର କମ୍ପାନୀ(ଏଫ୍‌ସିସି) ମାଧ୍ୟମରେ ଚାଷୀଙ୍କୁ ସଚେତନତା କରିବା ସହ ମାଣ୍ଡିଆ ସଂଗ୍ରହ କରୁଛି। ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ ହେବା ପରେ ଟିଡିସିସିକୁ ଦିଆଯାଉଛି। ଟିଡିସିସି ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରୁଛି । ଏଜେନ୍ସିଗୁଡିକୁ ସରକାର ସଚେତନତା, କର୍ମଚାରୀଙ୍କ ଦରମା ପାଇଁ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଫ୍‌ପିସିଗୁଡିକ ଯନ୍ତ୍ରପାତି, କର୍ମଚାରୀଙ୍କ ଦରମା, ସଚେନତା ଆଦି ପାଇଁ ବାର୍ଷିକ ପ୍ରାୟ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି। ଏହିପରି ଭାବେ ପ୍ରତି ବ୍ଲକରେ ପ୍ରତି ଏଜେନ୍ସି ଓ ଏଫ୍‌ପିସିଗୁଡିକ ବର୍ଷକୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ସେହିପରି ଭାବେ ଚାଷୀଙ୍କୁ ମାଣ୍ଡିଆ ଚାଷ ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ଏସ୍‌ଏମ୍‌ଆଇ, ଏଲ୍‌ଟି ଓ ଏଲ୍‌ଏସ୍‌ ମାଧ୍ୟମରେ ଚାଷୀଙ୍କୁ ୫ ବର୍ଷରେ ୨୧ହଜାରରୁ ୨୬ ହଜାର ପର୍ଯ୍ୟନ୍ତ ଟଙ୍କା ଦିଆଯାଉଛି । ମିଲେଟ ମିଶନ ଜରିଆରେ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ କ’ଣ ପାଇଁ ମଣ୍ଡିରେ ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ ମାଣ୍ଡିଆ ସଂଗ୍ରହ ହେଉନାହିଁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। କର୍ନାଟକରୁ ମାଣ୍ଡିଆ ନବରଙ୍ଗପୁର ଜିଲାର ବିଭିନ୍ନ ମଣ୍ଡିକୁ ଆସୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲାର ସମସ୍ତ ବ୍ଲକ୍‌ରେ କିଣାଯାଇଥିବା ମାଣ୍ଡିଆ ସଂକ୍ରାନ୍ତରେ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହୋଇଛି। ଏପରି ହେଲେ ତାହା ବାସ୍ତବରେ ଚାଷୀଙ୍କଠାରୁ କିଣାଯାଇଛି ନା କର୍ନାଟକ ଭଳି ବାହାର ସ୍ଥାନରୁ ଆସିଛି ତାହା ଜଣାପଡିବ ବୋଲି ଚାଷୀମାନେ କହିଛନ୍ତି। ଏ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ଜି. ଭେଙ୍କଟ ରେଡ୍ଡୀଙ୍କୁ ପଚାରିବାରୁ ଯଦି ମାଣ୍ଡିଆ କିଣାରେ କୌଣସି ଅନିୟମିତତା ଅଭିଯୋଗ ଆସେ ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri