Categories: ଜାତୀୟ

ଟ୍ରାକ୍ଟର ମାର୍ଚ୍ଚକୁ ସ୍ଥଗିତ ରଖିଲା କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୨୭ ।୧୧: ସଂସଦରେ ବିଲ ଉପସ୍ଥାପନ ହେବାର ଦୁଇ ଦିନ ପୂର୍ବରୁ କୃଷକମାନେ ବଡ ନିଷ୍ପତ୍ତି ନେଇଛନ୍ତି । ଶନିବାର କୃଷକ ସଙ୍ଗଠନ ପକ୍ଷରୁ ସଂସଦ ପର୍ଯ୍ୟନ୍ତ କରିବାକୁ ଥିବା ଟ୍ରାକ୍ଟର ମାର୍ଚ୍ଚକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବା ପରେ କୃଷକ ସଙ୍ଗଠନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଶନିବାର କୃଷକ ୟୁନିୟନ ପକ୍ଷରୁ ଏକ ବୈଠକ କରାଯାଇଥିଲା । ସିନ୍ଧୁ ଓ ଟିକରି ସୀମାରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତାମାନେ ବୈଠକ କରିଥିଲେ । ଏଥିରେ ଆଗାମୀ ଦିନର ରଣନୀତି ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ଏହାପରେ କୁହାଯାଇଥିଲା କି ସଂସଦ ପର୍ଯ୍ୟନ୍ତ କରାଯାଇଥିବା ଟାକ୍ଟର ରାଲିକୁ ସ୍ଥଗିତ ରଖାଗଲା । ସଂଯୁକ୍ତ କୃଷକମୋର୍ଚ୍ଚା ପକ୍ଷରୁ ଦର୍ଶାଯାଇଛି କି ଆଗାମୀ ରଣନୀତି ପାଇଁ ୪ ଡିସେମ୍ବରରେ ଏକ ବୈଠକ ବସିବ । ଏହି ବୈଠକରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା ମଧ୍ୟ କରାଯିବାର ଯୋଜନା ରହିଛି । ସୂଚନାଯୋଗ୍ୟ, ଗତ ବର୍ଷେ ହେବ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନରେ ବସିଥିଲେ । ଶେଷରେ କେନ୍ଦ୍ର ସରକାର ନୂଆ କୃଷି ନିୟମକୁ ପ୍ରତ୍ୟାହାର କରିବା କଥା ଘୋଷଣା କରିଥିଲେ । ଏହାପରେ ବି କୃଷକମାନେ ଆହୁରି କିଛି ଦାବି ନେଇ ଆନ୍ଦୋଳନରୁ ହଟି ନାହାନ୍ତି ।

Share