ଗୁହାଳ କଲେ: ପ୍ରାପ୍ୟ ପାଇଲେନି ଦୁଗ୍ଧଚାଷୀ

ଟିଟିଲାଗଡ଼, ୬ା୨ (ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକରେ ଦୁଗ୍ଧଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ୨୦୨୧ ଜାନୁଆରୀ ମାସରେ ୨୧୦ଚାଷୀଙ୍କୁ ଗାଈ ଗୁହାଳ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଜିଲାପାଳ ତଥା ଓମଫେଡ କେବିଏନ ମହାପ୍ରବନ୍ଧକଙ୍କ ସୁପାରିଶରେ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ଗାଈଗୁହାଳ ନିର୍ମାଣ ପାଇଁ କୁହାଯାଇଥିଲା। ଧାରଉଧାର କରି ଚାଷୀମାନେ ଗୁହାଳ ନିର୍ମାଣ କଲେ। ହେଲେ ୩ ବର୍ଷ ବିତି ଯାଇଥିଲେ ବି ଅଦ୍ୟାବଧି ପ୍ରାପ୍ୟ ମିଳିନାହିଁ। ଏନେଇ ଅନେକ ଥର ଚାଷୀମାନେ ଟିଟିଲାଗଡ ବିଡିଓ, ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସୋମବାର ବ୍ଲକ ଅନ୍ତର୍ଗତ କତରକେଲା ଗ୍ରାମର ଦୁଗ୍ଧଚାଷୀ ପୀତାମ୍ବର ବେହେରା, ସଞ୍ଜିବ ସିଂ ଚୌଧୁରୀ, ଆଶିଷ ବେହେରା, ଲୋକନାଥ ସାହୁ, ରାଜିନ୍ଦ୍ର ବାରିକ, ପୁଷ୍ପାଞ୍ଜଳି ସାହୁ, ଦିନେଶ ସାହୁ, ଲିଳାବତି ସାହୁ, କମଲିନି ସାହୁ, ଅଶୋକ କଟା, କଂସ କଟା ଉପଜିଲାପାଳ ରେହାନ କ୍ଷେତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଆମେ ଗୁହାଳ ମାଗି ଯାଇ ନ ଥିଲୁ। ଦୁଗ୍ଧଚାଷୀଙ୍କ ପାଇଁ ଯୋଜନା ଆସିଥିବା କହି ବ୍ଲକ ପ୍ରଶାସନ ଗୁହାଳ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେଇଥିଲା। ଧାରଉଧାର କରି ସିମେଣ୍ଟ, ବାଲି, ଇଟା, ଆଜବେଷ୍ଟସ କ୍ରୟ କରିଥିଲୁ। ହେଲେ ଧାର୍ଯ୍ୟ ପ୍ରାପ୍ୟ ୬୨ହଜାର ଟଙ୍କା ଅଦ୍ୟାବଧି ମିଳି ନ ଥିବା ଚାଷୀମାନେ ଉପଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, କତରକେଲାଠାରେ ଓମଫେଡ ପକ୍ଷରୁ ଦୁଗ୍ଧଚାଷୀଙ୍କ ପାଇଁ ୧୫୦୦ ଲିଟର କ୍ଷମତା ବିଶିଷ୍ଟ ଚିଲିଂ ପ୍ଲାଣ୍ଟ ବସାଯାଇଛି। ଅଞ୍ଚଳର ଚାଷୀ ସେଠାରେ ଦୁଗ୍ଧ ବିକ୍ରୟ କରିଥାନ୍ତି। ଦୁଗ୍ଧଚାଷୀଙ୍କୁ ପ୍ରୋତ୍ସାହନ ବଦଳରେ ସେମାନଙ୍କ ପ୍ରାପ୍ୟ ହରଣଚାଲ ହେବା ଆଲୋଚନାର ବିଷୟ ହୋଇଛି।

୨୦୨୧ ଜାନୁୟାରୀରୁ ଅଦ୍ୟାବଧି ଦୁଗ୍ଧଚାଷୀ ସେମାନଙ୍କ ଗୁହାଳର ପାଉଣା ପାଇଁ ଧାଇଁ ଚାଲିଛନ୍ତି। ତେବେ ଚିରାଚରିତ ଭାବରେ ବ୍ଲକ ପ୍ରଶାସନ ସେମାନଙ୍କ ପାଉଣା ଅନ୍ୟ କାହାରି ନାମରେ ପକାଇ ହରଣଚାଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ପାଉଣା ନ ମିଳିଲେ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ ପାଇଁ ଆମେ ବାଧ୍ୟ ହେବୁ ବୋଲି ଏ ରାଜ୍ୟ ସରକାରଙ୍କ ପକ୍ଷରୁ ଏକଦା ଶେଷ୍ଠ ଚାଷୀ ଭାବେ ପୁରସ୍କାର ପାଇଥିବା ପୀତାମ୍ବର ବେହେରା ଦୁଃଖର ସହ କହିଛନ୍ତି। ଚାଷୀଙ୍କ କଥା ଶୁଣିଲା ପରେ ଖୁବ୍‌ଶୀଘ୍ର ଟିଟିଲାଗଡ ବିଡିଓ ଘଟଣାର ତଦନ୍ତ କରି ଆବଶ୍ୟକ ନେବେ ବୋଲି ଉପଜିଲାପାଳ କ୍ଷେତ୍ରୀ ପ୍ରତିଶ୍ରୁତି ଦେଇଥିବା ଚାଷୀମାନେ କହିଛନ୍ତି। ରାଜ୍ୟ ସରକାର ଧ୍ୟାନ ଦେବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri