Categories: ଜାତୀୟ

୨୪ରେ ଏସ୍‌କେଏମ୍‌ର ଦେଶବ୍ୟାପୀ ଆନ୍ଦୋଳନ ଡାକରା

ନୂଆଦିଲ୍ଲୀ,୨୧।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧରେ କୃଷକମାନଙ୍କ ମିଳିତ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ୨୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇaଛି। ସୋମବାର କୃଷକ ନେତା ରାକେଶ ଟିକାଏତ୍‌ ଏହି ସୂଚନା ଦେଇଛନ୍ତି। କର୍ନଲଠାରେ ଏସ୍‌କଏମ୍‌ ସମନ୍ବୟ କମିଟିରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ଯୁବଗୋଷ୍ଠୀ, ସିଭିଲ୍‌ ସୋସାଇଟି ଓ ରାଜନୈତିକ ଦଳ ଶୁକ୍ରବାରର ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଆହ୍ବାନ ଦିଆଯାଇଛି। ସେହିଦିନ ଦେଶର ସମସ୍ତ ଜିଲା ଓ ତହସିଲରେ ଆନ୍ଦୋଳନ କରାଯିବ ବୋଲି ଟିକାଏତ୍‌ କହିଛନ୍ତି।

Share