ଧାନକିଣାରେ ଅଚଳାବସ୍ଥା : ଧାନବସ୍ତା ପକାଇ ରାଜପଥ ଅବରୋଧ କଲେ ଚାଷୀ

ଅତାବିରା,୨୪।୬(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୫ଦିନ ପରେ ଦେଢମାସ ପୁରିବ  । ଏ଼ହାସତ୍ତ୍ବେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନକୁ କ୍ରୟ କରାଯାଉ ନାହିଁ। ଅନ୍ୟପକ୍ଷରେ ମଣ୍ଡିକୁ ଆସି ନ ଥିବା ଧାନ ବେପାରୀ ମାଧ୍ୟମରେ ସିଧାସଳଖ ଜିଲାର କେତେକ ରାଇସ୍ ମିଲକୁ ଯାଉଥିବା ଏବଂ ମଣ୍ଡିରେ ଫଲ୍ସ ଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡି ରହିଥିବା ଧାନକୁ ଉଠାଇବା ପାଇଁ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ ସହ ଆନ୍ଦୋଳନକୁ ମଧ୍ୟ ଓହ୍ଲାଉଛନ୍ତି। ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧି ନିର୍ବିକାର ରହିଥିବା ଅଭିଯୋଗ କରି ଚାଷୀ ଅସନ୍ତୋଷ ବଢି ଚାଲିଛି। ଅପରପକ୍ଷରେ ବର୍ଷା ଆସି ଯାଇଥିବା ଯୋଗୁ ଜିଲାର ଚାଷୀମାନଙ୍କ ଚିନ୍ତା ବଢି ଯାଇଛି। ଏହି କ୍ରମରେ ମଙ୍ଗଳବାର ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ମାର୍କେଟ ୟାର୍ଡ ସମ୍ମୁଖରେ ଧାନ ବସ୍ତା ପକାଇ ଚାଷୀମାନେ ୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ବରଗଡ – ସମ୍ବଲପୁର ରାସ୍ତାରେ ଯାତାୟତ ଠପ୍ ପଡିଛି। ରାସ୍ତାର ଉଭୟ ପାର୍ଶ୍ବରେ ବହୁସଂଖ୍ୟକ ଯାନବାହାନ ଅଟକି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?