ସମ୍ଭାବ୍ୟ ଝଡ଼, ଫସଲ ନଷ୍ଟ ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧।୧୨: ସମ୍ଭାବ୍ୟ ସାମୁଦ୍ରିକ ଝଡକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ଅମୃତ ଋତୁରାଜ ଗଣମାଧ୍ୟମକୁ ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆସନ୍ତା ୨ ତାରିଖଠାରୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ସେହିପରି ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀ ୨ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି। ଖରିଫ ଧାନ ଫସଲ ଅମଳକୁ ସେ ପ୍ରାଥମିକତା ଦେଇଛନ୍ତି। ସେହିପରି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀଙ୍କୁ ଫସଲର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସମ୍ଭାବ୍ୟ ସାମୁଦ୍ରିକ ଝଡ ଜିଲାର ଚାଷୀଙ୍କୁ ଚିନ୍ତାରେ ପକାଇଛି। ଖରିଫ ଧାନ ଏବେ ଦର ପାଚିଲା ଅଛି। ଡିସେମ୍ବର ୨୦ରୁ ଏଠାରେ ଧାନ କଟା ଆରମ୍ଭ ହେଉଥିବା ବେଳେ ବର୍ଷା ପାଇଁ ଆବଶ୍ୟକ କୃଷି ଶ୍ରମିକ ନାହାନ୍ତି। ଧାନ କଟା ଓ ଅମଳ ମେଶିନ (ହାର୍ଭେଷ୍ଟର) ଜିଲାରେ ପର୍ଯ୍ୟାପ୍ତ ପରିମାଣରେ ନ ଥିବାରୁ ଅମଳ ସୀମିତ ସମୟ ମଧ୍ୟରେ କରାଯିବା ସମ୍ଭବ ନୁହେଁ ବୋଲି ବହୁ ଚାଷୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ନିକିରାଇର ରମାକାନ୍ତ ଜେନା କହିଛନ୍ତି, ଗଣମାଧ୍ୟମରୁ ସାମୁଦ୍ରିକ ଝଡ ଖବର ପାଇବା ପରେ ୨ ଦିନ ମଧ୍ୟରେ ପ୍ରାୟ ୪ ଏକର ଦର ପାଚିଲା ଧାନ କଟାଯାଇଛି। ସେଗୁଡିକୁ ଖଳାକୁ ଆଣି ରକ୍ଷଣାବେକ୍ଷଣ କରିବା ଏବେ କଷ୍ଟକର ହୋଇପଡିଛି। କୃଷି ଶ୍ରମିକ ମିଳୁନାହାନ୍ତି। ଏହି ଧାନ ବିଡାକୁ ଗଦା ମାରି ପଲିଥିନ ଘୋଡାଇବାକୁ ଅର୍ଥର ଅଭାବ ଅଛି। ଋଣ କରି ଚାଷ କରିଥିବା ବେଳେ ବର୍ଷା ଯୋଗୁ ଧାନ ନଷ୍ଟ ହେଲେ ଋଣ ଶୁଝିବା ଚିନ୍ତାରେ ଥିବା ସେ କହିଛନ୍ତି। ଭରତପୁର ଗ୍ରାମର ଭାଗଚାଷୀ ସନତ କୁମାର ଦାସ କହିଛନ୍ତି, ଡିସେମ୍ବର ଶେଷ ଆଡକୁ ଜିଲାରେ ଧାନ କଟା ଆରମ୍ଭ ହୋଇଥାଏ। ଦର ପାଚିଲା ଧାନ କାଟି ଆଣିଲେ ପୋକ ଲାଗିବା ଭୟ ଅଛି। ସେହିପରି ଉପଯୁକ୍ତ ପରିମାଣରେ ଫସଲ ଆଦାୟ ହୋଇପାରିବ ନାହିଁ। ଚଳିତ ବର୍ଷ ଫସଲ ଆରମ୍ଭରେ ସାମୁଦ୍ରିକ ଝଡ ଓ ଲଗାଣ ବର୍ଷା ଫସଲକୁ ନଷ୍ଟ କରିଥିଲା। କ୍ଷେତରେ ପୁଣି ଥରେ ରୁଆ ହୋଇଥିଲା। ଏବେ ଫସଲ ଅମଳ ପୂର୍ବରୁ ବର୍ଷା ହେଲେ ଧାନ ଫସଲ ନଷ୍ଟ ହେବ। କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡା କୁହନ୍ତି, ସମ୍ଭାବ୍ୟ ବର୍ଷା ଧାନ ଫସଲକୁ ନଷ୍ଟ କରିବ। ଲଗାତାର ଦୁଇଦିନ ବର୍ଷା ହେଲେ ଧାନ ଗଜା ହୋଇଯିବ। ଜିଲାରେ କୃଷି ଶ୍ରମିକ ମିଳୁ ନ ଥିବା ବେଳେ ହାର୍ଭେଷ୍ଟର ନାହିଁ। ଅଳ୍ପ ସମୟରେ ଧାନ ଅମଳରେ ଏହା ବାଧା ସୃଷ୍ଟି କରିଛି। ଚଳିତବର୍ଷ ପ୍ରାୟ ୧୫ ଏକର ଜମିରେ ସେ ଚାଷ କରିଥିବା ପ୍ରକାଶ କରିଛନ୍ତି। କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି, ଅନୂ୍ୟନ୍ୟ ୮୫ ପ୍ରତିଶତ ପାଚିଥିବା ଧାନକୁ କାଟି ସଂରକ୍ଷଣ କରିବା ଆବଶ୍ୟକ। ଅଧିକ ବର୍ଷା ହେଲେ ଚାଷୀ ମୁଗ ଓ ବିରି ଆଦି ଫସଲ ଥିବା ଚାଷ ଜମିର ପାଣି ନିଷ୍କାସନ କରିବା ଜରୁରୀ। ପନିପରିବା ଚାଷୀ କୀଟନାଶକ ସିଞ୍ଚନ ବନ୍ଦ କରିବା ସହ ବର୍ଷା ସମୟରେ ବାଇଗଣ, ବିଲାତି ବାଇଗଣ, ଫୁଲ କୋବି, ବନ୍ଧା କୋବି, ବ୍ରୋକେଲି, କ୍ୟାପସିଗମ ପ୍ରଭୃତି ଚାରା ଗଛକୁ ଘୋଡାଇଲେ କ୍ଷତି କମ୍‌ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri