ଡିପ ବୋରୱେଲ ଖୋଲିବା ପାଇଁ ବ୍ୟାଙ୍କରେ ଡିପୋଜିଟ କରି ଚାଷୀ ହନ୍ତସନ୍ତ, ଧାରଣା ଦେବାକୁ ଚେତାବନୀ

କେସିଙ୍ଗା,୧୦।୧୦(ତୁମେଶ୍ବର ସାହୁ): କୃଷକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ଅନେକ ଯୋଜନା କେବଳ କାଗଜ ପତ୍ରରେ ରହି ଯାଉଥିବା ବେଳେ ଆଉ କିଛି ଯୋଜନା ଦଲାଲମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରୁଛି । ପ୍ରକୃତ ଚାଷୀ ସବୁବେଳେ ହଇରାଣର ଶିକାର ହେଉଛି। ଏହାର ଏକ ସତ୍ୟଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକରେ । ଡିପ ବୋରୱେଲ ଯୋଜନା ଦୀର୍ଘ ଦୁଇ ବର୍ଷ ତଳେ ବର୍ଷ ୨୦୨୨-୨୩ ରେ ଉଠା ଜଳସେଚନ ନିଗମ OLIC ଭବାନୀପାଟଣାଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ବ୍ଲକର ବହୁ ଚାଷୀ ନିଜ ଜମିରେ ଡିପ ବୋରୱେଲ ପାଇଁ ଆବେଦନ କରିଥିଲେ । ସୋଲାର ବୋରୱେଲ ବ୍ୟକ୍ତିଗତ ଭାବେ ଜଣେ ଚାଷୀ ଆବେଦନ କରିବାରର ବ୍ୟବସ୍ଥା ଥିବା ବେଳେ ଇଲେକ୍ଟ୍ରି ବୋରୱେଲ କରିବାକୁ ହେଲେ କ୍ଲଷ୍ଟର ଭାବେ ଚାରି କିମ୍ବା ପାଞ୍ଚ ଜଣ ଚାଷୀ ଆବେଦନ କରିବାର ବ୍ୟବସ୍ଥା ଥିଲା। ଏହି ବାବଦକୁ ଚାଷୀମାନେ କୋଡିଏ ହଜାର ଲେଖାଏଁ ବିଭିନ୍ନ ବ୍ୟାଙ୍କରେ ଡ୍ରାଫ୍ଟ କରିଛନ୍ତି। କିନ୍ତୁ ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କୌଣସି ଚାଷୀଙ୍କ ଜମିରେ ବୋରୱେଲ ଆଜି ପର୍ଯ୍ୟନ୍ତ ଖୋଲି ନାହାନ୍ତି କିମ୍ବା କେବେ ପର୍ଯ୍ୟନ୍ତ ଖୋଲା ଯିବ ତାହାର ମଧ୍ୟ ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଯେଉଁଥି ପାଇଁ ଏହି ଯୋଜନାରେ ଆବେଦନ କରିଥିବା ଚାଷୀ ଆଶଙ୍କାରେ ପଡିଛନ୍ତି। ତେଣୁ କେସିଙ୍ଗା ବ୍ଲକର ପ୍ରାୟ ୨୦୦ରୁ ଉଦ୍ଧର୍‌ବ ଚାଷୀ ବିଭାଗୀୟ ଅଫିସରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ପାଇଁ ଚେତାବନୀ ଦେଇଥିବାର ଜଣାପଡିଛି।

ଏହି ପ୍ରସଙ୍ଗକୁ କେସିଙ୍ଗା ଅଂଚଳର ଯୁବ ଚାଷୀ ଭବାନୀ ସାହୁ ଲିଖିତ ଭାବରେ କଳାହାଣ୍ଡି ସାଂସଦଙ୍କୁ ଅଭିଯୋଗ କରିଛନ୍ତି। ସାଂସଦ ମାଲବିକା ଦେବୀ ଯଥାଶୀଘ୍ର ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦେଇ ସମସ୍ୟାର ସମଧାନ ପାଇଁ ଆଶ୍ୱାସନା ଦେଇ ଥିବାରୁ ଏହି ଯୋଜନାରେ ଆବେଦନ କରିଥିବା ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଏ ସଂକ୍ରାନ୍ତରେ ଉଠା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଶାନ୍ତନୁ ମାଝୀଙ୍କୁ ପଚାରିବାରୁ ଟେଣ୍ଡର ହୋଇଛି, କିଛି ଦିନ ମଧ୍ୟରେ ବୋରୱେଲ ଖୋଲାଯିବ ବୋଲି ପ୍ରକାଶ କରିଛନ୍ତି।

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

ବିକାଶ: ସ୍ବପ୍ନ ଓ ବାସ୍ତବତା

ଖବରକାଗଜ ବା ଟିଭି ଚାନେଲ ଖୋଲିଲେ ବିକଶିତ ଭାରତ କଥା ଶୁଣିବାକୁ ବା ପଢ଼ିବାକୁ ମିଳେ, କିନ୍ତୁ ସେହି ବିକଶିତ ଭାରତର ସ୍ବରୂପ କ’ଣ ହେବ, କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri