ଚାଷ ଅନୁକୂଳକୁ ନେଇ ଆଶଙ୍କାରେ ଚାଷୀ

ପଟ୍ଟାମୁଣ୍ଡାଇ, ୨୭।୪(ସ୍ବ.ପ୍ର.): ଆଉ ଦିନ କେଇଟା ପରେ ଅକ୍ଷୟ ତୃତୀୟା। ଏହି ଦିନ ଚାଷୀମାନେ କୃଷି କାର୍ଯ୍ୟର ଅନୁକୂଳ କରିଥାନ୍ତି। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରି ଜମିରେ ଚାଷ ଅନୁକୂଳ କରାଯିବା ସହ ହଳ କରାଯାଏ। ରଜ ଉତ୍ସବ ପାଳନ ପରେ ଚାଷୀ କ୍ଷେତରେ ତଳିପକା କାର୍ଯ୍ୟ ଆରମ୍ଭ ହୁଏ। କିନ୍ତୁ ଚଳିତବର୍ଷ ଚାଷ ଅନୁକୂଳକୁ ନେଇ ଆଶଙ୍କାରେ ଦିନ କାଟୁଛି ଚାଷୀକୂଳ। ଗତବର୍ଷ ଖରିଫ ଋତୁ ଆରମ୍ଭରୁ ସ୍ବଳ୍ପ ବୃଷ୍ଟି କାରଣରୁ ରୁଆପୋତା ପାଇଁ ଚାଷୀ ପକାଇଥିବା ତଳି ପ୍ରଚଣ୍ଡ ରୌଦ୍ର ତାପରେ ଜଳି ନଷ୍ଟ ହୋଇଯାଇଥିଲା। ଚାଷୀ ବହୁ କଷ୍ଟ କରି ବ୍ୟାଙ୍କ ଋଣ ଓ ଗଁା ସାହୁକାରଙ୍କଠାରୁ କରଜ ଆଣି ପୁଣି ତଳି ପକାଇ ବିଳମ୍ବରେ ରୁଆପୋତା କାର୍ଯ୍ୟ କରିଥିଲେ। ସ୍ବଳ୍ପ ବୃଷ୍ଟି କାରଣରୁ ଅଣଜଳସେଚିତ ବହୁ ଚାଷଜମିରେ ରୁଆପୋତା କାର୍ଯ୍ୟ ହୋଇପାରି ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭଲ ବର୍ଷା ହେବା କାରଣରୁ ଯେଉଁ ସବୁ ଚାଷ ଜମିରେ ତଳି ରୁଆପୋତା ହୋଇଥିଲା, ସେଥିରେ ଭଲ ଫସଲ ଫଳି ଥିବାରୁ ଚାଷୀକୂଳ ଆନନ୍ଦରେ ଆମତ୍ହରା ହୋଇପଡିଥିଲା। କିନ୍ତୁ ଲଗାତର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଧାନ ବିଲରେ ଭଲ ଫସଲ ଫଳିଥିଲେ ହେଁ ୭୦ ଭାଗରୁ ଊର୍ଦ୍ଧ୍ୱ ଫସଲ ନଷ୍ଟ ହୋଇଯାଇଥିଲା। କରଜ କରି ଫସଲ କରିଥିବା ଚାଷୀକୂଳ ହତାଶ ହୋଇପଡିଥିଲେ। ଏବେ ଚାଷୀ ଆର୍ଥତ୍କ ଅନଟନରେ କାଳ କାଟୁଥିବା ଦେଖିବାକୁ ମିଳିଛି।
ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ବହୁ ପରିଶ୍ରମ କରି ଚାଷୀ ୨୦ରୁ ୩୦ ଭାଗ ଧାନ ଚାଷଜମିରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ହେଲେ ସେଗୁଡିକୁ କୃଷି ସମବାୟ ଅଧୀନରେ ଖୋଲା ଯାଇଥିବା ମଣ୍ଡିରେ ମିଲ ମାଲିକମାନେ ଧାନର ମାନ ଠିକ୍‌ ନ ଥିବା କହି କିଣିବାକୁ ଅମଙ୍ଗ ହୋଇଥିଲେ। ଅନ୍ୟପକ୍ଷରେ ମୁନାଫାଖୋର ବ୍ୟବସାୟୀମାନେ କୁଇଣ୍ଟାଲ ପିଛା ୮ ଶହରୁ ହଜାର ଟଙ୍କା ମୂଲ୍ୟରେ ଧାନ କିଣିବାରୁ ଧାନ ରୁଆପୋତାଠାରୁ ଅମଳ ପର୍ଯ୍ୟନ୍ତ ଚାଷରେ ଖର୍ଚ୍ଚ କରିଥିବା ବ୍ୟାପକ ଅର୍ଥ ଭରଣା କରିବାରେ ଚାଷୀ ସକ୍ଷମ ହୋଇନଥିଲା। ଅନ୍ୟପକ୍ଷରେ ଚଢା ଦାମରେ ସାର, କୀଟନାଶକ ଓଷଧ କିଣିବାଠାରୁ ଆରମ୍ଭ କରି ଧାନ ଅମଳ ପର୍ଯ୍ୟନ୍ତ ବ୍ୟାପକ ଅର୍ଥ ବ୍ୟୟ କରି ଚାଷୀକୂଳ ସର୍ବସ୍ବାନ୍ତ ହୋଇପଡିଛନ୍ତି। ପୁଣି ଧାନ ଫସଲ ହରାଇଥିବା ଚାଷୀମାନେ ରବିଋତୁରେ ବ୍ୟାପକ ଜମିରେ ମୁଗ, ବିରି ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ କରିଥିଲେ। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଓ କାଳିମୁଖୀ ଏବଂ ଲାଙ୍ଗୁଡି ପୋକ ଫସଲ ସବୁ ଖାଇ ନଷ୍ଟ କରିଦେଲେ। ଧାନ ଚାଷର କ୍ଷତି ଭରଣା ପାଇଁ ଆଶା ବାନ୍ଧିଥିବା ଚାଷୀ ବେଡି ଉପରେ କୋରଡା ମାଡ ସଦୃଶ ଫସଲ ହରାଇ ଅଣ୍ଟା ସଳଖିବା ସମ୍ଭବ ହୋଇ ପାରି ନ ଥିଲା। ଏପରିସ୍ଥଳେ ଚଳିତ ବର୍ଷ ଖରିଫ ଋତୁ ଆରମ୍ଭ ହେବାକୁ ଆଉ ଅଳ୍ପଦିନ ବାକିଥିବାବେଳେ ସମସ୍ତ ପ୍ରତିକୂଳ ପରିବେଶକୁ ସାମନା କରି ଫସଲ କରିବାକୁ ଚାଷୀ ନିକଟରେ ସମ୍ବଳ ନାହିଁ। ଏଣୁ ବିଲରେ ରୁଆପୋତା କରିବାକୁ ବିହନ କିଣିବା, ଜମିକୁ ଚାଷ କରିବାକୁ ଟ୍ରାକ୍ଟର କିମ୍ବା ପାୱାରଟିଲର ଭଡା ଦେବା ସହ ଚଢା ମୂଲ୍ୟରେ ସାର ଓ କୀଟନାଶକ ଓଷଧ କିଣିବା ଚାଷୀମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାର କୃଷି ବିଭାଗ ମାଧ୍ୟମରେ ମାଗଣାରେ ଉନ୍ନତମାନର ବିହନ ଓ ସବ୍‌ସିଡିରେ ସାର, କୀଟନାଶକ ଓଷଧ ଯୋଗାଇ ଦିଅନ୍ତୁ। ଏଥିସହ ବର୍ଷାଦିନ ପୂର୍ବରୁ ସମସ୍ତ ମୁଖ୍ୟ କେନାଲ ଓ ଶାଖା କେନାଲ, ପାଟ୍ଟନାଳୀଗୁଡିକୁ ସଫେଇ କରିବା ସଙ୍ଗେ ସଙ୍ଗେ ଉଠାଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରିବାର ବନ୍ଦୋବସ୍ତ କରିବାକୁ ତ୍ୱରିତ ପଦକ୍ଷେପ ନିଅନ୍ତୁ। ଏ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳ ଅଳପୁଅର ଉପେନ୍ଦ୍ର ନାୟକ, ସର୍ବେଶ୍ୱର ଧଳ, ଗଗନ ମହାଳିକ, ବଦ୍ୟାଧର ଧଳ, ତରଡିପାଳର ହିମାଂଶୁ ବିଶ୍ୱାଳ, ଅଜୟ ବିଶ୍ୱାଳ, ଭରତ ଦାଶ, ଅମୃତମଣୋହୀ ଉଲ୍ଲାସ ମଲ୍ଲିକ, କଳ୍ପତରୁ ମଲ୍ଲିକ, ସଞ୍ଜୟ ମଲ୍ଲିକ, କୁଳମଣି ମଲ୍ଲିକ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri