ଚାଷ ଅନୁକୂଳକୁ ନେଇ ଆଶଙ୍କାରେ ଚାଷୀ

ପଟ୍ଟାମୁଣ୍ଡାଇ, ୨୭।୪(ସ୍ବ.ପ୍ର.): ଆଉ ଦିନ କେଇଟା ପରେ ଅକ୍ଷୟ ତୃତୀୟା। ଏହି ଦିନ ଚାଷୀମାନେ କୃଷି କାର୍ଯ୍ୟର ଅନୁକୂଳ କରିଥାନ୍ତି। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରି ଜମିରେ ଚାଷ ଅନୁକୂଳ କରାଯିବା ସହ ହଳ କରାଯାଏ। ରଜ ଉତ୍ସବ ପାଳନ ପରେ ଚାଷୀ କ୍ଷେତରେ ତଳିପକା କାର୍ଯ୍ୟ ଆରମ୍ଭ ହୁଏ। କିନ୍ତୁ ଚଳିତବର୍ଷ ଚାଷ ଅନୁକୂଳକୁ ନେଇ ଆଶଙ୍କାରେ ଦିନ କାଟୁଛି ଚାଷୀକୂଳ। ଗତବର୍ଷ ଖରିଫ ଋତୁ ଆରମ୍ଭରୁ ସ୍ବଳ୍ପ ବୃଷ୍ଟି କାରଣରୁ ରୁଆପୋତା ପାଇଁ ଚାଷୀ ପକାଇଥିବା ତଳି ପ୍ରଚଣ୍ଡ ରୌଦ୍ର ତାପରେ ଜଳି ନଷ୍ଟ ହୋଇଯାଇଥିଲା। ଚାଷୀ ବହୁ କଷ୍ଟ କରି ବ୍ୟାଙ୍କ ଋଣ ଓ ଗଁା ସାହୁକାରଙ୍କଠାରୁ କରଜ ଆଣି ପୁଣି ତଳି ପକାଇ ବିଳମ୍ବରେ ରୁଆପୋତା କାର୍ଯ୍ୟ କରିଥିଲେ। ସ୍ବଳ୍ପ ବୃଷ୍ଟି କାରଣରୁ ଅଣଜଳସେଚିତ ବହୁ ଚାଷଜମିରେ ରୁଆପୋତା କାର୍ଯ୍ୟ ହୋଇପାରି ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭଲ ବର୍ଷା ହେବା କାରଣରୁ ଯେଉଁ ସବୁ ଚାଷ ଜମିରେ ତଳି ରୁଆପୋତା ହୋଇଥିଲା, ସେଥିରେ ଭଲ ଫସଲ ଫଳି ଥିବାରୁ ଚାଷୀକୂଳ ଆନନ୍ଦରେ ଆମତ୍ହରା ହୋଇପଡିଥିଲା। କିନ୍ତୁ ଲଗାତର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଧାନ ବିଲରେ ଭଲ ଫସଲ ଫଳିଥିଲେ ହେଁ ୭୦ ଭାଗରୁ ଊର୍ଦ୍ଧ୍ୱ ଫସଲ ନଷ୍ଟ ହୋଇଯାଇଥିଲା। କରଜ କରି ଫସଲ କରିଥିବା ଚାଷୀକୂଳ ହତାଶ ହୋଇପଡିଥିଲେ। ଏବେ ଚାଷୀ ଆର୍ଥତ୍କ ଅନଟନରେ କାଳ କାଟୁଥିବା ଦେଖିବାକୁ ମିଳିଛି।
ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ବହୁ ପରିଶ୍ରମ କରି ଚାଷୀ ୨୦ରୁ ୩୦ ଭାଗ ଧାନ ଚାଷଜମିରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ହେଲେ ସେଗୁଡିକୁ କୃଷି ସମବାୟ ଅଧୀନରେ ଖୋଲା ଯାଇଥିବା ମଣ୍ଡିରେ ମିଲ ମାଲିକମାନେ ଧାନର ମାନ ଠିକ୍‌ ନ ଥିବା କହି କିଣିବାକୁ ଅମଙ୍ଗ ହୋଇଥିଲେ। ଅନ୍ୟପକ୍ଷରେ ମୁନାଫାଖୋର ବ୍ୟବସାୟୀମାନେ କୁଇଣ୍ଟାଲ ପିଛା ୮ ଶହରୁ ହଜାର ଟଙ୍କା ମୂଲ୍ୟରେ ଧାନ କିଣିବାରୁ ଧାନ ରୁଆପୋତାଠାରୁ ଅମଳ ପର୍ଯ୍ୟନ୍ତ ଚାଷରେ ଖର୍ଚ୍ଚ କରିଥିବା ବ୍ୟାପକ ଅର୍ଥ ଭରଣା କରିବାରେ ଚାଷୀ ସକ୍ଷମ ହୋଇନଥିଲା। ଅନ୍ୟପକ୍ଷରେ ଚଢା ଦାମରେ ସାର, କୀଟନାଶକ ଓଷଧ କିଣିବାଠାରୁ ଆରମ୍ଭ କରି ଧାନ ଅମଳ ପର୍ଯ୍ୟନ୍ତ ବ୍ୟାପକ ଅର୍ଥ ବ୍ୟୟ କରି ଚାଷୀକୂଳ ସର୍ବସ୍ବାନ୍ତ ହୋଇପଡିଛନ୍ତି। ପୁଣି ଧାନ ଫସଲ ହରାଇଥିବା ଚାଷୀମାନେ ରବିଋତୁରେ ବ୍ୟାପକ ଜମିରେ ମୁଗ, ବିରି ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ କରିଥିଲେ। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଓ କାଳିମୁଖୀ ଏବଂ ଲାଙ୍ଗୁଡି ପୋକ ଫସଲ ସବୁ ଖାଇ ନଷ୍ଟ କରିଦେଲେ। ଧାନ ଚାଷର କ୍ଷତି ଭରଣା ପାଇଁ ଆଶା ବାନ୍ଧିଥିବା ଚାଷୀ ବେଡି ଉପରେ କୋରଡା ମାଡ ସଦୃଶ ଫସଲ ହରାଇ ଅଣ୍ଟା ସଳଖିବା ସମ୍ଭବ ହୋଇ ପାରି ନ ଥିଲା। ଏପରିସ୍ଥଳେ ଚଳିତ ବର୍ଷ ଖରିଫ ଋତୁ ଆରମ୍ଭ ହେବାକୁ ଆଉ ଅଳ୍ପଦିନ ବାକିଥିବାବେଳେ ସମସ୍ତ ପ୍ରତିକୂଳ ପରିବେଶକୁ ସାମନା କରି ଫସଲ କରିବାକୁ ଚାଷୀ ନିକଟରେ ସମ୍ବଳ ନାହିଁ। ଏଣୁ ବିଲରେ ରୁଆପୋତା କରିବାକୁ ବିହନ କିଣିବା, ଜମିକୁ ଚାଷ କରିବାକୁ ଟ୍ରାକ୍ଟର କିମ୍ବା ପାୱାରଟିଲର ଭଡା ଦେବା ସହ ଚଢା ମୂଲ୍ୟରେ ସାର ଓ କୀଟନାଶକ ଓଷଧ କିଣିବା ଚାଷୀମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାର କୃଷି ବିଭାଗ ମାଧ୍ୟମରେ ମାଗଣାରେ ଉନ୍ନତମାନର ବିହନ ଓ ସବ୍‌ସିଡିରେ ସାର, କୀଟନାଶକ ଓଷଧ ଯୋଗାଇ ଦିଅନ୍ତୁ। ଏଥିସହ ବର୍ଷାଦିନ ପୂର୍ବରୁ ସମସ୍ତ ମୁଖ୍ୟ କେନାଲ ଓ ଶାଖା କେନାଲ, ପାଟ୍ଟନାଳୀଗୁଡିକୁ ସଫେଇ କରିବା ସଙ୍ଗେ ସଙ୍ଗେ ଉଠାଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରିବାର ବନ୍ଦୋବସ୍ତ କରିବାକୁ ତ୍ୱରିତ ପଦକ୍ଷେପ ନିଅନ୍ତୁ। ଏ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳ ଅଳପୁଅର ଉପେନ୍ଦ୍ର ନାୟକ, ସର୍ବେଶ୍ୱର ଧଳ, ଗଗନ ମହାଳିକ, ବଦ୍ୟାଧର ଧଳ, ତରଡିପାଳର ହିମାଂଶୁ ବିଶ୍ୱାଳ, ଅଜୟ ବିଶ୍ୱାଳ, ଭରତ ଦାଶ, ଅମୃତମଣୋହୀ ଉଲ୍ଲାସ ମଲ୍ଲିକ, କଳ୍ପତରୁ ମଲ୍ଲିକ, ସଞ୍ଜୟ ମଲ୍ଲିକ, କୁଳମଣି ମଲ୍ଲିକ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri