ବାର୍‌ହା ଉପଦ୍ରବ: ଚାଷୀ ହିଡ଼ମୁଣ୍ଡରେ ମଞ୍ଚା ବାନ୍ଧି ରାତି ଅନିଦ୍ରା

ମହାକାଳପଡ଼ା, ୧୯ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପାଚିଲା ଧାନ ଜମିରେ ବାର୍‌ହା ପଲ ଉପଦ୍ରବ କରୁଛନ୍ତି। ବାର୍‌ହା କ୍ଷେତରେ ପ୍ରବେଶ କରି ଧାନ ନଷ୍ଟ କରୁଥିବା ନେଇ ସ୍ଥାନୀୟ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ବାର୍‌ହାଙ୍କୁ ଘଉହାଇବାକୁ ପାଇଁ ଚାଷୀ ଜମି ହିଡ଼ ମୁଣ୍ଡରେ ମଞ୍ଚା ବାନ୍ଧି ରାତିରେ ଜଗି ରହିଥାନ୍ତି। ବାର୍‌ହା ଆସିଲେ ବ୍ୟାଟେରି ଝଟକା କରେଣ୍ଟ, ନିଅଁା ହୁଳା, ବାଣ ଫୁଟାଇ ଘଉଡାଉଛନ୍ତି ବୋଲି ଚାଷୀମାନେ କହିଛନ୍ତି।
ଝଣ୍ଟୁ ଜାନା, ପ୍ରଫୁଲ୍ଲ ସେଠୀ, ନିତାଇ ମାନ୍ନା, ଖଗେନ୍‌ ମାଇତି, କମଲ ଜେନା, ତପନ ବେରା, ପୂର୍ଣ୍ଣ ଚନ୍ଦ୍ର ବେରା, ଶୁକଦେବ ବେରା, ଦୟାଲ ସାହୁ, ବିକାଶ ସାହୁ, ଶମ୍ଭୁ ଜେନାଙ୍କ ସମେତ ୫୦ରୁ ଅଧିକ ଚାଷୀ କହିଛନ୍ତି, ବ୍ଲକର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ସଂଲଗ୍ନ ନାଞ୍ଜୁରା ପଞ୍ଚାୟତ ନରସିଂହପୁର ଗ୍ରାମରୁ ବିଳମ୍ବିତ ରାତିରେ ବାର୍‌ହା ପଲରେ ୨୦ରୁ ୩୦ରୁ ଆସି ପାଚିଲା ଧାନ ଜମିରେ ପଶି ନଷ୍ଟ କରୁଛନ୍ତି। ବାର୍‌ହା ପଲକୁ ରୋକିବାକୁ ଚାଷ ଜମି ହିଡରେ ବାଉଁଶ ଓ ପଲିଥିନ ଦେଇ ମଞ୍ଚା ପ୍ରସ୍ତୁତ କରିଛୁ। ବିଳମ୍ବିତ ରାତିରେ ଜଙ୍ଗଲୀ ବାର୍‌ହା ପଲ ଧାନ ଜମିରେ ପ୍ରବେଶ କରନ୍ତି। ତେବେ ଜମିପାର୍ଶ୍ୱ ତାର ବାଡ଼ରେ ଜାଲ ଲଗାଇ ବ୍ୟାଟେରି କରେଣ୍ଟରେ ଯୋଡ଼ି ଯାଇଛି। ପରେ ଏହି ପଲ ବାଡ଼ ପାର୍ଶ୍ୱରେ ବ୍ୟାଟେରି ସଂଯୋଗ ତାର ସଂସ୍ପର୍ଶରେ ଆସିଲେ ଝଟକା କରେଣ୍ଟ ଲାଗେ। ଏହି ବାର୍‌ହା ପଲ ବ୍ୟାଟେରି କରେଣ୍ଟ ଝଟକା ମାରିବା ପରେ ନିକଟ ଜଙ୍ଗଲକୁ ପଳାଇ ଯାଇଥାନ୍ତି। ଅପରପକ୍ଷରେ ଏମାନଙ୍କୁ ତଡ଼ିବା ପାଇଁ ନିଅଁା ହୁଳା ଲଗାଇବା ସହ ବାଣ ଫୁଟାଇ ଓ ବାଜା ବଜାଇ ଘଉଡାଇ ଥାଉ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ କାର୍ଯ୍ୟାଳୟ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅଞ୍ଚଳରେ ରାତିରେ ପାଟ୍ରୋଲିଂ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସେହିପରି ବତିଘର, ଜମ୍ବୁ, ରାମନଗର, ଖରିନାସି, ସୁନିତି, ଶାସନପେଟା, ତନ୍ତିଆପାଳ ଆଦି ଅଞ୍ଚଳରେ ବହୁସଂଖ୍ୟାରେ ବାର୍‌ହା ପଲ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ଅଭିଯୋଗ ମିଳିଲେ ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri