କୋକସରା ବ୍ଲକରେ ବ୍ୟାପୁଛି ଚକଡ଼ା ରୋଗ: ମୁଣ୍ଡରେ ହାତ ଦେଇ ବସିଛନ୍ତି ଧାନଚାଷୀ

କୋକସରା,୧୮।୧୦(ଡି.ଏନ.ଏ.): ହେକ୍ଟର ହେକ୍ଟର ଚାଷ ଜମିରେ ବ୍ୟାପୁଛି ଚକଡ଼ା ରୋଗ । ନିମିଶକ ମଧ୍ୟରେ ସୁନାର ଫସଲକୁ ଚରି ଯାଉଛି ଚକଡ଼ା ପୋକ। ସବୁଜିମା ଦିଶୁଥିବା ଚାଷ ରାତିକ ମଧ୍ୟରେ ପୋଡି ଯାଉଛି ଓ ଧାନ କେଣ୍ଡା ସବୁ ପାଳ ଭଳି ଦେଖାଯାଉଛି। କୋକସରା ବ୍ଲକର ଚାଷଜମିରେ ଏବେ ମାଡିବାରେ ଲାଗିଛି ଏହି ଚକଡ଼ା ରୋଗ ପୋକ ।

ଚଳିତ ବର୍ଷ କୋକସରା ବ୍ଲକରେ ସ୍ବାଭାବିକ ବର୍ଷା କାରଣରୁ ସ୍ବଳ୍ପ ମିଆଦି ଓ ଦୀର୍ଘ ମିଆଦୀ ଧାନ ଚାଷ ଭଲ ହୋଇଛି। ଏବେ ଛୋଟ କିସମର ଧାନ ଅମଳକ୍ଷମ ଅବସ୍ଥାରେ ରହିଥିବା ବେଳେ ଦୀର୍ଘ ମିଆଦି ଧାନରେ ଦୁଧ ଭରିବା ସମୟରେ ଏହି ରୋଗ ବ୍ୟାପକ ମାତ୍ରାରେ ବ୍ୟାପିବାକୁ ଲାଗିଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ସମବାୟ ସମିତି, ବେସରକାରୀ ଫାଇନାନ୍ସରୁ ଋଣ କରି ଚଳିତ ବର୍ଷ ସୁନାର ଫସଲ କରିଥିଲେ । ହେଲେ ଅମଳ ସମୟରେ ଚାଷୀ ମୁଣ୍ଡରେ ଚକଡ଼ା ରୋଗର ଚଡକ ପଡିଛି। ଚାଷୀ ମାନେ ଚକଡ଼ା ପୋକ ଦମନ ପାଇଁ କୃଷି କର୍ମଚାରୀଙ୍କ ପରାମର୍ଶ ନେଇ ହଜାର ହଜାର ଟଙ୍କା ଧାର ଉଧାର କରି କୀଟନାଶକ ଔଷଧ ସିଞ୍ଚନ କରୁଥିବା ବେଳେ ୨/୩ ଥର କୀଟନାଶକ ମାରିବା ପରେ ମଧ୍ୟ ପୋକ ଆୟତ୍ତ ହେଉନାହାନ୍ତି । ଏହିଭଳି ଅଭିଯୋଗ କରିଛନ୍ତି କୋକସରା ଗ୍ରାମର ଅନେକ ଚାଷୀ।

କୋକସରା ବ୍ଲକ ୨୨ ପଞ୍ଚାୟତକୁ ନେଇ ରହିଥିବା ବେଳେ ୭୦/୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ତେବେ ଚକଡ଼ା ରୋଗକୁ ନେଇ ଚାଷୀମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି । କୃଷିବିଭାଗର ସୁଚନା ଅନୁସାରେ କୋକସରା ବ୍ଲକ ରେ ମୋଟ ୧୯ ,୭୧୮ ହେକ୍ଟର ଧାନଚାଷ ହୋଇଥିବା ବେଳେ ରୁଆ ଧାନ ୧୨,୪୨୦ ହେକ୍ଟର ଓ ବୁଣାଧାନ ୭୨୯୮ ହେକ୍ଟରରେ କରାଯାଇଛି।

ଚକଡ଼ା ରୋଗ ନିୟନ୍ତ୍ରଣକୁ ନେଇ କୋକସରା କୃଷି ଅଧିକାରୀ ହେମାନନ୍ଦ ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ଗତ ସପ୍ତାହ ସୁଦ୍ଧା ବ୍ଲକର ବିଭିନ୍ନ ଚାଷଜମିରେ ୨୨ ହେକ୍ଟରରେ ଚକଡ଼ା ରୋଗ ହୋଇଥିବା ନେଇ ସୂଚନା ମିଳିଛି।ଚାଷୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ରୋଗ ନିୟନ୍ତ୍ରଣ ପାଇଁ କୃଷକ ସାଥୀମାନେ ପରାମର୍ଶ ସହ ସରକାରୀ ରିହାତି ମୁଲ୍ୟରେ କୀଟନାଶକ ଯୋଗାଇ ଦିଆଯାଉଛି। ଗତ ମାସେ ହେବ କୋହଲା ପାଗ ଯୋଗୁ କିଛି ମାତ୍ରାରେ ଚକଡ଼ା ରୋଗ ବ୍ୟାପିଛି। ଆମେ ଏନେଇ ଜିଲା କୃଷି ବିଭାଗକୁ ସୂଚନା ଦେଉଛୁ ବୋଲି ସେ କହିଛନ୍ତି। ତେବେ ଚକଡ଼ା ରୋଗ ପୋକ ନିୟନ୍ତ୍ରଣ ପାଇଁ କୃଷିବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri