ଦେଶୀଧାନକୁ ଝୁରୁଛନ୍ତି ଚାଷୀ

କଣାସ, ୫।୬(ସ୍ବ.ପ୍ର): ସମୟ ଓ ପାଣିପାଗର ପରିବର୍ତ୍ତନରେ ପାରମ୍ପରିକ ଚାଷର ପ୍ରଣାଳୀ ମଧ୍ୟ ବଦଳି ଚାଲିଛି। ଅତ୍ୟାଧୁନିକ ବିହନ ଓ ସାର, ଔଷଧର ବ୍ୟବହାର ଯୋଗୁ ପୁରାତନ ଦେଶୀଧାନ ବିହନକୁ ଚାଷୀ ଧୀରେ ଧୀରେ ଭୁଲିଯିବାକୁ ବସିଛି। ଫଳରେ ପୁରୁଷାନୁକ୍ରମେ ପାରମ୍ପରିକ ରୀତିରେ ଚାଷ କରାଯାଉଥିବା ୫୦ରୁ ଊର୍ଦ୍ଧ୍ୱ କିସମର ଧାନ ଲୁପ୍ତ ହୋଇଗଲାଣି। ପୁରୀ ଜିଲା ଚିଲିକା ଉପକୂଳବର୍ତ୍ତୀ କଣାସ ବ୍ଲକର ଚାଷୀମାନେ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରନ୍ତି। ଦୀର୍ଘ ୨୦ବର୍ଷ ହେଲା ଶାରଦ ଧାନ ଫସଲ ହରାଇ ଚାଷୀମାନେ ଦେଶୀଧାନ ବିହନ ପାଇଁ ଝୁରି ହେଉଛନ୍ତି। କଣାସ ବ୍ଲକ ଖାଲୁଆ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ବର୍ଷା ଓ ବନ୍ୟା ଦାଉ ସାଧୁଛି। ପୂର୍ବରୁ ହେଉଥିବା ଶାରଦ ଧାନ ବନ୍ୟାଜଳ ଦ୍ୱାରା ୧୦ ରୁ ୧୫ଦିନ ବୁଡ଼ି ରହୁଥିଲେ ମଧ୍ୟ ଧାନଗଛ କ୍ଷତିଗ୍ରସ୍ତ ହେଉ ନ ଥିଲା। ସେ ସବୁ ବିହନ ଧୀରେ ଧୀରେ ବିଲୁପ୍ତ ହେବା ସାଙ୍ଗକୁ କମ୍‌ ଦିନରେ ଅଧିକ ଅମଳକ୍ଷମ (ହାଇବ୍ରିଡ୍‌) ଧାନ ବିହନ ଆଦୃତ ହେବା ଯୋଗୁ ଚାଷୀମାନେ ପୂର୍ବରୁ କରୁଥିବା ୫୦ପ୍ରକାରରୁ ଅଧିକ ଦେଶୀ ଧାନ ବିହନ ଲୋପ ପାଇଗଲାଣି। ପାଣିପାଗ ପରିବର୍ତ୍ତନ ଓ ବାରମ୍ବାର ବନ୍ୟା ଯୋଗୁ ହାଇବ୍ରିଡ୍‌ ଧାନ ବିହନ କ୍ଷତିଗ୍ରସ୍ତ ହୋଇଯାଉଥିବାରୁ ପୁରୁଖା ଚାଷୀମାନେ ଦେଶୀ ଧାନବିହନ ଖୋଜୁଛନ୍ତି। ଧଳାକାର୍ତ୍ତିକା, ସରୁବାଙ୍କୋଇ, ମୋଟା ବାଙ୍କୋଇ, କେଉଟିଆ ଚମ୍ପା, ପଖିଆ, ମାଗୁରା, ପଦ୍ମକେଶରୀ, ନିଶଙ୍କଲାଙ୍ଗୁରା, ତୁଳସୀବାସ, କଣ୍ଟାମୁର, କନିଅର, ଗଜରା, ବିଆଳି, ମଧୁରା, ବାଙ୍କୋଇ, ମହିପାଳ, ମୟୂରକଣ୍ଟା, ଚନ୍ଦ୍ରଉଦିଆ, ବାସୁଦେବ, ସରଗତାରା, ରଙ୍ଗିଆରାଇ, ଭାରିକଦମା, କର୍ପୂରକେଳି ଆଦି ଦେଶୀଧାନ ଆଉ ଦେଖିବାକୁ ମିଳୁନାହିଁ। ମରୁଡ଼ିି, ବନ୍ୟା, ରୋଗ, ପୋକ କାଟିବା ପ୍ରଭୃତି ସହିବା କ୍ଷମତା ଦେଶୀଧାନ ବିହନର ଅଧିକ ହୋଇଥିବାରୁ ଏବେ ଚାଷୀ ପୁଣି ଏଥିପ୍ରତି ଆଗ୍ରହ ପ୍ରକାଶ କଲେଣି। ତେଣୁ ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ଦେଶୀଧାନ ଯୋଗାଇଦିଆଯିବାକୁ ନିମିରି ଗ୍ରାମର ଶ୍ରୀକାନ୍ତ କୁମାର ପଟ୍ଟଯୋଶୀ, ସହନା ଗ୍ରାମର ସୁକାନ୍ତ କିଶୋର ସାମନ୍ତରାୟ ଏବଂ ବୈଦ୍ୟନାଥ ପାଟଣା ଗ୍ରାମର ହାଡ଼ିବନ୍ଧୁ ପାଢ଼ୀ ପ୍ରମୁଖ ବହୁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri