ଚାଷୀଙ୍କୁ ମିଳୁନି ଆବଶ୍ୟକତା ଅନୁସାରେ ସାର, ସୋସାଇଟିରେ ଲାଗିଛି ଲମ୍ବା ଲାଇନ୍‌, କଳବଜାର ଅଭିଯୋଗ ଆଣି…

ଛତ୍ରପୁର,୭ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବିଭିନ୍ନ ସ୍ଥାନରେ ସାରର ଅଭାବୀ ବିକ୍ରି ସହ କଳାବଜାର ହେଉଥିବା ନେଇ ଅଭିଯୋଗ କରୁଛନ୍ତି ଚାଷୀ। ଏବେ ବିଲରେ ରୁଆପୋତା ସମୟରେ ଆବଶ୍ୟକ ରହିଛି ସାର। ଏହାର ଭିତରେ ଚାଷୀକୁ ମିଳିପାରୁନାହିଁ ସାର। ସାର ପାଇଁ ସକାଳୁ ଆସି ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି ଚାଷୀ। ଜିଲାରେ ଚଳିତ ମାସ ୫ରେ ୧୮୦୦ ମେଟ୍ରିକ୍‌ ଟନ୍‌ ସାର ଆସିଛ। ୧୨୬ଟି ସୋସାଇଟ୍‌ ଏହା ପ୍ରଦାନ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଅଧୀନ ଲଣ୍ଡାବାଉଁଶ ସୋସାଇଟିରେ କାଲି ସାର ଆସିବାରୁ ଚାଷୀ ଏହା ଜାଣି ସକାଳୁ ସକାଳୁ ଭିଡ ଜମାଇଛନ୍ତି।

ଦୁଇଟି ସୋସାଇଟିର ୧୪ ଖଣ୍ଡ ଗ୍ରାମ ଏହି ସୋସାଇଟ ଉପରେ ର୍ନିଭର କରୁଛନ୍ତି ସାର ପାଇ। ୫ଶହରୁ ଊର୍ଦ୍ଧ୍ୱ ଚାଷୀ ସକାଳୁ ଜଗିରହିଥିବା ବେଳେ ମାତ୍ର ସାର ଆସିଛି ୨୨୫ଟି ବସ୍ତା । ସମସ୍ତ ଚାଷୀକୁ କିପରି ମିଳିବ । ଏପରିକି ଜଣକୁ ଗୋଟିଏ ବସ୍ତା ଆଧାର କାର୍ଡ ଜେରକ୍ସ ରଖି ପ୍ରଦାନ କରାଯାଉଛି । କାହାକୁ ୫ଟି ବସ୍ତା ଆବସ୍ୟକ ବେଳେ ତାକୁ ଦିଆଯାଉଛି ଗୋଟିଏ ବସ୍ତା । କାହାକୁ ଗୋଟିଏ ବି ବସ୍ତା ମିଳିପାରୁନାହି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ନିଜେ ମଧ୍ୟ ସୋସାଇଟି ସମ୍ପାଦକ ମଧ୍ୟ ନିରାଶ ହୋଇଛନ୍ତି । ଲୋକେ ଅଛନ୍ତି ୫ଶହରୁ ଉର୍ଦ୍ଧ ଆସିଛି ୨୨୫ଟି ବସ୍ତା ଏବଂ ଜଣକୁ ଗୋଟିଏ ହିଁ ଦିଆଯାଉଛି। କିପରି ସମସ୍ତ ଚାଷୀଙ୍କୁ ଆବଶ୍ୟକ ହେଉଥିବା ସାର ମିଳିବା ଜରୁରୀ । ନଚେତ ଚାଷୀ ବାହାରୁ ଅସାଧୁ ବ୍ୟବସାୟୀଙ୍କ ଠାରୁ ଚଢ଼ାଦରରେ କିଣିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଚାଷୀ । ଯେଉଁ ସମୟୟରେ ସାର ଆବଶ୍ୟକ ସେହି ସମୟରେ ହିଁ ସାର ମିଳିବା ଜରୁରୀ ।

ସୂଚନା ଥାଉକି, ଗଞ୍ଜାମ ଜିଲାରେ ଚଳିତ ବର୍ଷ ଖରିଫ ସମୟରେ ୧ ଲକ୍ଷ ୫୬ ହଜାର ୭୧୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri