ବିହନ ବୁଣି ବର୍ଷାକୁ ଚାହିଁଛନ୍ତି ଚାଷୀ

କେନ୍ଦ୍ରାପଡ଼ା,୩୦ା୬(ଜଗନ୍ନାଥ ଧଳ): ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଞ୍ଚତ୍ଛିି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। ମାତ୍ର ଆଉ ଦିନକ ପରେ ଜୁଲାଇ ଚାଲିବ। ଏପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବର୍ଷା ହେଉନାହଁି। ଦିନବେଳା କଳାହାଣ୍ଡିଆ ମେଘ ଉଠାଉଛି, ପରେ ଉଭେଇ ଯାଉଛି। ଅକ୍ଷୟତୃତୀୟାରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରି ଜମିରେ ଚାଷ ଅନୁକୂଳ କରାଯିବା ସହ ହଳ କରାଯାଇ କ୍ଷେତରେ ତଳିପକା କାମ ଆରମ୍ଭ ହୋଇଥିଲା। ରଜ ଉତ୍ସବ ପାଳନ ପରେ ଚାଷୀ ଚାଷ କାର୍ଯ୍ୟରେ ଲାଗିପଡ଼େ। ମାତ୍ର ଚଳିତବର୍ଷ ବର୍ଷା ଦେଖା ନ ଥିବା ବେଳେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏଥିରୁ ବାହାରି ଥିବା ଶାଖା କେନାଲଗୁଡ଼ିକରୁ ବର୍ଷାଋତୁ ପରଠାରୁ ପାଣି ଛଡ଼ା ଯାଇନାହିଁ। ଏବେ ବିଲ ବେଉଷଣ ହୋଇ ଧାନବୁଣା ଓ ରୁଆ ଲାଗି ତଳିପକା କାମ ଚାଲିଛି। ହେଲେ ତଳି ପକାଇବାକୁ ଆବଶ୍ୟକ ପାଣି ମିଳୁନାହିଁ। ବର୍ଷାର ଲୁଚକାଳି ଖେଳ ଏବେ ଚାଷୀମାନଙ୍କ ମଧ୍ୟରେ ନିରାଶାଭାବ ସୃଷ୍ଟି କରିଛି। ଗତ ସପ୍ତାହରୁ ଅଞ୍ଚଳରେ ମେଘୁଆ ପାଗ ଲାଗି ରହିବା ସହ ଦିନେ ଦୁଇ ଦିନ ଅନ୍ତରରେ ହେଉଥିବା ବର୍ଷା ଚାଷୀ ମନରେ କିଛି ମାତ୍ରାରେ ଆଶା ସଞ୍ଚାର କରୁଥିଲା। ଜୁନ ମାସ ଶେଷ ହେଲାଣି, ମାତ୍ର ମୌସୁମୀ ବର୍ଷା ସେଭଳି ହେଉନାହିଁ। ଜଳବାୟୁର ଏଭଳି ପରିବର୍ତ୍ତନ ଏବେ ଚାଷୀକୁଳ ପାଇଁ କାଳ ସାଜିଛି। ବର୍ଷା ଅଭାବରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଧାରୁ ଅଧିକ ଜମିରେ ଗଜା ମରୁଡ଼ିର ପଦଧ୍ୱନି ଶୁଣିବାକୁ ମିଳିଲାଣି। ଜମିରେ ପାଣି ନ ଥିବାରୁ କେଉଁଠି ତଳି ପଡ଼ିପାରୁନାହିଁ ତ ଆଉ କେଉଁଠି ଧାନବୁଣା ସାରି ବର୍ଷାକୁ ଚାଷୀ ଚାହିଁ ରହିଛି। କୂଅରୁ ମୋଟରରେ ବିଲକୁ ପାଣି ମଡ଼ାଇ ଚାଷୀ ତଳି ପକାଉଛନ୍ତି।
କୃଷକ ନେତା ବିଜୟ ଦାସ କହିଛନ୍ତି, ଚଳିତବର୍ଷ ରାଜ୍ୟକୁ ଠିକ୍‌ ସମୟରେ ମୌସୁମୀ ଆସିଥିବାରୁ ଚାଷୀକୁଳରେ ଆନନ୍ଦ ପ୍ରକାଶ ପାଇଥିଲା। ରାଜ୍ୟରେ ମୌସୁମୀ ପ୍ରବେଶ ପରେ ଅଞ୍ଚଳରେ ଝିପିଝିପି ବର୍ଷା ହୋଇଯାଇଥିବାରୁ ଚାଷୀମାନେ ଚାଷକାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରି ଧାନତଳି ପକାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି ମୌସୁମୀ ବର୍ଷାରେ ଅନେକ ଚାଷୀ ଜମିରେ ତଳିଘେରା ପ୍ରସ୍ତୁତି କରିଛନ୍ତି। ମାତ୍ର ଏବେ ବର୍ଷାର ଲୁଚକାଳି ଖେଳ ଯୋଗୁ ଚାଷୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ପୋଖରୀ, ଗଡ଼ିଆ ପାଖରେ ଥିବା ଜମିରେ ମୋଟର ଲଗାଇ ପାଣି ମଡ଼ାଇ ଚାଷୀ ତଳି ପକାଉଛନ୍ତି। ପ୍ରତ୍ୟେକ ବର୍ଷ ରଜ ପୂର୍ବରୁ ତଳିଗୁଡ଼ିକ ୫ ଇଞ୍ଚ ବଢ଼ି ଯାଇଥାଏ। ମାତ୍ର ଏବେ ଜୁନ ମାସ ଶେଷ ହେବାକୁ ବସିଲାଣି। ପାଣି ଅଭାବରୁ ଭୂଇଁରୁ ଧାନଗଜା ବାହାରି ପାରୁନି। ବୁଣାଧାନରେ ଏତେ ବେଳକୁ ଲଙ୍ଗଳମରା ଓ ପ୍ରଥମ ପିଡ଼ିଆ ମରାଯିବା କଥା। କିନ୍ତୁ ପାଣି ନ ଥିବାରୁ ତଳି ଅନେକ ସ୍ଥାନରେ ପାଚି ଯାଇଥିବା ଦେଖିବାକୁ ମିଳିଛି। ଶୁଖିଲା ଚାଷ ହୋଇଥିବା ଜମିରେ ପାଣି ଅଭାବରୁ ଘାସ ମାଡ଼ି ଯାଇଛି। ଆଗକୁ ଯଦି ଠିକ୍‌ ଭାବେ ବର୍ଷା ନ ହୁଏ, ତେବେ ଫସଲହାନି ହେବାର ଏକ ପ୍ରକାରର ସୁନିଶ୍ଚିତ। ଅପରପକ୍ଷରେ ପଟ୍ଟାମୁଣ୍ଡାଇ କେନାଲ ଓ ଏହାର ଶାଖା କେନାଲରେ ପାଣି ଆସିବା ବିଳମ୍ବ ହେଉଛି। କେନାଲ ଗଛ, ଘାସ, ଲତା ଓ ଦଳରେ ପୋତି ହୋଇ ପଡ଼ିଛି। ଫଳରେ କେନାଲରେ ପାଣି ଆସିଲେ ବିଲରେ ପହଞ୍ଚତ୍ବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଅଞ୍ଚଳର କେତେକ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପ ରହିଛି। ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ ଅନେକ ସ୍ଥାନରେ ଅଚଳ ଅବସ୍ଥାରେ ପଡ଼ିରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ସେଗୁଡିକୁ ସଚଳ କରିବା ପାଇଁ ତତ୍ପରତା ପ୍ରକାଶ କରୁନାହାନ୍ତି। ପର୍ଯ୍ୟାପ୍ତ ଜଳସେଚନର ସୁବିଧା ନ ଥିବାରୁ ଚାଷୀମାନେ ଅନେକ ସ୍ଥାନରେ ପାରମ୍ପରିକ ଧାନଚାଷ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। କୃଷି ବିଭାଗ ଓ କୃଷକମାନଙ୍କ ମଧ୍ୟରେ ଅନେକ ସମୟରେ ସମନ୍ବୟର ଅଭାବ ପରିଲକ୍ଷିତ ହେଉଛି। ଚାଷୀମାନେ ଠିକ୍‌ ସମୟରେ ଆବଶ୍ୟକ କରୁଥିବା ବିହନ ଓ ରାସାୟନିକ ସାର ପାଇ ପାରୁନାହାନ୍ତି। କୃଷି କ୍ଷେତ୍ର ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ନୂଆ ନୂଆ ଯୋଜନା ଓ କୃଷି ପ୍ରଣାଳୀ ସମ୍ପର୍କରେ କୃଷକମାନେ ଜାଣି ପାରୁନାହାନ୍ତି। କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ମଧ୍ୟରେ ଆଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାତ୍ର ବ୍ଲକ କୃଷି କାର୍ଯ୍ୟାଳୟରେ ଆବଶ୍ୟକ କୃଷି କର୍ମଚାରୀମାନଙ୍କର ଅଭାବ ରହିଥିବାରୁ ଏହା ବିଶେଷ ଭାବେ ଫଳପ୍ରଦ ହୋଇପାରୁନାହିଁ। କୃଷିର ବିକାଶ ଲାଗି ସରକାର ପଦକ୍ଷେପ ନେବା ପାଇଁ ଚାଷୀ ସୁଶାନ୍ତ ସାମଲ, ପ୍ରଭାକର ସେଠୀ, ରଞ୍ଜିତ ପ୍ରଧାନ, ପ୍ରଦୀପ ନାୟକ, ସନ୍ତୋଷ ଭଳ, ପାରେଶ୍ୱର ସେଠୀ, ଅଭୟ ବଳ, ସୁଧୀର ଦାସ, ଭିକାରୀ ବାଇ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକଙ୍କୁ ପଚାରିବାରେ ଚଳିତ ଋତୁରେ ୧୦,୪୦୦ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି। ୨୦୦ ହେକ୍ଟର ଜମିରେ ଧାନ ବୁଣା ହେବ। ୭୦୦ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ୮୦ ହେକ୍ଟର ଜମିରେ ତଳି ପଡ଼ିଛି। କିନ୍ତୁ ପାଣି ଯୋଗୁ ଚାଷ କାମରେ ବାଧା ଉପୁଜଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri