କ୍ଷେତକୁ ଜଳସେଚନ ଚୁଆ ମେଣ୍ଟାଉଛି

ମହାକାଳପଡ଼ା,୧୦ା୧ (ଡି.ଏନ.ଏ.): ମହାନଦୀର ଜଳସ୍ତର କମୁଥିବାରୁ ସମୁଦ୍ର ଜୁଆର ଲୁଣାପାଣି ନଦୀ ମଧ୍ୟକୁ ଚାଲି ଆସୁଛି। ଫଳରେ ଖରାଦିନିଆ ଡାଳୁଅ ଧାନ କରୁଥିବା ଚାଷୀମାନେ ବାଧ୍ୟହୋଇ ଜମି ନିକଟରେ ଛୁଆକରି ଚାଷଜମିକୁ ଜଳସେଚିତ କରୁଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ରିହାତି ଦରରେ ଯୋଗାଯାଉଥିବା କୃଷି ଯନ୍ତ୍ରପାତି, ସାର, ବିହନ ଓ କୀଟନାଶକ ମିଳୁନାହିଁ। ଫଳରେ ଗ୍ରାମାଞ୍ଚଳରେ ଚାଷୀମାନେ ସବୁଠାରୁ ବଡ଼ କ୍ଷତି ସହୁଛନ୍ତି। ଏମାନଙ୍କ ଦୁଃଖ ବୁଝିବା ପାଇଁ ସରକାର କୃଷି ବିଭାଗ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ହେଲେ କୃଷି ବିଭାଗ କର୍ମଚାରୀମାନେ ଚାଷକ୍ଷେତକୁ ନ ଯାଇ କାଗଜକଲମରେ ଚାଷୀଙ୍କ ବିକାଶ କରୁଛନ୍ତି। କୃଷକଙ୍କ କି ସମସ୍ୟା ରହିଛି ବିଭାଗ ପାଖରେ ପହଞ୍ଚତ୍ପାରୁନି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଡାଳୁଅ ଧାନ ଚାଷ କରୁଥିବା ଚାଷୀ ବିହନ, ସାର ଖୋଲା ବଜାରରୁ ଚଢ଼ା ଦରରେ କ୍ରୟକରି ଚାଷ କରୁଛନ୍ତି। ଗରିବ ଚାଷୀମାନେ ଅର୍ଥ ଅଭାବରୁ ଲଙ୍ଗଳ ନିଜେ ଟାଣି ହଳ କରି ଜମି କାଦୁଅ କରୁଥିବା ଦେଖିବକୁ ମିଳୁଛି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବରଜ ବାହାକୁଦ ଗ୍ରାମ ନିକଟ ମହାନଦୀ ସଂଲଗ୍ନ ଖରିବାଡ଼ି ପାଳନ୍ଦାରେ। ୫୦ରୁ ଅଧିକ ଭାଗଚାଷୀ ଅଧିକ ଖର୍ଚ୍ଚାନ୍ତ ହୋଇ ଖରାଦିନିଆ ଡାଳୁଅ ଧାନ ଚାଷ କରୁଛନ୍ତି।
ଭାଗଚାଷୀ ବଇ ସାମଲ, ଯଦୁ ସାମଲ, ଉପ ଦତ୍ତ, ବିଚି ବେହେରା, ସେକ୍‌ ମାଜା, ସେକ ପୁଚଙ୍କ କହିଛନ୍ତି, ମାଲିକ ଜମିକୁ ଆମେ ଭାଗ ବଖରା କରି ପରିବାର ପ୍ରତିପୋଷଣ କରୁଛୁ। କୃଷି ବିଭାଗ ପକ୍ଷରୁ ରିହାତି ଦରରେ ବିହନ, ସାର ଓ ଅନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ। ଆମେ ବାଧ୍ୟହୋଇ ଖୋଲା ବଜାରରୁ ଚଢ଼ା ଦରରେ କ୍ରୟ କରୁଛୁ । ଆଜିକା ଦିନରେ ଦୈନିକ ମଜୁରି ୫ଶହ ଟଙ୍କା, ଖୋଲା ବଜାରରୁ ଚଢ଼ା ଦରରେ ସାର, କୀଟନାଶକ , ବିହନ ଆଦି କିଣି ଚାଷ କରିବା ସହ ମାଲିକଙ୍କୁ ଭାଗ ଧାନ ଦେଇ ଚାଷ କରୁଥିଲେ ହେଁ କିଛି ଲାଭ ହେଉନାହିଁ। ନିକଟରେ ମହାନଦୀର ଲୁଣିିପାଣି ଯୋଗୁ ଜଳସେଚନରେ ସମସ୍ୟା ଲାଗି ଚାଷୀମାନେ କ୍ଷେତ ନିକଟରେ ଚୁଆ ଖୋଳି ତେଣ୍ଡା ଓ ସେଣାରେ ଜମିକୁ ଜଳସେଚନ କରୁଛନ୍ତି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଚାଷୀମାନେ କହିଛନ୍ତି। ଏ ସମ୍ପର୍କରେ ମାର୍ଶାଘାଇ ଜିଲା କୃଷି ଅଧିକାରୀ ସଞ୍ଜୀବ କୁମାର ମୁଦୁଲିଙ୍କୁ ପଚାରିବାରେ ଚାଷୀମାନେ ନିକଟ ଅନ୍‌ଲାଇନ କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ପ୍ରି ବୁକିଂ କରିବା ଓ ପ୍ରାଥମିକ କୃଷି ସମବାୟ ସମିତିରେ ଅଭିଯୋଗ କଲେ ସମସ୍ୟା ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri