ଚାଷୀଙ୍କୁ ମିଳିନି ଧାନ ବିକ୍ରି ପ୍ରାପ୍ୟ

ସୋନପୁର,୨୯।୬(ମୃତ୍ୟୁଞ୍ଜୟ ଶତପଥୀ)ମଣ୍ଡିରେ ଧାନ ବିକ୍ରି କରିବାର ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ପ୍ରାପ୍ୟ ମିଳିବ ବୋଲି ସରକାର ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସରକାରୀ ମଣ୍ଡିରେ ଧାନ ବିକ୍ରି କରି ଚାଷୀ ଅସୁବିଧା ଭୋଗୁଛି। ସୁବର୍ଣ୍ଣପୁର ଜିଲାର ୬୬୦ ଚାଷୀ ରବି ଧାନ ବିକ୍ରି କରି ଅଦ୍ୟାବଧି ପ୍ରାପ୍ୟ ପାଇନାହାନ୍ତି। ସେମାନେ ପ୍ରାପ୍ୟ ପାଇବା ପାଇଁ ସମବାୟ ବିଭାଗ ଓ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛନ୍ତି। ଅଧିକାରୀଙ୍କୁ ନେହୁରା ହେଉଛନ୍ତି। କିନ୍ତୁ ଧାନ ବିକ୍ରିର ୨୬ ଦିନ ପରେ ବି ଚାଷୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇନି। ଫଳରେ ଚାଷୀ ଏବେ ଚିନ୍ତାରେ ଅଛନ୍ତି ା
ସୋନପୁର ବ୍ଲକ ମୟୂରଉଡାନ ପଞ୍ଚାୟତ ରୁଗୁଡିପାଲିର ଚାଷୀ ସନ୍ତୋଷ କୁମାର ରଣା। ସେ ଜଣେ ଭାଗଚାଷୀ। ୮ ଏକର ଜମିରେ ରବି ଧାନ ଚାଷ କରିଥିଲେ। ଅମଳ ସମୟରେ ପାଣି ଅଭାବରୁ ୫ ଏକର ଚାଷ ନଷ୍ଟ ହେଲା। ବାକି ୩ ଏକର ଜମିରେ ୮୧ କୁଇଣ୍ଟାଲ ଧାନ ଅମଳ ହୋଇଥିଲା। ମୟୁରଉଡାନ ପ୍ୟାକ୍ସରେ ଜୁନ୍‌ ୨ ତାରିଖରେ ସନ୍ତୋଷ ଧାନ ବିକ୍ରି କରିଛନ୍ତି। ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ହିସାବରେ ତାଙ୍କୁ ୧ଲକ୍ଷ ୬୫ହଜାର ୨୪୦ଟଙ୍କା ମିଳିବା କଥା। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନି। ଜମି ମାଲିକଙ୍କୁ କିଭଳି ଟଙ୍କା ଦେବେ ଓ ଖରିଫ ଚାଷ କରିବେ ସେ ନେଇ ସନ୍ତୋଷଙ୍କୁ ଚିନ୍ତା ଘାରିଛି। ବିନିକା ବ୍ଲକ ତିତାରପାଲି ଗାଁର ଚାଷୀ ଝାନୁ ମେଣ୍ଡଲି। ସେ ଗତ ୧୨ ତାରିଖରେ ସିଲାଟି ପ୍ୟାକ୍ସରେ ୬୨ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନି। ବିନିକା ବ୍ଲକ ଭଣ୍ଡାର ଗାଁର ଚାଷୀ ତ୍ରିଲୋଚନ ପୂଜାହାରୀ। ସେ ଜୁନ୍‌ ୧୨ ତାରିଖରେ ସିଲାଟି ପ୍ୟାକ୍ସରେ ୬୩ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ଏପର୍ଯ୍ୟନ୍ତ ଧାନ ବିକ୍ରି ପ୍ରାପ୍ୟ ନ ପାଇ ଅସୁବିଧାରେ ଥିବା କହିଛନ୍ତି। ସେହିଭଳି ବିନିକା ବ୍ଲକ ଶଙ୍କରା ପ୍ୟାକ୍ସର ୧୦ ଜଣ ଚାଷୀ, ସିନ୍ଦୂରପୁର ପ୍ୟାକ୍ସର ୮ ଜଣ ଚାଷୀ, ସେଲେଡି ପ୍ୟାକ୍ସର ୨ ଜଣ, ବାଙ୍କିଘିର୍ଡି ପ୍ୟାକ୍ସର ୧୩ ଜଣ ଚାଷୀ, ଚରଦା ପ୍ୟାକ୍ସର ୧୩ ଜଣ, ମହଦା ପ୍ୟାକ୍ସର ୧୧ ଜଣ, ବାଉଁଶୁଣୀ ପ୍ୟାକ୍ସର ୭ ଜଣ, ଡୁଙ୍ଗୁରିପାଲି ପ୍ୟାକ୍ସର ୧୧ ଜଣ, ଇଛାପୁର ପ୍ୟାକ୍ସର ୧୧ ଜଣ, ରାମପୁର ପ୍ୟାକ୍ସର ୫ ଜଣ, ସହଲା ପ୍ୟାକ୍ସର ୯ଜଣ, ବିନିକା ପ୍ୟାକ୍ସର ୧୨ ଜଣ ଏବଂ ଜିଲାର ବିଭିନ୍ନ ପ୍ୟାକ୍ସ ଓ ମହିଳା ଏସଏଚଜିରେ ଧାନ ବିକ୍ରି କରିଥିବା ୬୬୦ ଜଣ ଚାଷୀ ଧାନ ବିକ୍ରି ପ୍ରାପ୍ୟ ପାଇନାହାନ୍ତି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ହୀରାକୁଦ କେନାଲରୁ ପାଣି ଛଡାଗଲାଣି। ଚାଷୀ ଖରିଫ ଧାନ ଚାଷ ପାଇଁ ତଳି ପକାଇବା ଆରମ୍ଭ କଲେଣି। ଏଭଳି ସ୍ଥିତିରେ ଧାନ ବିକ୍ରି ଟଙ୍କା ପାଇ ନ ଥିବା ଚାଷୀ କିଭଳି ବ୍ୟାଙ୍କ ଓ ସାହୁକାରଙ୍କ ଋଣ ଶୁଝିବେ ଏବଂ ଆସନ୍ତା ଚାଷ ପାଇଁ ଜମି ପ୍ରସ୍ତୁତି, ଧାନବିହନ ଓ ସାର କିଣିବେ ସେହି ଚିନ୍ତାରେ ଅଛନ୍ତି।
ଜିଲାରେ ୨୦୨୨-୨୩ ରବି ଧାନ କ୍ରୟକୁ ସରକାର ଜୁନ୍‌ ୨୩ ତାରିଖରୁ ବନ୍ଦ କରିଛନ୍ତି। ଧାନ କ୍ରୟ ଅବଧି ମଧ୍ୟରେ ଅନ୍‌ଲାଇନ ଟୋକନ ବ୍ୟବସ୍ଥାରେ ଜିଲାର ୩୧ ହଜାର ୫୨୩ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ୨୨ ଲକ୍ଷ ୯୮ ହଜାର ୩୩ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ତେବେ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ନ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ସୋନପୁର ସମବାୟ ସମିତି ଉପନିବନ୍ଧକ ଲଳିତ ମାଝିଙ୍କୁ ପଚାରିବାରେ ଚାଷୀଙ୍କ ଆକାଉଣ୍ଟରେ କିଛି ତ୍ରୁଟି କାରଣରୁ ସମସ୍ୟା ହୋଇଛି। ଦିନେ ଦୁଇ ଦିନ ଭିତରେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ ବୋଲି କହିଥିଲେ। ସେହିପରି ଜିଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ କହିଛନ୍ତି, ଆମ ସ୍ତରରେ କିଛି ଭୁଲ ନାହିଁ। ପିଏଫ୍‌ଏମ୍‌ଏସରେ ରିଜେକ୍ଟ ହୋଇଛି। ଚାଷୀଙ୍କ ଆକାଉଣ୍ଟ ଅପଡେଟ୍‌ ହେଉଛି। ଖୁବ୍‌ଶୀଘ୍ର ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ। ରାଜ୍ୟ ସରକାର ଜିଲାର ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ କୃଷକ ସଂଗଠନଗୁଡିକ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri