ମଣ୍ଡିର ସ୍ଥାନ ପରିବର୍ତ୍ତନରେ ତାତିଲେ ଚାଷୀ

କଣ୍ଟାମାଳ, ୨୯।୧୧(ଡି.ଏନ୍‌.ଏ.):ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବଳରାମ କୃଷକ ସଙ୍ଗଠନ ପକ୍ଷରୁ ଧାନମଣ୍ଡିର ସ୍ଥାନ ପରିବର୍ତ୍ତନକୁ ନେଇ ସୋମବାର ଚାଷୀ ତାତିବା ସହ ତହସିଲ ଅଫିସ ଘେରାଓ କରିଥିଲେ। ସଙ୍ଗଠନର ସଭାପତି ଉପେନ୍ଦ୍ର ସାହୁ, ସମ୍ପାଦକ ରିତ ସାହୁଙ୍କ ନେତୃତ୍ୱରେ କଣ୍ଟାମାଳ ଅଞ୍ଚଳର ଶତାଧିକ ଚାଷୀ କଣ୍ଟାମାଳ ବସଷ୍ଟାଣ୍ଡ ଦୁର୍ଗାମଣ୍ଡପ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାଦେଇ ତହସିଲ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଙ୍ଗଠନର ଚାଷୀମାନେ ଏନେଇ ତହସିଲଦାର କର୍ଣ୍ଣ ମଲିକଙ୍କୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବା ସହ ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଅଡି ବସି ଚାଷୀମାନେ ରାସ୍ତା ଉପରେ ବସି ରହିଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ୪୧ ନମ୍ବର ରାଜ୍ୟ ରାଜପଥ ଅଚଳ ହୋଇପଡିଥିଲା। ଘଟଣା ସମ୍ପର୍କରେ ତହସିଲଦାର ମଲ୍ଲିକ ବିଭାଗୀୟ ଜିଲା ଅଧିକାରୀଙ୍କ ସହ ଆଲୋଚନା ପରେ କଣ୍ଟାମାଳ ପ୍ୟାକ୍ସର ପୂର୍ବରୁ ଚାଲିଥିବା ମଣ୍ଡିଠାରେ ପୂର୍ବପରି ଧାନକିଣା ଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣା ପ୍ରତ୍ୟାହାର କରିଥିଲେ। ପ୍ରକାଶ ଯେ, କଣ୍ଟାମାଳ, ଖଲିଆପାଲି ଏବଂ ବରଗାଁ ଆଦି ତିନିଟି ପଞ୍ଚାୟତର କେତେକ ଚାଷୀଙ୍କ ପାଇଁ କଣ୍ଟାମାଳ ସେବା ସମବାୟ ସମିତି ନିକଟ ପଡିଆରେ ଧାନ କିଣା ହୋଇ ଆସୁଥିଲା। ଚଳିତବର୍ଷ ଏହାକୁ ଖଲିଆପାଲି ପଞ୍ଚାୟତସ୍ଥିତ ଭାଲିଆପଦର ଆର୍‌ଏମ୍‌ସିର ବଜାର ପ୍ରାଙ୍ଗଣରେ କିଣାଯିବାକୁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ହୋଇଥିଲା। କିନ୍ତୁ ଅଞ୍ଚଳର ଚାଷୀ ଏଥିରେ ଅସନ୍ତୋଷ ପ୍ରକାଶ କରି ବରଗାଁର କିଛି ଗ୍ରାମ ଓ କଣ୍ଟାମାଳର ସମସ୍ତ ଗ୍ରାମର ଚାଷୀଙ୍କ ପାଇଁ ପୂର୍ବପରି କଣ୍ଟାମାଳ ମଣ୍ଡି ଠାରେ ଓ ଖଲିଆପାଲି ଚାଷୀଙ୍କ ନିମନ୍ତେ ଭାଲିଆପଦର ଆର୍‌ଏମ୍‌ସି ବଜାର ପ୍ରାଙ୍ଗଣରେ ଧାନ କିଣା ଯିବାକୁ ନେଇ ଗତ ୧୧।୧୧।୨୦୨୨ରେ ବୌଦ୍ଧ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ଏଥିରେ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ନ ଆସିବାରୁ ଶେଷରେ ବାଧ୍ୟ ହୋଇ ଚାଷୀମାନେ ତହସିଲ ଅଫିସ ଘେରାଉ ନିଷ୍ପତ୍ତି ନିଆଯାଇଥିବା ବଳରାମ କୃଷକ ସଙ୍ଗଠନର ସଭାପତି ଉପେନ୍ଦ୍ର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri