ମଜୁରି ବୃଦ୍ଧି ଯୋଗୁ ଚାଷୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୭ା୬ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଏବଂ ଚାଷଖର୍ଚ୍ଚ ବୃଦ୍ଧିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏପରି କି ଅନେକ ଚାଷୀ ଚାଷକାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି। ଗୋଟିଏ ପଟେ ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟପକ୍ଷେ ଚାଷ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ ସେମାନଙ୍କ ଆର୍ଥତ୍କ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଚାଷ ପ୍ରତି ଚାଷୀମାନଙ୍କ ଆଗ୍ରହ ଆଉ ସେଭଳି ଦେଖାଯାଉ ନ ଥିବା ବେଳେ ଚଳିତବର୍ଷ ଭାଜପା ସରକାର ପ୍ରଥମ କ୍ୟାବିନେଟ୍‌ ବୈଠକରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେବା ପରେ କୃଷକମାନଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି। ହେଲେ ଚଳିତବର୍ଷ ମୌସୁମୀ ଆସିବାରେ ବିଳମ୍ବ ଯୋଗୁ ବର୍ଷା ଅଭାବରୁ ଧାନବୁଣା କିମ୍ବା ତଳିପକା କାମ ହୋଇ ପାରୁ ନ ଥିବା ବେଳେ ମଜୁରି ବୃଦ୍ଧି ଯୋଗୁ ଚାଷୀମାନେ ବେଳକୁ ବେଳ ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି।
କୃଷକ ନେତା ରଞ୍ଜିତ ପ୍ରଧାନ କହିଛନ୍ତି, ଖରିଫ ଋତୁରେ ଭଲ ବର୍ଷା ହେବା ସହ କେନାଲରେ ପାଣି ଆସିଲେ ଚାଷୀମାନେ ଅକ୍ଷୟତୃତୀୟାଠାରୁ ଧାନ ବୁଣିବା ଓ ତଳି ପକାଇବା କାମ ଆରମ୍ଭ କରିଥାନ୍ତି। ମାତ୍ର ଚଳିତ ଆଷାଢ଼ ମାସରେ ଭଲ ବର୍ଷା ନ ହେବାରୁ ଧାନବୁଣା କି ତଳିପକା କାମ ଆରମ୍ଭ ହୋଇନାହିଁ। ଏଥିସହ କେନାଲରେ ଏ ପର୍ଯ୍ୟନ୍ତ ପାଣି ଆସୁ ନ ଥିବାରୁ ଏହା ଉପରେ ନିର୍ଭରଶୀଳ ଚାଷଜମି ମଧ୍ୟ ସେପରି ପଡ଼ିଛି। ମୋଟାମୋଟି ଭାବେ ମୌସୁମୀ ଧାନଚାଷକୁ ପ୍ରଭାବିତ କରିବା ନେଇ ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। କୃଷି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୨୦୨୩ରେ ପାଖାପାଖି ୧୨ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ଚଳିତବର୍ଷ ୧୦,୪୦୦ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି। ୨୦୦ ହେକ୍ଟର ଜମିରେ ଧାନ ବୁଣା ହେବ। ୭୦୦ ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ପାଣି ଯୋଗୁ ଚାଷ କାମରେ ବାଧା ଉପୁଜିଛି ବୋଲି ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକ କହିଛନ୍ତି। କୃଷକ ପ୍ରଦୀପ ନାୟକ, ସନ୍ତୋଷ ଭୋଳ, ପାରେଶ୍ୱର ସେଠୀ, ଅଭୟ ବଳ, ସୁଧୀର ଦାସ, ଭିକାରୀ ବାଇ ପ୍ରମୁଖ କହିଛନ୍ତି ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୭୦ ପ୍ରତିଶତରୁ ଊଦ୍ଧର୍‌ବ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ପ୍ରତିବର୍ଷ ବ୍ଲକର ବିଭିନ୍ନ ରାଜସ୍ବ ମୌଜାରେ ପ୍ରାୟତଃ ହଜାର ହଜାର ହେକ୍ଟର ଜମିରେ ଖରିଫ ଫସଲ ହୋଇଥାଏ। କିନ୍ତୁ ଚଳିତବର୍ଷ ବର୍ଷା ହେବାରେ ବିଳମ୍ବ, କେନାଲରେ ପାଣି ନ ଆସିବା ଓ କିସମ ପରିବର୍ତ୍ତନ ହେବା କାରଣରୁ ୧,୬୦୦ ହେକ୍ଟର ଜମିରେ ଆଉ ଧାନଚାଷ ହେବ ନାହିଁ ବୋଲି ଆକଳନ କରାଯାଇଛି। ଅଧିକାଂଶ ଗ୍ରାମରେ ଜଳସେଚନର ସୁବିଧା ହୋଇ ନ ଥିବାରୁ ଚାଷ ପାଇଁ ବର୍ଷା ଜଳ ଉପରେ ଚାଷୀ ନିର୍ଭର କରିବାକୁ ପଡୁଛି। ଚଳିତବର୍ଷ ମୌସୁମୀଜନିତ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବହୁ ଚାଷୀ ଚାଷ ପାଇଁ ମନ ବଳାଇଥିଲେ। ହେଲେ ଜୁ୍‌ନ୍‌ ଶେଷ ହେବାକୁ ବସିଥିଲେ ମଧ୍ୟ ମୌସୁମୀ ବର୍ଷା ହୋଇପାରିନାହଁି। ସାଧାରଣତଃ ରଜପର୍ବ ପରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ହେଲେ ଚଳିତବର୍ଷ ବର୍ଷା ଅଭାବରୁ ଅଧିକାଂଶ ଜମି ହଳ ହୋଇ ପଡିଛି। ଅପରପକ୍ଷେ କେତେଜଣ ଚାଷୀ କାଳବୈଶାଖୀ ଜନିତ ବର୍ଷା ପରେ ଜମିରେ ଧାନ ବୁଣିଥିଲାବେଳେ ତାହା ଏବେ ବର୍ଷା ଅଭାବରୁ ଭୂଇଁରୁ ଉଠି ପାରୁନାହିଁ। ଯଦି ଆସନ୍ତା ସପ୍ତାହ ମଧ୍ୟରେ ବର୍ଷା ନ ହୁଏ, ତେବେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଧାନବୁଣା ଓ ରୁଆ ସମୟ ହୋଇଥିଲେ ମଧ୍ୟ ମୌସୁମୀ ନ ଆସିବା ନେଇ ଖରିଫ ଫସଲ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଜୁନ୍‌ ଆରମ୍ଭରୁ ଧାନଚାଷ ପାଇଁ ଯେତିକି ବର୍ଷା ଦରକାର ତାହା ହୋଇନାହିଁ। ଚଳିତ ମାସରେ ଆବଶ୍ୟକ ବର୍ଷା ନ ହେଲେ ବେଳକୁ ବେଳ ପରିସ୍ଥିତି ସଙ୍ଗିନ ହେବାକୁ ଯାଉଛି। ମଜୁରି ବୃଦ୍ଧି ଏବଂ କୃଷି ଶ୍ରମିକ ମିଳୁ ନ ଥିବାରୁ ଚାଷ ବେଳକୁ ବେଳ ମହଙ୍ଗା ହେବାରେ ଲାଗିଛି। ଫଳରେ ଅନେକ ଚାଷୀ ଅଳ୍ପ ବହୁତ ଜମିରେ ନିଜ ଗୁଜରାଣ ମେଣ୍ଟେଇବା ପାଇଁ ଚାଷ କରି ବାକି ପଡିଆ ଛାଡି ଦେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୪-୧୫ରେ ଧାନ ଉତ୍ପାଦନ ପାଇଁ ଏକର ପିଛା ୩୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୦୨୩-୨୪ରେ ଏହା ୧୪ ହଜାର ଉପର ଟଙ୍କାକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri