ସରକାରଙ୍କ ମାଗଣା ବିହନ ଅପହଞ୍ଚ: ଚାଷୀ ମହଲରେ ଉଦ୍‌ବେଗ

ଭବାନୀପାଟଣା,୫ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚାଷୀମାନେ କିଭଳି ଧାନ ସହ ଅନ୍ୟାନ୍ୟ ଡାଲିଜାତୀୟ ଶସ୍ୟ ଚାଷ କରିପାରିବେ ସେଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ବିରି ଓ ହରଡ ଡାଲି ବିହନ ବଣ୍ଟନ ଆରମ୍ଭ ହୋଇଛି। ଜିଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ଏହି ବିହନ ବଣ୍ଟନ ବ୍ୟବସ୍ଥା ରହିଛି । ହେଲେ କେତେକ ଅଞ୍ଚଳରେ ଏଥିରେ ଅନିୟମିତତା ସାମ୍‌ନାକୁ ଆସିଛି। ଧର୍ମଗଡ ବ୍ଲକ ବ୍ରାହ୍ମଣଛେଣ୍ଡିଆ ପଞ୍ଚାୟତରୁ ଏପରି ସଙ୍ଗିନ ଅଭିଯୋଗ ଆସିଛି। ଏଠାରେ ଚାଷୀମାନେ ମାଗଣା ବିହନ ପାଇବାରୁ ବଞ୍ଚତ୍ତ ହେଉଥିବା ପ୍ରକାଶ କରିଛନ୍ତି। ଏହି ପଞ୍ଚାୟତରେ ମେରଘରା, ବ୍ରାହ୍ମଣଛେଣ୍ଡିଆ, ଚିଲିଚିଲା, ଥନଟ ଭଳି ଗାଁ ରହିଥିବା ବେଳେ କାଁ ଭାଁ ଚାଷୀଙ୍କୁ ଛାଡିଦେଲେ ପ୍ରକୃତ ଚାଷୀଙ୍କ ପାଖରେ ଏହି ସରକାରୀ ବିହନ ପହଞ୍ଚତ୍ ନ ଥିବା ଅଭିଯୋଗ ଆଣିଛନ୍ତି ଚାଷୀ ଶାନ୍ତନୁ ମୁଣ୍ଡ,ରମଣୀ ମୁଣ୍ଡ। ଏହି ପଞ୍ଚାୟତ ଦାୟିତ୍ୱରେ ଥିବା ଭିଏଡବ୍ଲ୍ୟୁ (ଗ୍ରାମ୍ୟ କୃଷି କର୍ମଚାରୀ) ଅବଗତ କରାଇ ନ ଥିବାରୁ ସେମାନେ ଏହି ଯୋଜନାର ଲାଭ ଉଠାଇପାରୁ ନ ଥିବା ପ୍ରକାଶ କରିଛନ୍ତି। ଏପରି କି ଗତବର୍ଷ ମଧ୍ୟ ଏହି ସବୁ ମାଗଣା ବିହନ ପାଇ ନ ଥିବା ଚାଷୀ ନୟନ ବାଗ, ଶଙ୍ଖନାଦ ବାଗ ପ୍ରକାଶ କରିଛନ୍ତି।
କଳାହାଣ୍ଡି ଜିଲାରେ ଚଳିତ ଥର ବିରି ଡାଲି ବିହନ ୧୯ ହଜାର ପ୍ୟାକେଟ ଓ ହରଡ ଡାଲି ବିହନ ୧୦ ହଜାର ପ୍ୟାକେଟ ଆସିଥିବା ଜଣାପଡିଛି। ପ୍ରତ୍ୟେକ ବିହନ କିଟ୍‌ରେ ଚାରି କିଲୋ ଲେଖାଏ ରହିଥିବା ଜଣାପଡିଛି। ଅଣ ଜଳସେଚିତ ଅଞ୍ଚଳ ତଥା ଆଁଟ ଜମିରେ ଚାଷୀମାନେ ଏହି ଚାଷ କରିଥାନ୍ତି। ଆଉ ଚାଷୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଏହି ମାଗଣା ବିହନ ବେଶ ସହାୟକ ହୋଇଥାଏ। ତେବେ ଗ୍ରାମାଞ୍ଚଳରେ ଚାଷୀମାନେ ମାଗଣା ବିହନ ବାବଦରେ ଅବଗତ ନ ଥିବା କୃଷି ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚାଷୀମାନେ କିଭଳି ଯୋଜନାର ଲାଭ ପାଇପାରିବେ ସେ ଉପରେ ପ୍ରୟାସ ଜାରି ରହିଥିବା ବେଳେ ତଳ ସ୍ତରରେ ଥିବା କିଛି ଅସାଧୁ କର୍ମଚାରୀଙ୍କ ପାଇଁ ପ୍ରକୃତ ଚାଷୀ ପାଖରେ ଯୋଜନା ପହଞ୍ଚତ୍ପାରୁନାହିଁ, ଯାହା ବିଡମ୍ବନାର ବିଷୟ ବୋଲି ପ୍ରକାଶ କରିଛନ୍ତି ଜିଲାର କିଛି ବରିଷ୍ଠ ଚାଷୀ ନେତା। ଏହାର ତଦନ୍ତ କରାଯାଇ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଧର୍ମଗଡ଼ କୃଷି ଜିଲା ଅଧିକାରୀ ସଞ୍ଜୟ କୁମାର ପାତ୍ରଙ୍କୁ ପଚାରିବାରୁ ଚାଷୀମାନେ ମାଗଣା ବିହନ ପାଇ ନ ଥିବା ଘଟଣାକୁ ସ୍ବୀକାର କରିବା ସହ ଯେଉଁମାନେ ଚଳିତଥର ବଞ୍ଚତ୍ତ ଅଛନ୍ତି ଆର ଥରକୁ ପାଇବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri