Categories: ଜାତୀୟ

ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ

ନୂଆଦିଲ୍ଲୀ,୧୦।୩ : କେନ୍ଦ୍ରର ୩ ବିବାଦୀୟ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଛନ୍ତି ଟ୍ରେଡ୍‌ ୟୁନିୟନ ଓ ଅନ୍ୟ ସଂଘ।

ଉଲ୍ଲେଖଯୋଗ୍ୟ, ସରକାର ଓ ଆନ୍ଦୋଳନରତ କୃଷକ ସଂଗଠନ ମଧ୍ୟରେ ବହୁବାର ଆଲୋଚନା ହୋଇଥିଲେ, ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଏଥି ପୂର୍ବରୁ ମଧ୍ୟ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିଲା ଭାରତ ବନ୍ଦ ଡାକରା।

Share