Categories: ଜାତୀୟ

ଶାହାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ଚାଷୀ

ନୂଆଦିଲ୍ଲୀ,୨୯।୧୧: କୃଷି ଆଇନକୁ ନେଇ ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି। ନଭେମ୍ବର ୨୬ଠାରୁ ଦିଲ୍ଲୀ-ହରିୟାଣା ସିନ୍ଧୁ ସୀମା ବୁରାଡ଼ିରେ ପ୍ରଦର୍ଶନ କରୁଛନ୍ତି। ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେମାନଙ୍କୁ ସିନ୍ଧୁ ସୀମାରୁ ହଟିଯାଇ ବୁରାଡ଼ିର ନିରଙ୍କାରୀ ସମାଗମ ମୈଦାନରେ ପ୍ରଦର୍ଶନ କରିବାକୁ ପ୍ରସ୍ତାବ ଦେଇଥିଲେ। ସେଠାରେ ପ୍ରଦର୍ଶନ କରିବା ସହିତ ସରକାରଙ୍କ ସହିତ ଆଲୋଚନା କରାଯାଇ ପାରିବ ବୋଲି ଶାହା ଅପିଲ୍‌ କରିଥିଲେ। ତେବେ ଏହାକୁ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ରବିବାର ପ୍ରତ୍ୟାଖାନ କରାଯାଇଛି। ଚାଷୀମାନେ ସିନ୍ଧୁ ସୀମାରେ ପ୍ରଦର୍ଶନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସିନ୍ଧୁ ସୀମାରେ ଆଇବିର ୨ ଜଣ ବରିଷ୍ଠ ଅଧିକାରୀ ପହଞ୍ଚିଥିବା କୁହାଯାଉଛି। ସେମାନେ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରୁଥିବା ଚର୍ଚ୍ଚା ହେଉଛି। ସେମାନେ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ପରିସ୍ଥିତି ସମ୍ପର୍କରେ ଯୋଗାଯୋଗରେ ରହିଛନ୍ତି।

Share