କୃଷି ଋଣ ଠକେଇର ଶିକାର ହେଲେ ପକ୍ଷାଘାତ ପୀଡ଼ିତ ଚାଷୀ

ଲୋଇସିଂହା,୧୪।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ବୁର୍ଡା ଗ୍ରାମର ଜଣେ ପକ୍ଷାଘାତ ପିଡୀତ ଚାଷୀ କୃଷି ଋଣ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି ା ଠକେଇର ଶିକାର ଚାଷୀ ମୁକୁନ୍ଦ ସାହୁ ଆ୍‌ଲପୁର(ଡୁଡୁକା) ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲାପଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଭାବେ ଫେରାଦ ହୋଇଛନ୍ତି। ଠକେଇ ତଥା ଚଞ୍ଚକତାରେ ପାକ୍ସରେ ପୂର୍ବତନ ବୋର୍ଡ ସଭାପତି ଛନ୍ଦାଚରଣ ଖମାରୀ, ଡାଟାଅପରେଟର ରଜଂନ ନନ୍ଦ ଓ ପିଅନ ନିରୋଜ ସାହୁଙ୍କ ସମ୍ପୃକ୍ତି ରହିଛି ା
ଦୁଇସପ୍ତାହ ମଧ୍ୟରେ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ ନ ହେଲେ ସେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ା ଜିଲାପାଳଙ୍କୁ ଭେଟିବା ଅବସରରେ ସ୍ଥାନୀୟ ସରପଞ୍ଚ ସୁଦୀପ ସା,ପୂର୍ବତନ ସରପଚଂ ତଥା ବୋର୍ଡ ନିର୍ଦ୍ଦେଶକ ପ୍ରହ୍ଲାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା
ଅଭିଯୋଗରୁ ପ୍ରକାଶ ଯେ,ବୁର୍ଡା ପଞ୍ଚାୟତ ପରିସରରେ ପାକ୍ସ ଓ ପୋଷ୍ଟ ଅଫିସ କାର୍ଯ୍ୟ କରୁଛି ା ପୋଷ୍ଟ ଅଫିସକୁ ଚାଷୀ ମକୁନ୍ଦ ସାହୁ ୨୦୨୪ ଆର୍ଥିକ ବର୍ଷର ପିଏମ କିଷାନ ଟଙ୍କା ଉଠାଇଣ ପାଇଯାଇଥିଲେ ା ଏତିକିବେଳେ ଚାଷୀ ମୁକୁନ୍ଦଙ୍କୁ ଧାନକାର୍ଡ କରାଇବା ବାହାନାରେ ପାକ୍ସର ୨ ଜଣ କର୍ମଚାରୀ ନିରୋଜ ସାହୁ ଓ ରଞ୍ଜନ ନନ୍ଦ ଦେଖି ପାକ୍ସକୁ ଡାକିଥିଲେ। ସେଠାରେ ପୂର୍ବରୁ ପାକ୍ସର ପୂର୍ବତନ ବୋର୍ଡ ସଭାପତି ଛନ୍ଦାଚରଣ ଖମାରୀ ଥିଲେ ା
ଉପରୋକ୍ତ ୩ ଜଣ ବ୍ୟକ୍ତି ସାକ୍ଷର ମୁକୁନ୍ଦଙ୍କଠାରୁ ଦସ୍ତଖତ ବଦଳରେ କୁଆଡେ ବିଭିନ୍ନ କାଗଜପତ୍ରରେ ଟିପଚିହ୍ନ ନେଇଯାଇଥିଲେ ା ବିଶ୍ୱାସ ଦେଇଥିଲେ ଯେ, ଧାନକାର୍ଡ ହୋଇଯିବା ଓ ଧାନବିକ୍ରି କରିପାରିବେ ବୋଲି ମୁକୁନ୍ଦଙ୍କୁ ସେମାନେ କହିଥିଲେ ା କିନ୍ତୁ ସେପ୍ଟେମ୍ବର ୨୦୨୫ରେ ପୂର୍ବତନ ବୋର୍ଡ ସଭାପତି ଛନ୍ଦାଚରଣ ଖମାରୀ ମୁକୁନ୍ଦଙ୍କ ଘରକୁ ଯାଇ ଗତବର୍ଷ ଋଣର ପୁନଶ୍ଚ ନବୀକରଣ କରିବା ପାଇଁ ଏକ ଦସ୍ତଖତ ମାଗିଥିଲେ ା ଏଥିରେ ମୁକୁନ୍ଦ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ା
ଏହାପରେ ପୂର୍ବତନ ବୋର୍ଡ ସଭାପତି ଖମାରୀ କୁଆଡେ କହିଥିଲେ ଯେ, ୬୫ ହଜାର ଟଙ୍କା ଋଣ ନେଇଛ କହି ଜୋରଜବରଦସ୍ତି ନବୀକରଣ ପାଇଁ ତାଙ୍କ ହସ୍ତାକ୍ଷାର ନେଇଯାଇଥିଲେ। ଘଟଣା ସଂକ୍ରାନ୍ତରେ ଚାଷୀ ମୁକୁନ୍ଦ ପରବର୍ତ୍ତୀ ସମୟରେ ପଚରାଉଚରା ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାମରେ ୬୫ ହଜାର ଟଙ୍କା ଋଣ ହୋଇଥିବାବେଳେ ସେହି ଟଙ୍କା ପୂର୍ବତନ ବୋର୍ଡ ସଭାପତି ଛନ୍ଦାଚରଣ ଖମାରୀଙ୍କ ଆକଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଥିଲେ ା ତାଙ୍କ ଅଜ୍ଞାତରେ ତଥା ବିନା ସ୍ବୀକୃତିରେ ଋଣ କରାଯାଇଛି ା ସେ ଜଣେ ସାକ୍ଷର ହୋଇଥିଲେ ସୁଦ୍ଧା ମନ୍ଦ ଉଦ୍ଦେଶ୍ୟରେ ତାଙ୍କ ଠାରୁ ଟିପ ଚିହ୍ନ ନେଇ ଏପରି ଜାଲିଆତି କରିଥିବା ସେ ଅଭିଯୋଗ କରିଛନ୍ତିା
ଏସମ୍ପର୍କରେ ଦାୟିତ୍ୱରେ ଥିବା ପାକ୍ସ ସମ୍ପାଦକ ଘଟଣା ପଚାରିବାରୁ, ଏପରି ଏକ ଅଭିଯୋଗ ଆସୁଛି ା ସମ୍ପୃକ୍ତ ଚାଷୀ ଜଣକ ୨୦୨୩-୨୪ ଆର୍ଥିକ ବର୍ଷରେ ୧୦ ମାର୍ଚ୍ଚରେ ତାଙ୍କ ନାମରେ ଋଣ ଉଠିଛି। ଏହଛଡା ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ମ୍ଯଯ ଋଣ ନବୀକରଣ କରାଯାଇଛି ା ୨ ଥର ନବୀକରଣ କଲା ପରେ ଏପରି ଆପତ୍ତି ଆଣିବାକୁ ନେଇ ସେ ଘଟଣାର ରହସ୍ୟ ଥିବା ସେ ସନ୍ଦେହ କରୁଥିବା କହିଛନ୍ତିା ପ୍ରଥମ କିସ୍ତି ଋଣ ୧୦ ହଜାରୁ ଆରମ୍ଭ ହୋଇଥା ଏ ା କିନ୍ତୁ ମୁକୁନ୍ଦଙ୍କ କ୍ଷେତ୍ରରେ ଏକାଥରରେ ୬୫ ହଜାର ଟଙ୍କା ଋଣ ମଞ୍ଜୁର ହେବା ଘଟଣା ଜାଲିଆତି ରହସ୍ୟ ଘେରକୁ ଟାଣି ଆଣୁଛି। ଅପପରକ୍ଷେ ବିଡିସିସ ବ୍ୟାଙ୍କର ଭୂମିକା ମଧ୍ୟ ସନ୍ଦେହ ଘେରରେ ା ପୂର୍ବତନ ସବାପତି ଖମାରୀଙ୍କ ସହ ଯୋଗା ଯୋଗ ନ ହେବାରୁ ପ୍ରତିକ୍ରିୟା ମିଳିପାରିନାହିଁ ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

Sunetra Pawar: NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ ସୁନେତ୍ରା, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri