ରାଜନୈତିକ ଦଳ ପାଇଁ ଚାଷୀ ମୋହରା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସେଠାକାର ରାଜନୀତି ସରଗରମ ହୋଇଛି। ଭୋଟ ହାତେଇବା ପାଇଁ ରାଜନୈତିକ ଦଳଗୁଡିକ ଚାଷୀଙ୍କୁ ମୋହରା ବନାଇଛନ୍ତି। ଫସଲ ବୀମା ବିଳମ୍ବକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ପରସ୍ପର ଦୋଷ ଲଦାଲଦିରେ ମାତିଛନ୍ତି। ରବି ଫସଲ ଅମଳ ହେବାର ୪ ମାସ ପରେ ମଧ୍ୟ ଚାଷୀଙ୍କୁ ଫସଲ ବୀମା ମିଳିନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ବରଗଡ଼ର ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ଫସଲ ବୀମା ମିଳିବାରେ ବିଳମ୍ବ ରାଜ୍ୟର କୃଷକମାନଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀମା ପ୍ରସଙ୍ଗରେ ବହୁବାର କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ଏହାସତ୍ତ୍ୱେ ଚାଷୀଙ୍କୁ କୌଣସି ସୁଫଳ ମିଳିପାରୁନାହିଁ। ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଫସଲ ବୀମା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଯେବେଠାରୁ ଫସଲ ବୀମାର ନାମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ) ହେଲାଣି ସେବେଠାରୁ ଚାଷୀଙ୍କୁ ଠିକ୍‌ ସମୟରେ ବୀମା ରାଶି ଦେବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିବା ଉଚିତ୍‌ କି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଚାଷୀମାନଙ୍କୁ ଅମଳ ପୂର୍ବରୁ ଫସଲ କ୍ଷତିର ଭରଣା ପାଇଁ ୨୦୧୬ରୁ ପିଏମ୍‌ଏଫ୍‌ବିଓ୍ବାଇ ଆରମ୍ଭ କରାଯାଇଛି। ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଫସଲ ବୀମା ବିଳମ୍ବକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ୍‌ କରିଥିଲେ। ଠିକ୍‌ ସମୟରେ ଫସଲ ବୀମା ମିଳୁ ନ ଥିବାରୁ ପରବର୍ତ୍ତୀ ଚାଷ ପାଇଁ କୃଷକମାନେ ନିଜକୁ ପ୍ରସ୍ତୁତ କରିପାରୁନାହାନ୍ତି। ବୀମା ରାଶି ତୁରନ୍ତ ଯୋଗାଇ ଦେବା ପାଇଁ ପଦକ୍ଷେପ ନେବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ଅପରପକ୍ଷେ ଚାଷୀମାନେ କିପରି ସେମାନଙ୍କ ବୀମା ଅର୍ଥ ପାଇବେ ସେନେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ଭାଜପା ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଚାଲିଛି।
ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଚାଷୀମାନେ ଫସଲ ବୀମା ପାଇପାରୁନାହାନ୍ତି। ବୀମା ପାଇବା ପାଇଁ ଯାହାସବୁ କ୍ରାଇଟେରିଆ ରହିଛି ରାଜ୍ୟ ସରକାର ସେସବୁ ପୂରଣ କରିବାରେ ବିଫଳ ହୋଇଛନ୍ତି। ଫଳରେ ଚାଷୀମାନେ ସେମାନଙ୍କ ନ୍ୟାଯ୍ୟ ଦାବିରୁ ବଞ୍ଚତ୍ତ ହୋଇଛନ୍ତି। ରାଜ୍ୟ ସରକାର ନିର୍ଦ୍ଧାରିତ ସମୟରେ ବୀମା ପ୍ରିମିୟମ ରାଶି ପଇଠ କରୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀମାନେ କିପରି ଠିକ୍‌ ସମୟରେ ସେମାନଙ୍କ ପ୍ରାପ୍ୟ ପାଇପାରିବେ ସେନେଇ କେନ୍ଦ୍ର ସରକାର ଏକ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ବୋଲି ହରିଚନ୍ଦନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବୀମା ରାଶି ମିଳୁ ନ ଥିବାରୁ ପଶ୍ଚିମ ଓଡ଼ିଶାର ବହୁଚାଷୀ ବିଭିନ୍ନ ସମୟରେ ବିକ୍ଷୋଭ ମଧ୍ୟ କରିଛନ୍ତି। ମାତ୍ର ବୀମା ରାଶି ମିଳିପାରୁନାହିଁ। ଅନ୍ୟ ପକ୍ଷରେ ଉଭୟ ରାଜନୈତିକ ଦଳ ଭୋଟ ପାଇଁ ଚାଷୀଙ୍କୁ ବ୍ୟବହାର କରିବାକୁ ପଛାଉ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri