Categories: ଜାତୀୟ

ଜିଦ୍‌ରେ ଅଡି ବସିଛନ୍ତି କୃଷକ ନେତା !

ନୂଆଦିଲ୍ଲୀ,୨ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ବି କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ ଭାରତୀୟ କୃଷକ ୟୁନିୟନର ଅଧ୍ୟକ୍ଷ ରାକେଶ ଟିକାଏତ୍ ଗାଜିପୁର ସୀମାରେ ଧାରଣ ପ୍ରଦର୍ଶନ କରିବା ସମୟରେ ନୂଆ ସ୍ଲୋଗାନ ଦେଇଛନ୍ତି । ସେ କହିଛନ୍ତି କାନୁନ ୱାପସ ନେହିଁ ତୋ ଘର ୱାପସି ନେହିଁ ଅର୍ଥାତ୍ ଆଇନ ଫେରାଇ ନ ନେଲେ ଘରକୁ ଫେରିବୁ ନାହିଁ । ସୂଚନାଯୋଗ୍ୟ ୟୁପି ଗେଟ ନିକଟରେ ୨୮ ନଭେମ୍ବରରୁ ଚାଲିଥିବା କୃଷି ଆଇନ ବିରୋଧୀ ଆନ୍ଦୋଳନରେ ସୋମବାର ଆନ୍ଦୋଳନକାରୀଙ୍କ ଭିଡ ଦେଖିବାକୁ ମିଳିଥିଲା । ଏଥିରେ ରାକେଶ ଟିକାଏତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୮ ମାସ କୃଷି ଆଇନକୁ ସ୍ଥଗିତ ରଖିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେ କହିଥିଲେ ୩ କୃଷି ଆଇନକୁ ପ୍ରତ୍ୟାହାର କରାଯାଉ ଓ ଏମ୍‌ଏସ୍‌ପିର ଗ୍ୟାରେଣ୍ଟି ଦିଆଯାଉ ତା’ହେଲେ ଯାଇ କୃଷକ ଆନ୍ଦୋଳନରୁ ଓହରିବେ । ନଚେତ୍ ଏହା ଅକ୍ଟୋବର ପର୍ଯ୍ୟନ୍ତ ବି ଲାଗି ରହିବ ।

Share