ଚାଷୀଙ୍କୁ ହତ୍ୟା

ସମ୍ବଲପୁର, ୧୩।୭(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା କୁଡାପରାର ଚାଷୀ ନେପାଳ ପୋଢ଼ (୫୫)ଙ୍କୁ ମଙ୍ଗଳବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତ କରି ସମ୍ପୃକ୍ତ ୩ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ନେପାଳ ନିଜ ସମ୍ପର୍କୀୟଙ୍କ ସହ ବିଲକୁ ଚାଷ କରିବା ପାଇଁ ଯାଇଥିଲେ। ସା ପ୍ରାୟ ୫ଟା ସମୟରେ ଗ୍ରାମ ରାସ୍ତା ଦେଇ ଯିବା ସମୟରେ ୩ଜଣ ଯୁବକ ତାଙ୍କ ପିଛା କରିଥିଲେ। ସେମାନେ ନିଛାଟିଆ ସ୍ଥାନ ଦେଖି ନେପାଳଙ୍କୁ ଆକ୍ରମଣ କରିଥିଲେ। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ତଳେ ପଡିଯାଇଥିଲେ। ଅଳ୍ପ ଦୂରରେ ଥିବା ସମ୍ପର୍କୀୟ ପହଞ୍ଚତ୍ଥିଲେ ମଧ୍ୟ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ହତ୍ୟାର କାରଣ ଜଣା ପଡିନାହିଁ, ତଦନ୍ତ ଜାରି ରହିଥିବା ପୋଲିସ କହିଛି।