Posted inଜାତୀୟ

ପୋଲିସ ଗୁଳିରେ ଚାଷୀ ମୃତ

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୨ା୨:ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନ ପ୍ରଣୟନ ଏବଂ ଅନ୍ୟାନ୍ୟ ଦାବିରେ ଅଡ଼ି ବସିଥିବା କୃଷକମାନେ ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଉଛି। ପଞ୍ଜାବ-ହରିୟାଣା ସୀମାର ଖନୌରିରେ ବୁଧବାର ସନ୍ଧ୍ୟାରେ ପୋଲିସ ଗୁଳିରେ ଜଣେ ଯୁବଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କେତେଜଣ ଆହତ ହୋଇଛନ୍ତି। ଫେବୃଆରୀ ୧୩ରେ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ ହେବା ପରଠୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅଦ୍ୟାବଧି ପ୍ରାୟ ୧୬୦ ଚାଷୀ ଆହତ ହୋଇଥିବାବେଳେ ଏହା ହେଉଛି ସଂଘର୍ଷରେ କୃଷକଙ୍କ ପ୍ରଥମ ମୃତ୍ୟୁ। ଇତିମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆନ୍ଦୋଳନରତ କୃଷକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଏଥିସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ କୃଷକ ସଙ୍ଗଠନର ପ୍ରତିନିଧିମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଡାକିଛନ୍ତି। ତେବେ ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ପରେ ଚାଷୀମାନେ ଦିଲ୍ଲୀ ମାର୍ଚ୍ଚକୁ ୨ ଦିନ ପାଇଁ ସ୍ଥଗିତ ରଖିବା ସହ ନିଜ ନିଜ ସ୍ଥାନରେ ଧାରଣାରେ ବସିବେ ବୋଲି ଅଲ୍‌ ଇଣ୍ଡିଆ କିଷାନ୍‌ ସଭା (ଏଆଇକେଏସ୍‌) ପକ୍ଷରୁ ଘୋଷଣା କରାଯାଇଛି। ୨୩ଟି ଫସଲର ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି, କୃଷିଋଣ ଛାଡ଼ ଓ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର ଦାବିରେ କୃଷକମାନେ ଗତ ୧୩ରୁ ଦିଲ୍ଲୀ ଅଭିମୁଖେ ଆନ୍ଦୋଳନ ପାଇଁ ଟ୍ରାକ୍ଟରଗୁଡ଼ିକରେ ଯାଉଥିବାବେଳେ ଜାତୀୟ ରାଜଧାନୀ ସଂଲଗ୍ନ ସୀମାଗୁଡ଼ିକରେ ବ୍ୟାରିକେଡିଂ କରି ସେମାନଙ୍କୁ ଅଟକାଯାଇଛି। ଏହି କ୍ରମରେ ପଞ୍ଜାବ-ହରିୟାଣା ସୀମାର ଖନୌରିରେ ପ୍ରାୟ ୧୫ ହଜାର ଚାଷୀ ଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ପୋଲିସ ଅଟକାଇବାରୁ ସଂଘର୍ଷ ହୋଇଥିଲା। ସୁରକ୍ଷା କର୍ମୀ ଓ ଆନ୍ଦୋଳନରତ କୃଷକ ମୁହଁାମୁହଁି ହୋଇଥିବାବେଳେ ପୋଲିସ ଗୁଳି ଚଳାଇବାରୁ ଜଣେ ୨୧ ବର୍ଷୀୟ ଚାଷୀ ପ୍ରାଣ ହରାଇଛନ୍ତି। ଏଥିରେ ଆଉ କେତେଜଣ କୃଷକ ଆହତ ହୋଇଛନ୍ତି। ମୃତ ଚାଷୀ ହେଲେ ପଞ୍ଜାବ ବଠିଣ୍ଡା ଜିଲା ଅନ୍ତର୍ଗତ ବାଲୋକେ ଗ୍ରାମର ଶୁଭକରଣ ସିଂ। ପଟିଆଲାସ୍ଥିତ ରାଜିନ୍ଦ୍ର ହସ୍ପିଟାଲର ମେଡିକାଲ ଅଫିସର ଏଚ୍‌.ଏସ୍‌. ରେଖି ଗଣମାଧ୍ୟମକୁ କହିଛନ୍ତି, ଖନୌରି ସୀମାରୁ ଆହତ ଅବସ୍ଥାରେ ୩ ଜଣ ଚାଷୀଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ଶୁଭକରଣଙ୍କ ମୁଣ୍ଡରେ ଗୁଳିମାଡ଼ ଯୋଗୁ ଗଭୀର ଆଘାତ ଲାଗିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଗୁଳିର ଆକୃତି ଜଣାପଡ଼ିବ। ଅନ୍ୟ ଦୁଇ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ସେ କହିଛନ୍ତି।
ପଞ୍ଜାବ-ହରିୟାଣା ସୀମାର ଦୁଇଟି ବିକ୍ଷୋଭ ସ୍ଥଳ ମଧ୍ୟରୁ ଗୋଟିଏ ହେଉଛି ଖନୌରି। ସେଠାରେ ବିକ୍ଷୋଭ ଚଳାଇଥିବା ଚାଷୀମାନେ କହିଛନ୍ତି, ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ରବର ବୁଲେଟ ଚଳାଇଥିଲା। ଅନ୍ୟ ସୀମା ହେଉଛି ଶମ୍ଭୁ ବର୍ଡର। ସେଠାରେ ମଧ୍ୟ ଦିଲ୍ଲୀକୁ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା କୃଷକମାନଙ୍କୁ ଅଟକାଇବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ହରିୟାଣା ପୋଲିସ ବିକ୍ଷୋଭକାରୀଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ଏକ୍ସାଭେଟର ଏବଂ ଜେସିବି ମେଶିନ୍‌ଗୁଡ଼ିକୁ ହଟାଇନେବାକୁ କହିଛି। ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି। ନଡ଼ାରେ ଲଙ୍କାଗୁଣ୍ଡ ଭର୍ତ୍ତି କରି ପୋଡ଼ିବାରୁ ଟିଅର ଗ୍ୟାସ୍‌ ସେଲ୍‌ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିବା ପୋଲିସ କହିଛି।
ପ୍ରକାଶ ଯେ, ଗତ ରବିବାର କୃଷକ ସଙ୍ଗଠନଗୁଡ଼ିକ ସହ ୩ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୂଷ ଗୋୟଲ ଓ ନିତ୍ୟାନନ୍ଦ ରାଏ ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରିଥିଲେ। କିନ୍ତୁ କେନ୍ଦ୍ରର ସର୍ତ୍ତ ମାନିବାକୁ ଚାଷୀନେତାମାନେ ରାଜି ହୋଇ ନ ଥିଲେ। ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ କୃଷିମନ୍ତ୍ରୀ ମୁଣ୍ଡା ସେମାନଙ୍କୁ ପୁଣି ଥରେ ଡାକିଛନ୍ତି। ଅନ୍ୟପକ୍ଷେ ସରକାର କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ଶମ୍ଭୁ ସୀମାରେ ଚାଷୀନେତା ଜଗଜିତ ସିଂ ଦଲଓ୍ବୋଲ କୃଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?