ଉମରକୋଟ,୧୩।୧୦(ସନ୍ତୋଷ ଶତପଥୀ): ପ୍ରଥମେ ସ୍ବଳ୍ପ ବର୍ଷା ଯୋଗୁ ଧାନ ଗଛ ଯେଉଁ ଭାବେ ବଢ଼ିବା କଥା ତାହା ହୋଇପାରିଲା ନାହିଁ। ଧାନ ଅମଳ କମିବା ଆଶଙ୍କା ଥିବାବେଳେ ବର୍ତ୍ତମାନ ବିପିଏଚ୍ ଗୁଣ୍ଡିପୋକ ଧାନ ଫସଲରେ ଲାଗିଲାଣି। ଏଥିଯୋଗୁ ଉମରକୋଟ ପୌରାଞ୍ଚଳ ୧ନମ୍ବର ୱାର୍ଡ ଦର୍ଗାଗୁଡା ଗ୍ରାମର ଧାନଚାଷୀ ଏବେ ଚିନ୍ତାରେ। ଚାଷୀ ବରୁଣ ଘୋଷ, ପ୍ରମୋଦ ସ୍ବାଇଁ, ଆପନା ସେଠୀ, ରଞ୍ଜନ ସେଠୀ, ନୀର ସେଠୀ, ଭାଗୀ ସେଠୀ, ଶରତ ଭୂୟାଁଙ୍କ ଧାନ ଜମି ବ୍ୟତୀତ ଆଖପାଖ ଶହ ଶହ ଏକର ଧାନଜମିରେ ଗୁଣ୍ଡିପୋକ ଲାଗିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଧାନ ହେବା ସମୟରେ ଧାନକେଣ୍ଡାରୁ ଧାନ କ୍ଷୀର କମିଯାଏ। ଏହି ପୋକ ଧାନ ଗଛ ମୂଳରେ ରହି ସମସ୍ତ ରସକୁ ଶୋଷି ନେଇଥାନ୍ତି। ଫଳରେ ଗଛ ଦୁର୍ବଳ ହୋଇଯାଏ। ଗଛ ମୂଳରୁ ଧୀରେଧୀରେ ପଚିଶଢ଼ି ନଷ୍ଟ ହୋଇଯାଏ। ପୂର୍ବରୁ କୃଷି ଅଧିକାରୀମାନେ ଫସଲ ବୁଲି ବୁଲି ନିରୀକ୍ଷଣ କରୁଥିଲେ। କୌଣସି ସମସ୍ୟା ଦେଖାଗଲେ ତୁରନ୍ତ ଚାଷୀଙ୍କୁ ପରାମର୍ଶ ଦେଉଥିଲେ। କିନ୍ତୁ ବର୍ତ୍ତମାନ କୃଷି ବିଭାଗରେ ଏହାର ଅଭାବ ପରିଲକ୍ଷିତ ହେଉଛି। ପୋକ ଲାଗିଲେ ବା ଲାଗିବା ପୂର୍ବରୁ କୌଣସି କୃଷି ଅଧିକାରୀ କେବେ ମଧ୍ୟ ଆସି ସଚେତନ କରୁନାହାନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସରକାର ଚାଷୀଙ୍କୁ ସଚେତନ କରିବାକୁ ଅନେକ ଯୋଜନା କରୁଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେଣୁ ଚାଷୀ ବାଧ୍ୟହୋଇ ଦୋକାନୀଙ୍କ ଉପରେ ଭରସା କରନ୍ତି। ଘଟଣାକୁ ନେଇ ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ାଙ୍କୁ ପଚାରିବାରୁ ପାଣି ଅଭାବରୁ ଏହି ସବୁ ରୋଗ ଦେଖାଯିବ, ମାଟିରେ ଖରା ନ ପଡିଲେ ଏହି ଭଳି ପୋକ ଲାଗିଥାଏ। ସୋମବାର ଏହି ଅଞ୍ଚଳକୁ ଯାଇ କ୍ଷେତ୍ର ପରିଦର୍ଶନ କରିବେ ବୋଲି କହିଛନ୍ତି। କୃଷି ବିଭାଗ ପକ୍ଷରୁ ସଚେତନ କରାଯାଉ ନାହିଁ ବୋଲି ଚାଷୀମାନେ ଯେଉଁ ଅଭିଯୋଗ କରିଛନ୍ତି ତାହାକୁ ସେ ଅସ୍ବୀକାର କରିଥିଲେ।
Posted inHome, Home Left, ଆମ ଜିଲା ଖବର, ନବରଙ୍ଗପୁର View All
ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା
ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...
ଗଞ୍ଜେଇ ଜବତ, ଜଣେ ଗିରଫ
ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...
ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ
ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...
ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ
ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...
ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ
ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍ ପକ୍ଷରୁ ଏକ...
୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ
ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...
ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…
ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...
‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ
ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...
Archives


