ବିହନ ଧରି ବର୍ଷା ଅପେକ୍ଷାରେ ଚାଷୀ

ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଲାଣି। ଅତ୍ୟଧିକ ଉତ୍ତାପ ଯୋଗୁ ଜଳୁଛି ଗାଁ ଆଉ ସହର। ଏଥିଯୋଗୁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଅନ୍ୟପଟେ ବର୍ଷାକୁ ଚାହିଁ ରହିଛନ୍ତି ଗଞ୍ଜାମ ବ୍ଲକ ଅଞ୍ଚଳର ଚାଷୀ। ଚାଷୀ ଜମି ଚାଷ କରିବା ସହ ବିହନ ମଧ୍ୟ କିଣା ସରିଛି। ବର୍ଷା ହେଲେ ତଳି ବୁଣିବେ। କିନ୍ତୁ ବର୍ଷାର ଦେଖା ନାହିଁ। ପନ୍ଦର ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ମୋଟ ୧୨ ହଜାର ୮୬୪ ହେକ୍ଟର ଚାଷଜମି ଥିବା ବେଳେ ସେଥିରୁ ୪ ହଜାର ୮୧୬ ହେକ୍ଟର ଜମିରେ ଧାନ ଫସଲ ହେଉଛି। କିଛି ଚାଷୀ ବିହନ ପାଇବା ନିମନ୍ତେ ଏପର୍ଯ୍ୟନ୍ତ ନିଜ ନାମ ପଞ୍ଜୀକୃତ କରିନାହାନ୍ତି ବୋଲି ଶୁଣିବାକୁ ମିଳୁଛି। ଫଳରେ ବିହନ ପାଇବା ନେଇ ସନ୍ଦେହରେ ଅଛନ୍ତି ଅଣପଞ୍ଜୀକୃତ ଚାଷୀ। ଯଦି ବାହାରରୁ ଚାଷୀ ବିହନ କିଣି ଜମିରେ ବୁଣନ୍ତି ତାହାହେଲେ କ୍ଷତି ହେଲେ କ୍ଷତିପୂରଣ ପାଇବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉନ୍ନତମାନର ଚାଷ ପ୍ରଣାଳୀ ନିମନ୍ତେ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ ଏହି ବ୍ଲକରେ ତାହା ବ୍ୟତିକ୍ରମ ହେଉଥିବା କିଛି ଚାଷୀ ସୂଚନା ଦେଇଛନ୍ତି। ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଏଠାକାର ଚାଷୀ ଜାଣିପାରୁନାହାନ୍ତି କିମ୍ବା ସେମାନଙ୍କୁ ଅବଗତ କରାଯାଉନି ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀଙ୍କୁ ଯୋଗାଯୋଗ ହୋଇପାରିନଥିଲା ବେଳେ ଚାଷୀମାନଙ୍କ ସମସ୍ୟାକୁ ନେଇ ସବୁବେଳେ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇ ଆସିଛି। ସମସ୍ୟା କ’ଣ ରହିଛି ଏଇଓଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ଜସ୍ମିନ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri