Categories: ଜାତୀୟ

ଫାଶୀ ଦେଲେ ଅନ୍ନଦାତା: ସୁଇସାଇଡ୍‌ ନୋଟ୍‌ ଜବତ

ନୂଆଦିଲ୍ଲୀ,୨।୧: ସିଙ୍ଘୁ ବର୍ଡରରେ ଅନ୍ନଦାତାଙ୍କ ଆନ୍ଦୋଳନ ୩୮ ଦିନରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଜଣେ ଆନ୍ଦୋଳନକାରୀଙ୍କର ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ଗାଜିପୁର ବର୍ଡରରେ ଜଣେ ଆନ୍ଦୋଳନକାରୀ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ସୁଇସାଇଡ୍‌ ନୋଟ୍‌କୁ ପୋଲିସ ଜବତ କରିଛି। ଆତ୍ମହତ୍ୟା କରିଥିବା ଅନ୍ନଦାତାଙ୍କ ନାମ କଶ୍ମୀର ସିଂ। ତାଙ୍କ ମୃତ ଦେହ ଶୌଚାଳୟରୁ ଉଦ୍ଧାର କରାଯାଇଛି। ତାଙ୍କ ଅନ୍ତିମ ସଂସ୍କାର ୟୁପି ଗେଟ୍‌ ନିକଟରେ କରିବା ଲାଗି ମୃତ କଶ୍ମୀର ସିଂ ସୁଇସାଇଡ୍‌ ନୋଟ୍‌ରେ ଅନୁରୋଧ କରିଛନ୍ତି। ମୃତ ଅନ୍ନଦାତା ରାମପୁର ଅନ୍ତର୍ଗତ ବିଳାସପୁରର ବାସିନ୍ଦା। ତାଙ୍କ ପୁଅ ଏବଂ ନାତି ମଧ୍ୟ ସିଙ୍ଘୁ ବର୍ଡରରେ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡ଼ିଛି।

Share