Categories: ଜାତୀୟ

ମୋଦି ସରକାରଙ୍କ ପାଇଁ ଅନ୍ନଦାତା ଭଗବାନ, ବିରୋଧୀଙ୍କ ନଜରରେ ଏହା ଭୋଟ ବ୍ୟାଙ୍କ: କୃଷ୍ଣପାଳ ଗୁର୍ଜର

ନୂଆଦିଲ୍ଲୀ,୨୨ ।୧୨: କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା କୃଷି ଆଇନ ବିରୋଧରେ କୃଷକମାନେ ଦୀର୍ଘ ପ୍ରାୟ ୨୫ ଦିନ ହେବ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି । ବିରୋଧୀ ବିଶେଷ କରି କଂଗ୍ରେସ ଖୋଲାଖୋଲି ଭାବେ ଏହି କୃଷକଙ୍କୁ ସମର୍ଥନ କରୁଛି । ଏବେ ଏହି କୃଷକ ଆନ୍ଦୋଳକୁ ନେଇ ତର୍କ ହେଉଥିବା ବେଳେ ଏହା ଏକପ୍ରକାର ରାଜନୈତିକ ରୂପ ନେଇ ସାରିଲାଣି । ଇତିମଧ୍ୟରେ ହରିୟାଣା ଭାରତୀୟ ଜନତା ପାର୍ଟି(ଭଜପା)ର ବରିଷ୍ଠ ନେତା ତଥା କେନ୍ଦ୍ର ରାଜ୍ୟମନ୍ତ୍ରୀ କୃଷ୍ଣପାଲ ଗୁର୍ଜର କୃଷକ ଆନ୍ଦୋଳନକୁ ଭୋଟ ବ୍ୟାଙ୍କ ରାଜନୀତି ସହ ଯୋଡି ଦେଇଛନ୍ତି । ସେ କହିଛନ୍ତି ମୋଦି ସରକାର କୃଷକଙ୍କୁ ଭଗବାନ ବୋଲି ମାନନ୍ତି କିନ୍ତୁ ବିରୋଧୀ କୃଷକଙ୍କୁ ଭୋଟ ବ୍ୟାଙ୍କ ବୋଲି ଧରି ନେଇଛି । ସେ କହିଛନ୍ତି କଂଗ୍ରେସ ଶାସନ ସମୟରେ କୃଷକଙ୍କ ଆମଦାନୀ ବୃଦ୍ଧି ଉପରେ ଆଦୌ ଧ୍ୟାନ ଦେଇ ନ ଥିଲା । ହେଲେ ମୋଦି ସରକାର କୃଷକଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ବିଭିନ୍ନ ରାଜ୍ୟର କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ।

Share