ବଜ୍ରାଘାତରେ ଚାଷୀ ମୃତ୍ୟୁ

ଚାନ୍ଦବାଲି,୧୫।୮( ଅଶୋକ ପଣ୍ଡ): ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ଘିକୋଇଲି ୱାର୍ଡରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣକ ହେଉଛନ୍ତି ଘିକୋଇଲି ୱାର୍ଡର ନିରଞ୍ଜନ ମହାଳିକଙ୍କ ପୁଅ ସୋମନାଥ(୫୩) । ସୋମନାଥ ନିଜ ଧାନ କ୍ଷେତରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ବଜ୍ରାଘାତଫଳରେ ତାଙ୍କ ଦେହରେ ପ୍ରାୟ ୭୫ ଭାଗ ଜଳିଯାଇଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ଲୋକମାନେ ଚାଷୀଙ୍କୁ ଉଦ୍ଧାର କରି ଏକ ଅଟୋ ସାହାର୍ଯ୍ୟରେ ଚାନ୍ଦବାଲି ମେଡ଼ିକାଲକୁ ନେଇ ଯାଇଥିଲେ । ମେଡିିକାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l