Posted inଜାତୀୟ

ରାଜ୍ୟ ସଭା: ନିଲମ୍ବିତ ସଦସ୍ୟଙ୍କ ଧାରଣା ଜାରି, ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଲେ ବିରୋଧି

ନୂଆଦିଲ୍ଲୀ,୨୧ ।୯: କୃଷି ବିଲ୍‌କୁ ନେଇ ପାର୍ଲାମେଣ୍ଟରୁ ସଡ଼କ ପର୍ଯ୍ୟନ୍ତ ବିରୋଧ ଜାରି ରହିଛି । ଏହି ମହାସଂଗ୍ରାମ ମଧ୍ୟରେ ବିରୋଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ବିରୋଧି ରାଷ୍ଟ୍ରପତିଙ୍କୁ ଭେଟି ୨ଟି ଯାକ ବିଲ୍‌ରେ ହସ୍ତାକ୍ଷର ନ କରି ପୁଣିଥରେ ରାଜ୍ୟସଭାକୁ ଫେରାଇ ଦେବାକୁ ଅନୁରୋଧ କରିବେ ବୋଲି ଅନୁମାନ କରାଯାଉଛି । ଏହାସହ ବିରୋଧି ରବିବାର ଯାହାସବୁ ଘଟିଛି ତା’ର ବିବରଣୀ ପ୍ରଦାନ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବିରୋଧିଙ୍କ ହଟ୍ଟଗୋଳ ପରେ ବି ରବିବାର ରାଜ୍ୟ ସଭାରେ ଦୁଇଟି କୃଷି ବିଲ୍‌କୁ ମଞ୍ଜରୀ ପ୍ରଦାନ କରାଯାଇଛି । ଏସବୁ ପରେ ସୋମବାର ୮ ଜଣ ରାଜ୍ୟ ସଭା ସଦସ୍ୟଙ୍କୁ ନିଲମ୍ବନ କରାଯିବା ଘଟଣା ମଧ୍ୟ ରାଷ୍ଟ୍ରପତିଙ୍କ ଆଗରେ ବିରୋଧି ଉପସ୍ଥାପିତ କରିବ । କୃଷି ବିଲ୍‌କୁ ମଞ୍ଜୁରୀ ମଳିବା ପରେ ସାରା ଦେଶରେ କୃଷକମାନେ ଏହାର ବିରୋଧ କରିଛନ୍ତି । ଭାରତୀୟ ଜନତା ପାର୍ଟିକୁ ବାଦ୍ ଦେଲେ ପ୍ରାୟ ସମସ୍ତ ଦଳ ମଧ୍ୟ ଏହାକୁ ବିରୋଧ କରିଥିବା ଦେଖାଯାଇଛି । ସୂଚନାଯୋଗ୍ୟ, ସୋମବାର ନିଲମ୍ବିତ ହୋଇଥିବା ୮ ଜଣ ସଦସ୍ୟ ଗୃହରୁ ବାହାରକୁ ଆସିବାକୁ ରାଜି ହୋଇ ନ ଥିଲେ । ଏହାପରେ ଗୃହକାର୍ଯ୍ୟକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବି ରଖାଯାଇଛି । ଏହାପରେ ନିଲମ୍ବିତ ସଦସ୍ୟ ପାର୍ଲାମେଣ୍ଟ ପରିସରରେ ଧାରଣାରେ ବସିଛନ୍ତି । ଏହାକୁ ନେଇ ଭାଜପା କହିଲା ଏମାନେ ପାର୍ଲାମେଣ୍ଟରେ ଗୁଣ୍ଡାରାଜ ଚଲାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri