ଶ୍ରମିକଙ୍କ ମୁଣ୍ଡରେ ପଡ଼ିଲା ୭୦ କେଜିର କଦଳୀ କାନ୍ଧି, ମାଲିକଙ୍କୁ ଦେବାକୁ ପଡ଼ିଲା ଏତିକି କୋଟି ଟଙ୍କା, ଜାଣିଲେ…

କାନବେରା,୯ା୧୦: ଏକ କଦଳୀ କ୍ଷେତରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୁଣ୍ଡରେ କଦଳୀ କାନ୍ଧିଟି ଖସି ପଡ଼ିଯିବାରୁ ମାଲିକଙ୍କୁ ବିପୁଳ ପରିମାଣର ଅର୍ଥ ଜରିମାନା ଆକାରରେ ଦେବାକୁ ପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର କୁକ୍‌ଟାଉନ ନିକଟରେ ଥିବା ଏକ କଦଳୀ ବଗିଚାରେ ଜଣେ ଶ୍ରମିକ କାମ କରୁଥିଲେ। ଏହି ସମୟରେ ତାଙ୍କ ମୁଣ୍ଡରେ ବଡ଼ ଗଛରୁ କଦଳୀ କାନ୍ଧିଟି ଭାଙ୍ଗି ପଡ଼ିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ପରେ ଶ୍ରମିକଙ୍କ ପରିବାର ଲୋକେ କ୍ଷତିପୂରଣ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏବେ କୋର୍ଟ ଏହାର ନିଷ୍ପତ୍ତି ଶୁଣାଇଛନ୍ତି।

ବିଚାରପତି କ୍ୟାଥରିନ୍‌ ହୋମ୍ସ କହିଛନ୍ତି, କଦଳୀ ଗଛଟି ବହୁତ ବଡ଼ ଥିଲା। ଯାହାକି ଅସାଧାରଣ ଭାବରେ ବଢ଼ିଥିଲା। ଲଙ୍ଗବଟମ ନାମକ ଜଣେ ଶ୍ରମିକ କଦଳୀ ବଗିଚାରେ କାମ କରୁଥିଲେ। ୭୦ କେଜିର କଦଳୀ କାନ୍ଧିଟି ତାଙ୍କ ମୁଣ୍ଡରେ ପଡ଼ିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋର୍ଟ ଏହି ମାମଲାର ଶୁଣାଣି କରି ମାଲିକଙ୍କ ଉପରେ ୫୦୨,୭୪୦ ଡଲାର ଅର୍ଥାତ୍‌ ୩, ୭୭, ୧୫,୬୩୦ କୋଟି ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

Share