Categories: ଜାତୀୟ

ପ୍ରତ୍ୟାହାର ହେବ ନାହିଁ କୃଷି ଆଇନ

ନୂଆଦିଲ୍ଲୀ,୮।୭: କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବେ ନାହିଁ। ଏହାର ଅନ୍ୟ ବିକଳ୍ପ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ। ଗୁରୁବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହା କହିଛନ୍ତି। ଚାଷୀମାନେ ଆନ୍ଦୋଳନରୁ ଓହରିଯାଇ ବୁଝାମଣା ପାଇଁ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ୪୦ କୃଷକ ସଂଗଠନ ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବରରୁ ଆନ୍ଦୋଳନ ଚଳାଇଥିବା ବେଳେ ଏହାର ସମାଧାନ ପାଇଁ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ୧୧ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ତେବେ ଉଭୟ ପକ୍ଷ ସେମାନଙ୍କ ଜିଦ୍‌ରେ ଅଟଳ ରହିବାରୁ ସମାଧାନର ସୂତ୍ର ବାହାରିପାରି ନାହିଁ।

Share