Categories: ଜାତୀୟ

ରାଜରାସ୍ତାକୁ ଓହ୍ଲାଇଲେ କୃଷକ

ନୂଆଦିଲ୍ଲୀ,୨୫।୯: ଚାଷୀ ପାଇଁ ମୋଦି ସରକାର ଆଣିଥିବା ବିଲକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି। ଭାରତୀୟ କିଷାନ ୟୁନିଅନ ସମେତ ବିଭିନ୍ନ କୃଷକ ସଂଗଠନ ଆଜି ସାରା ଦେଶରେ ବନ୍ଦ ଡାକରା ଦେଇଛି। ୩୧ଟି ସଂସ୍ଥା ଏଥିରେ ଯୋଗ ଦେଉଛନ୍ତି। କଂଗ୍ରେସ, ଆରଜେଡି, ସମାଜବାଦି ପାର୍ଟି, ଅକାଳୀ ଦଳ, ଏଏପି, ଟିଏମସି ସମେତ ଅନେକ ଦଳ କୃଷକ ସଂଗଠନକୁ ସମର୍ଥନ ଦେଇଛି। ଏହାପୂର୍ବରୁ ପଞ୍ଜାବରେ ତିନି ଦିନିଆ ରେଳ ବନ୍ଦ ଅଭିଯାନ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଚାଷୀମାନେ ରେଳ ଟ୍ରାକରେ ଅଟକି ରହି ବିଲ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। ବିହାର, ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣାରେ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତାରୋକୋ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Share