ଶ୍ରଦ୍ଧା କପୁରଙ୍କ ସହିତ ଫରହାନଙ୍କ ସମ୍ପର୍କ ନେଇ ହୋଇଥିଲା ଚର୍ଚ୍ଚା…

ମୁମ୍ବାଇ,୯।୧: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ଫରହାନ ଅଖତରଙ୍କୁ ଶନିବାର ୪୬ ପୂରଣ ହୋଇଛି। ୧୯୭୪ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସେ ଅଧାରୁ ପାଠ ଛାଡି ରିତେଶ ସିଧ୍ୟଓ୍ବାନୀଙ୍କ ସହିତ ମିଶି ଏକ ପ୍ରଡକସନ୍‌ ହାଉସ୍‌ ୧୭ ବର୍ଷ ବୟସରେ ଆରମ୍ଭ କରିଥିଲେ। ଫରହାନଙ୍କ ଏଭଳି ପଦକ୍ଷେପରେ ମା’ ହନି ଇରାନୀ ବ୍ୟସ୍ତ ହୋଇ ତାଙ୍କୁ ଘରୁ ବାହାର କରିବାକୁ ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପ୍ରଡକସନ୍‌ ହାଉସ୍‌ ପକ୍ଷରୁ ଦିଲ୍‌ ଧଡକନେ ଦୋ,ଜୀନ୍ଦଗି ନ ମିଲେଗି ଦୋଓ୍ବାରା ଆଦି ଫିଲ୍ମ ନିର୍ମାଣ କରାଯାଇଥିଲା। ଏହା ପରେ ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିଥିଲା। ୨୦୦୦ରେ ସେ ଅଧୁନା ଭବାନୀ ଅଖତରଙ୍କୁ ବିବାହ କରିଥିଲେ। ୨୦୧୬ ଜାନୁୟାରୀ ୨୧ରେ ଅଧୁନାଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ସେମାନଙ୍କର ଅକ୍ଷରା ଏବଂ ଆକିରା ନାମରେ ଦୁଇ ଝିଅ ଅଛନ୍ତି। ଏହାପରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ହୋଇଥିଲା। ୨୦୧୮ଠାରୁ ଗାୟିକା ଶିବାନୀ ଦାଣ୍ଡେକରଙ୍କ ସହିତ ଫରହାନ୍‌ଙ୍କ ସମ୍ପର୍କ ରହିଛି। ତେବେ ଏନେଇ ଦୁହେଁ ନୀରବତା ଅବଲମ୍ବନ କରୁଛନ୍ତି।

Share