ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଫରହାନ

ବଲିଉଡ୍‌ରେ ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ ନିର୍ମାଣକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ହେଉଛି। ଫିଲ୍ମର ପ୍ରମୁଖ ଚରିତ୍ର ପାଇଁ ଶାହାରୁଖ୍‌ ଖାନ୍‌ଙ୍କଠାରୁ ଆମୀର ଖାନ୍‌, ଭିକି କୌଶଲଙ୍କ ନାମ ସମ୍ମୁଖକୁ ଆସିସାରିଛି। ହେଲେ ଏହି ଚରିତ୍ର ପାଇଁ ଏବେ ଆଉ ଜଣଙ୍କ ନାମ ଶୁଣିବାକୁ ମିଳୁଛି। ଏହି ଚରିତ୍ରରେ ଫରହାନ ଅଖତର ଅଭିନୟ କରିବେ ବୋଲି ଜଣାପଡ଼ିଛି। ଫିଲ୍ମର ନାମ ‘ସାରେ ଜହାଁ ସେ ଅଚ୍ଛା’ ୨୦୧୮ ମସିହାରୁ ଫାଇନାଲ ହୋଇସାରିଛି। ଏହି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ମହେଶ ମଥାଈ।
ରାକେଶ ଜଣେ ପୂର୍ବତନ ବାୟୁସେନା ପାଇଲଟ୍‌, ଯିଏକି ମହାକାଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ। ଭାରତୀୟ ପୃଷ୍ଠଭୂମିରୁ ଲୋକାମନେ ପୂର୍ବରୁ ମଧ୍ୟ ମହାକାଶକୁ ଯାଇଛନ୍ତି। ମାତ୍ର ରାକେଶ ଭାରତରେ ଜନ୍ମଗ୍ରହଣ କରି ମହାକାଶକୁ ଯାଇଥିବା ପ୍ରଥମ ବ୍ୟକ୍ତି। ସେ ୧୯୮୪ରେ ଏହି ସଫଳତା ହାସଲ କରିଥିଲେ।

Share