ଫେବୃୟାରୀରେ ପଡ଼ିବ ହାତଗଣ୍ଠି

ବମ୍ବେ: ପୁଣି ବିବାହ କରିବେ ଅଭିନେତା ଫରହାନ୍‌ ଅଖତର। ପ୍ରେମିକା ଶିବାନୀ ଦାଣ୍ଡେକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୧ରେ ଏହି ବିବାହ ହେବା ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ବିବାହ ନିରାଡମ୍ବରରେ ହେବ। କରୋନା କଟକଣା ଯୋଗୁ ମୁମ୍ବାଇର ଏକ କୋର୍ଟରେ ଉଭୟ ରେଜିଷ୍ଟ୍ରୀ ମ୍ୟାରେଜ୍‌ କରିବେ। ପରେ ସେମାନେ ପାର୍ଟି ଦେବେ। ଏଥିରେ କେବଳ ପରିବାର ଲୋକେ ଏବଂ ନିକଟ ସମ୍ପର୍କୀୟ ହିଁ ସାମିଲ ହେବେ।

ଦୀର୍ଘ ୩ ବର୍ଷ ହେଲା ଫରହାନ୍‌ଙ୍କୁ ଡେଟ୍‌ କରୁଛନ୍ତି ଶିବାନୀ। ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ଫରହାନ୍‌ ନିଜ ପ୍ରେମକୁ କାହାଠାରୁ ଲୁଚାଇ ନ ଥିଲେ। କୌଣସି ପାର୍ଟି ହେଉ ଅବା ବିଦେଶ ଭ୍ରମଣ, ଉଭୟ ସାଥୀ ହୋଇ ଯାଉଥିବା ଦେଖାଯାଇଛି। ଏହାଛଡ଼ା ସୋସିଆଲ ମିଡିଆରେ ଉଭୟ ଫଟୋ ମଧ୍ୟ ଶେୟାର କରିଥାଆନ୍ତି।

Share